ଟାଟାଷ୍ଟିଲ ପକ୍ଷରୁ ତୃଣମୂଳସ୍ତରର ଫୁଟବଲ ଖେଳାଳିଙ୍କ ପାଇଁ ପ୍ରଶିକ୍ଷଣ

କଳିଙ୍ଗନଗର, : ଜାମପୋଷି ପଡ଼ିଆରେ ଫୁଟବଲ ଖେଳର ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା । କଳିଙ୍ଗନଗର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରୁ ପ୍ରାୟ ୪୦୦ରୁ ଊଦ୍ଧ୍ୱର୍ ଯୁବ ଫୁଟବଲ ପ୍ରତିଭା ଏକ ୩ ଦିନିଆ ତୃଣମୂଳସ୍ତରୀୟ ଫୁଟବଲ ଉତ୍ସବ ପାଇଁ ଏକତ୍ରିତ ହୋଇଥିଲେ । ଏହି ଅବସରରେ, ଅଗଷ୍ଟ ୨୭ ଓ ୨୮ ତାରିଖ ଦୁଇ ଦିନ ଧରିମୋଟ୨୩ ଜଣ କୋଚ୍ଙ୍କୁବିଶେଷଜ୍ଞମାନେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏଥିରେ ଯୋଗ ଦେଇଥିବା କୋଚ୍ମାନେ ତୃଣମୂଳ ସ୍ତରରୁ ଆସିଥିବା ଯୁବ ପ୍ରତିଭାମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଟାଟାଷ୍ଟିଲ ଗ୍ରାମୀଣ ବିକାଶସଂସ୍ଥା ଓ ଜାମସେଦପୁର ଫୁଟବଲକ୍ଲବ୍ (ଜେଏଫ୍ସି) ମିଳିତ ଭାବେ ଉକ୍ତ ପ୍ରଶିକ୍ଷଣ ଶିବିରର ଆୟୋଜନ କରୁଛନ୍ତି । କୋଚ୍ ଓ ସେମାନଙ୍କ ୮ ଓ ୧୮ ବର୍ଷରୁ କମ୍ବୟସର ଫୁଟବଲ ଖେଳାଳିଙ୍କୁ ନେଇ ଆୟୋଜିତ ଶିବିର ସମାପ୍ତ ହୋଇଥିବାବେଳେ ବିଶେଷଜ୍ଞମାନେ ଏକ ଦିନିକିଆ କର୍ମଶାଳା ପାଇଁ ଏକତ୍ରିତ ହୋଇଥିଲେ । ଶିବିରରେ ଯୋଗ ଦେଇଥିବା ଖେଳାଳିମାନଙ୍କ ପ୍ରତିଭାର ବିକାଶ ପାଇଁ ଗତି ପ୍ରଶିକ୍ଷଣ ଅଭ୍ୟାସଭଳି ଆଧୁନିକ କୌଶଳ ବିଷୟରେ କୋଚ୍ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା, ଯାହାକି ସେମାନେ ତୁରନ୍ତ ନିଜ ଦଳ ମଧ୍ୟରେ ପ୍ରୟୋଗ କରିପାରିବେ । ସୁକିନ୍ଦା ବିଧାୟକ ପ୍ରୀତିରଞନ ଘଡ଼ାଇ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବାସହିତ ଖେଳାଳିଙ୍କ ସହବାର୍ତ୍ତାଳପ କରିଥିଲେ । ଘଡ଼ାଇ କହିଥିଲେ ଯେ, “ଜିଲ୍ଲାର ଯୁବ ବର୍ଗଙ୍କୁ ସବୁପ୍ରକାର ସହାୟତା ଯୋଗାଇ ଦେବା କ୍ଷେତ୍ରରେ ଏହା ଆମର ଏକ ପଦକ୍ଷେପ ଓ ଏଥିରେ ଫୁଟବଲର ସ୍ୱତନ୍ତ୍ର ସ୍ଥାନ ରହିଛି । ଟାଟାଷ୍ଟିଲର ଉକ୍ତ ପଦକ୍ଷେପ ଆଗାମୀ ଭବିଷ୍ୟତରେ ଯୁବଖେଳାଳିଙ୍କ ନିମନ୍ତେ ଲାଭଦାୟକ ସାବ୍ୟସ୍ତହେବ । ଟାଟା ଫୁଟବଲ ଏକାଡେମୀର ମୁଖ୍ୟକୋଚ୍ ତଥା ଆଟଲେଟି କୋଡିମାଦ୍ରିଦର ପୂର୍ବତନ ଯୁବକୋଚ୍ଶ୍ରୀ କାର୍ଲୋସ୍ସାଣ୍ଟା ମେରିନା ଏହି କର୍ମଶାଳାରେ ଯୋଗ ଦେବାସହିତ ଖେଳାଳି ଓ କୋଚ୍ମାନଙ୍କ ସହିତ ନିଜ ଅଭିଜ୍ଞତା ବାଣ୍ଟିଥିଲେ । ଏହି ଅବସରରେ ସେକହିଥିଲେ ଯେ, “ ଗତ କିଛିବର୍ଷମଧ୍ୟରେ ଏହି ଦେଶରୁ ବହୁଖେଳାଳି ଆଗକୁ ଆସିଛନ୍ତି । ଏହି ଦୃଷ୍ଟିରୁ ଖେଳାଳିମାନଙ୍କୁ ଆଗକୁ ଆଣିବା ସହିତ ଫୁଟବଲରେ ନିଜ ଦକ୍ଷତା ପ୍ରଦର୍ଶନ ପାଇଁ ସୁଯୋଗ ଦେବା ନିହାତି ଜରୁରୀ” । ଏହି ଅବସରରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ରଣାଗୁଣ୍ଡି ସରପଞ୍ଚ ଶ୍ରୀସୀତା ପୂର୍ତ୍ତି, ଗୋବରଘାଟି ସରପଞ୍ଚ ସ୍ୱର୍ଣ୍ଣଲତା ବାନରା, ନଡ଼ିଆଭଙ୍ଗା ସରପଞ୍ଚ ଅମିତମଲ୍ଲିକ, ଟାଟାଷ୍ଟିଲ କର୍ପୋରେଟ୍ସର୍ଭି ସେସ୍ମହା ପ୍ରବନ୍ଧକ ଆର. ଆର. ଶତପଥୀ, ଟାଟାଷ୍ଟିଲସି ଏସ୍ଆର ବିଭାଗ ମୁଖ୍ୟ ସୌରଭ ରୟ ଏବଂ ଓଡ଼ିଶା ସିଏସ୍ଆର ବିଭାଗ ମୁଖ୍ୟଶ୍ରୀ ଅମ୍ବିକା ନନ୍ଦ ପ୍ରମୁଖଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ