ଏଆରଆଇଙ୍କ ଦୁର୍ନୀତିର ତଦନ୍ତ ପାଇଁ ବିଜେଡିର ବିକ୍ଷୋବ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):କାଶୀନଗର ତହସିତର ରାଣୀପେଣ୍ଠ ସର୍କଲର ସହକାରୀ ରାଜସ୍ୱ ନିରୀକ୍ଷକ(ଏଆରଆଇ)ଙ୍କ ବିଭିନ୍ନ ଦୁର୍ନୀତିର ପ୍ରତିବାଦ କରି ତଦନ୍ତ ପାଇଁ ବିଜେଡି ତରଫରୁ କାଶୀନଗର ତହସିଲ ଅଫିସ ସମ୍ମୁଖରେ ବିକ୍ଷୋବ ପ୍ରଦର୍ଶନ କରାଯାଇଛି । ବିଜେଡିର ବରିଷ୍ଠ ନେତା ଜି.ତିରୁପତି ରାଓ,କାଶୀନଗର ନଗର ସଭାପତି ରଘୁନାଥ ସାହୁ ,ଜିଲ୍ଲା ଉପସଭାପତି କାରିମ ମଧୁ,ବିଜେଡି ନେତ୍ରୀ ପଦ୍ମିନୀ ସାହୁ ପ୍ରମୁଖଙ୍କ ନେତୃତ୍ୱରେ ଏହି ବିକ୍ଷୋବ ପ୍ରଦର୍ଶନ କରାଯାଇଛି । ଏମାନେ ଅଭିଯୋଗ କରିଛନ୍ତି ଯେ,ସଂପୃକ୍ତ ଏଆରଆଇ କେତେକ ସ୍ୱାର୍ଥନେସି ରାଜନେତାଙ୍କ ବାହୁ ଛାୟା ତଳେ ରହି ବିଭିନ୍ନ ଦୁର୍ନୀତିରେ ଜଡିତ ହେବା ସହ ଉପରସ୍ଥ ଅଧିକାରୀମାନଙ୍କୁ ମଧ୍ୟ ଖାତିର କରୁନାହାଁନ୍ତି । ଏଭଳି ଏଆରଆଇଙ୍କ ବିରୁଦ୍ଧରେ ବିହିତ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏମାନେ ଦାବି ଜଣାଇ ଏଆରଆଇଙ୍କ ବିରୁଦ୍ଧରେ ଏକ ଲିଖିତ ଅଭିଯୋଗ ପତ୍ର ତହସିଲଦାରଙ୍କ ଅନୁପସ୍ଥିତିରେ ମୁଖ୍ୟ କିରାଣୀଙ୍କୁ ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ