“ଏକବିଂଶ ଶତାବ୍ଧୀରେ ନାରୀ” ଉଦ୍ଘାଟିତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) ବିଶିଷ୍ଟ ସାହିତ୍ୟିକା, କବୟତ୍ରୀ ଏବଂ ଲେଖିକା ମିନାକ୍ଷୀ ସାହୁଙ୍କ ସଂପାଦନାରେ ପ୍ରକାଶିତ “ଏକବିଂଶ ଶତାବ୍ଧୀରେ ନାରୀ” ଉଦ୍ଘାଟିତ ହୋଇଯାଇଛି । ରବିବାର ସନ୍ଧ୍ୟାରେ ପାରଳାଖେମୁଣ୍ଡି ଠାରେ ଆୟୋଜିିତ ଭକ୍ତି ସଙ୍ଗୀତ ସମାରୋହକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ସମ୍ପାଦିକା ମିନାକ୍ଷୀ ସାହୁ ୧୭୬ ପୃଷ୍ଠା ସମ୍ବଳିତ ଏହି ପୁସ୍ତିକାରେ ନାରୀ ସଶକ୍ତିକରଣ,ଅସହାୟ ନାରୀର ସଂଘର୍ଷ,ବିଭିନ୍ନ ପ୍ରବନ୍ଧ ଆଦି ପ୍ରକାଶିତ ହୋଇଥିବା କହିଛନ୍ତି । ଏହି ଉଦ୍ଘାଟନ ଉତ୍ସବରେ ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ସମେତ ସମ୍ମାନିତ ଅତିଥି ଭାବେ ଗଜପତି ଏସପି ସାରା ଶର୍ମା,ପାରଳା ରାଜକୁମାରୀ କଲ୍ୟାଣିଦେବୀ ପ୍ରମୁଖ ଯୋଗ ଦେଇ ସମ୍ପାଦିକା ମିନାକ୍ଷୀ ସାହୁଙ୍କୁ ପ୍ରଶଂସାକରି ବିଭିନ୍ନ ଦିଗ୍ଦର୍ଶନ ପାଇଁ ପ୍ରକାଶ କରି ଆସୁଥିବା ଏଭଳି ପୁସ୍ତକ ସମାଜକୁ ଏକ ନୁତନ ବାର୍ତ୍ତା ଦେବ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ