ଏକାଦଶ ବିର୍ସାମୁଣ୍ଡା କପ ଉଦଯାପିତ,ଜୟଦିପଏଫ୍.ସି ଚାମ୍ପିଅନ

କରଞ୍ଜିଆ,(ଜିତେନ୍ଦ୍ର ରାଜ):ରରୁଆଁ ବ୍ଲକ ଅନ୍ତର୍ଗତ ପାନପତ୍ରିୟା ଗ୍ରାମ ପଞ୍ଚାୟତ ଫଗୁ ଗ୍ରାମ ର ହାଇସ୍କୁଲ ପଡିଆ ବୀରବିର୍ସା ମୁଣ୍ଡା କ୍ଳବ ଆନୁକୁଲ୍ୟରେ ଏକାଦଶ ତ୍ରି ଦିବସ୍ୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହେଇ ଯାଇଛି ।ଏହି ଟୁର୍ଣ୍ଣାମେଣ୍ଟରେ ଜୟଦିପ ଏଫ୍.ସି ଟିମ୍ ଚାମ୍ପିୟନ ହେଇଛି।ଫାଇନାଲ ମ୍ୟାଚ ରେ ଚମ୍ପୁଆ ବ୍ରଦର୍ସ ଓ ଜୟଦିପ ଏଫ୍.ସି ମଧ୍ୟରେ ମୁକାବିଲା ହୋଇଥିଲା ଏବଂ ଜୟଦିପ ଏଫ୍.ସି ଏକ ଶୂନ୍ଏକବନ ଗୋଲ ରେ ମ୍ୟାଚ ଟିକୁ ଜିତି ଚାମ୍ପିଅନ ହୋଇଥିଲା। ଏହି ଟୁର୍ନାମେଣ୍ଟ ର ଫାଇନାଲ ଦିବସ ରେ ରାଜ୍ୟ ଜଙ୍ଗଲ,ପରିବେଶ ଓ ଶ୍ରମ ମନ୍ତ୍ରୀ ଇଂଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳ ପ୍ରେମୀ ମାନଙ୍କ ମନରେ ଉତ୍ସାହ ଭରିଥିଲେ । କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ରୂପେ ରରୁଆଁ ବ୍ଲକ ଅଧ୍ୟକ୍ଷ ଅଜିତ କୁମାର ତିରିଆ,ସମ୍ମାନିତ ଅତିଥି ରୂପେ ରରୁଆଁ ଗୋଷ୍ଠି ଉନ୍ନୟନ ଅଧିକାରୀ ଅଧିକାରୀ ପ୍ରେମାନଦ ବେହେ,ରାସମାଜ ସେବୀ ମତିଲାଲ ସିଂହ ଲାଗୁରି , ଡେପୁଟି ମାଇନିଙ୍ଗ ଅଫିସର ଡକ ହେସା,ଜଗନ୍ନାଥ ହେସା, ଗଣୁଆ ସୁନ୍ଦରଗଡ଼ ରୁ ତପନ ପାତ୍ର, ଟିକେଶ୍ୱର୍ ପାତ୍ର, ଦିବାକର ନାୟକ ଏବଂ ଘଗରବେଡା ଥାନା ଆଇ.ଆଇ.ସି ପ୍ରମୁଖ ଯୋଗ ଦେଇ ଥିଲେ । ଆଗାମୀ ଦିନରେ କେମିତି ଆଉ ଭଲ ଖେଳ ହେବ ,କେମିତି ଭଲ ଖେଳାଳି ତିଆରି କରିହେବ,ଖେଳପଡିଆ ର କେମିତି ବିକାଶ କରାଯାଇଛି ପାରିବ ଏବଂ ତାଙ୍କ ଦ୍ଵାରା ଯେତିକି ସମ୍ଭବ ସେ ସାହାଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଥିଲେ ଜଙ୍ଗଲ ଓ ପରିବେଶ,ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏବଂ ଅଜିତ କୁମାର ତିରିଆ ମଧ୍ୟ ସମାନ ଭାବରେ ସାହାଯ୍ୟ ଯୋଗାଇ ଦେବାର ପ୍ରତିଶୃତି ଦେଇଛନ୍ତି । ଏ ବର୍ଷ ର ଟୁର୍ଣ୍ଣାମେଣ୍ଟକୁ ଅଞ୍ଚଳ ର ଜଣା ଶୁଣା ରେଫରି ଯତୀନ୍ଦ୍ର ମହାନ୍ତ,କୃଷ୍ଣ ଚନ୍ଦ୍ର ମହାନ୍ତ,ଏମ.ଡି ହଲିମ୍,ଗଜାନନ ପାତ୍ର ଓ ନୀତିଶ ମହାନ୍ତ ପରିଚାଳନା କରିଥିଲେ । ଖେଳର ଧାରା ବିବରଣୀ କ୍ଷିରୋଦ ଗିରି,ବୁଲବୁଲ ଆପଟ ଓ ସୁରଜ୍ କୁମାର ମୁଣ୍ଡା କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ଆୟାଜନ ଓ ପରିଚାଳନା ରେ ବୀର ବିର୍ସା ମୁଣ୍ଡା କମିଟିର ସଭାପତି ସନାତନ ସୟ, ସମ୍ପାଦକ ବିଜୟାନ୍ ହେସା, କୋଷାଧକ୍ଷ ଭକ୍ତ ବନ୍ଧୁ ମହାନ୍ତ,ଉପଦେଷ୍ଟା ଲକ୍ଷ୍ମୀକାନ୍ତ ବେହେରା, ଦୀପକ ହେଶା, ଗୁରୁଚରଣ ସୟ, ଟିଙ୍କୁ ହେସା, ରମେଶ ପୂର୍ତ୍ତି, କ୍ରୀଷ୍ଣା ପୂର୍ତ୍ତି, ବସନ୍ତ ନାୟକ, ବୁଲୁ ନାୟକ, ଦେବା ଲାଗୁରି, ଯଦୁମଣି ବେହେରା, ବିଶୁ ଲାଗୁରି, ଜୟକୃଷ୍ଣ ବେହେରା, ହରେକୃଷ୍ଣ ଗିରି, ଜଗନ୍ନାଥ ଗିରି, ମାନସ ରଞ୍ଜନ ମୁଣ୍ଡା, ପୁରସ୍ତମ୍ ଗିରି, କୁନୁ ଲାଗୁରି, ବାବୁଲୁ, ସୁଧୀର, ସବନ୍ ସହଯୋଗ କରିଥିଲେ ।କମିଟି ର ସଭାପତି ସନାତନ ସଏ ଧନ୍ୟବାଦ୍ ଅର୍ପଣ କରିଥିଲେ।
ଏହି ଅବସରରେ ଜେଏସଡବ୍ଲୁ ଫାଉଣ୍ଡେସନ ଓ ସିଂଘଭୂମ ସେରନି ମହିଳାଦଳ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଖେଳ ଅନୁଷ୍ଠିତ ହୋଇଥିଲା,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ