ଏକାନ୍ତରୁ ଏକାଗ୍ରତା

ଏକାନ୍ତ ଏକ ସୁଯୋଗ । ନିଜକୁ ନିଜେ ଜାଣିବା ,ଖୋଜିବା , ଓ ନିଜ ମଧ୍ୟରେ ବୁଡି ରହିବାର ଏକ ସୁଯୋଗ । ଏହା ଦ୍ୱାରା ମନର ଭିତରେ ଜାଗ୍ରତ ହୁଏ ଅନାଦି ଅନନ୍ତଙ୍କ ସହିତ ପବିତ୍ର ସଂପର୍କ । ପ୍ରକୃତ ଭାବର ବିନିମୟ ହେବା ଦ୍ୱାରା ଆମର ବାସ୍ତବିକ ସ୍ୱରୁପ ସହିତ ପରିଚିତ ହୋଇଥାଏ । ଯେଉଁପରି ଭୁମିକୁ ଖୋଳିଲେ ମାଟି ,ଗୋଡି ,ପଥର ,ଖଣିଜ ସଂପଦ ,ପୋତାଧନ ଜଳ ଆଦି ମିଳିଥାଏ । ଠିକ ସେହିପରି ଏକାନ୍ତରେ ଆମର ଚିତ୍ତର ପ୍ରସ୍ତର ମାନ ଖୋଲିଯାଇ ଆମକୁ ଏକ ଭିନ୍ନ ଏକ ସ୍ୱାଦର ଆନ୍ତରିକ ଅନୁଭବ ମିଳେ । ଏ ସଂସାରକୁ ମନୁଷ୍ୟ ଆସେ ମନୁଷ୍ୟ ଏକା ହୋଇ ଆସିଥାଏ ପୁଣୀ ଏକା ହୋଇ ଚାଲି ଯିବାକୁ ହୁଏ । ଆମର ଦେହ ଦିନେ ପଞ୍ଚଭୁତରେ ଲୀନ ହେବ । ଆମେ ଏ କଥା ସମସ୍ତେ ଜାଣିଛେ ତଥାପି ସାଂସାରିକ ମୋହମାୟାରେ ପଡି ଜୀବନର ଚାକଚକ୍ୟରେ ପଡି ନିଜ ଠାରୁ ମଧ୍ୟ ଦୁରେଇଯାଏ । କିନ୍ତୁ ଜୀବନର ଏକାନ୍ତରେ ନିଜର ଅବିକାଶିତ ପ୍ରତିଭାକୁ ଜାଣିପାରି ଜୀବ ନିଜର ମୁଖ୍ୟ ସ୍ରୋତରେ ପହଞ୍ଚିବାକୁ ସମର୍ଥ ହୁଏ ।ତେଣୁ ଜୀବନରେ ଏକାନ୍ତ ନିତାନ୍ତ ରହିବା ନିଜକୁ ସାଂସାରିକ ମୋହ , ମାୟା , କାମନା , ବାସନା ଠାରୁ ନିଜକୁ ମୁକ୍ତି କରିବା ଆବଶ୍ୟକ । ନିସଙ୍ଗତା ମଧ୍ୟରେ ଆମେ ଆମର ଅନ୍ତରଙ୍ଗ ଘନିଷ୍ଠତା ଏବଂ ଜୀବନ ସାର୍ଥକ ହୋଇଯାଏ । ଏଥିରୁ ପ୍ରତୀୟମାନ ହୁଏ ଏକାଗ୍ରତା ହିଁ ସାଧନାର ପ୍ରଥମ ସୋପାନ ।

ସରିତା ପଣ୍ଡା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ