ଏକତା ଓ ପ୍ରେମର ବାର୍ତ୍ତା ଦେଲେ ଭଞ୍ଜନଗର ଅଞ୍ଚଳବାସୀ ସବୁଠି ଶୁଭିଲା ବନ୍ଦେ ଉତ୍କଳ ଜନନୀ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ଅଂଚଳର ବାଉଁଶଲୁଣ୍ଡି ବିଜୁ ସୃତି ସଂସଦ ଠାରେ ଆୟୋଜିତ କାଯ୍ୟକର୍ମରେ ଭଞ୍ଜନଗର ବିଜେଡି ସଭାପତି ରାଜେନ୍ଦ୍ର କୁମାର ପ୍ରଧାନ,MP ପ୍ରତିନିଧି ଦିବାକର ନାୟକ,ସମାଜ ସେବୀ ଶୂଳପାଣି ଶତପଥୀ,ସରପଞ୍ଚ ଶାନ୍ତିଲତା ନାୟକ , ଭବାନୀ ଶଙ୍କର ପ୍ରଧାନ ଓ SHG ଗ୍ରୁପ ସଦସ୍ୟ,ସ୍ବେଚ୍ଛାସେବୀ ଅନୁଷ୍ଠାନ, ଗଣମାଧ୍ୟମ ପ୍ରତିନିଧି,ବାଉଁଶଲୁଣ୍ଡି ପଞ୍ଚାୟତର ସମସ୍ତ ୱାଡ଼ ମେମ୍ବର ମାନେ ଉପସ୍ଥିତ ରହି ସଙ୍ଗୀତ ଗାନ କରିଥିଲେ। ସାନକୋଦଣ୍ଡା ଗ୍ରାମ ପଂଚାୟତ କାଯ୍ୟାଳୟ ସମ୍ମୁଖରେ ସରପଂଚ ସୁକାନ୍ତି ପ୍ରଧାନ ଓ ସମସ୍ତ ଅଙ୍ଗନାବାଡି କର୍ମୀ ମାନେ ଓ ଯୋଗୀମାରି ଠାରେ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ରହି ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି। ସେହିପରି ସମସ୍ତ ସଂଘରୋଧ କେନ୍ଦ୍ରରେ ଥିବା ଅନ୍ତେବାସୀ ମାନେ ମଧ୍ୟ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଛନ୍ତି। ଅଂଚଳର ସମସ୍ତ ଶିକ୍ଷକ , ନୋଡାଲ ଅଫିସର, ସରପଞ୍ଚ ମାନେ ଉପସ୍ଥିତ ଥିଲେ