ଏକାମ୍ରରେ ଗାନ୍ଧି ସଂକଳ୍ପ ଯାତ୍ରା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍) : ଏକାମ୍ର ବିଜେପି ତରଫରୁ ଗାନ୍ଧି ସଂକଳ୍ପ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରା ପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିର ସମ୍ମୁଖରୁ ବାହାରି ଶ୍ରୀ ଭୀମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ଏକାମ୍ର ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂଙ୍କ ନେତୃତ୍ୱରେ ପରିଚାଳିତ ଏହି ପଦଯାତ୍ରାରେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ ଗାନ୍ଧୀଙ୍କ ମୂଲ୍ୟବୋଧରେ ଅନୁପ୍ରାଣିତ ହେବା ପାଇଁ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଅନୁରୋଧ କରିଥିଲେ । ପ୍ଲାଷ୍ଟିକ ବର୍ଜନ ଓ ଜଳ ସଂରକ୍ଷଣ ଏବଂ ସ୍ୱଚ୍ଛ ଭାରତ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଦୁଇଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଗୃହ ପାଇଁ ଏବଂ ଦୁଇଟି ବସ୍ତିର ରାସ୍ତା ନିର୍ମାଣ ପାଇଁ ତାଙ୍କର ନିଜସ୍ୱ ପାଣ୍ଠିରୁ ଆବଶ୍ୟକ ଅର୍ଥ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି ପଦଯାତ୍ରାରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି, ଭୁବେନଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ, ମଧ୍ୟ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ, ପୂର୍ବତନ କର୍ପୋରେଟଣ ସୁବାସିନୀ ପୃଷ୍ଟି, ତୃପ୍ତି ମକଦମ, ବନ୍ଦନା କାନୁନ୍ଗୋ, ବିଦ୍ୟୁସ୍ମିତା ଦାସମନ୍ତନ୍ତ୍ରୀ, ଯୁବନେତା ସୁରେନ୍ଦ୍ର ପ୍ରଧାନ, ଶିବ ବେହେରା, ମଦନ ମୋହନ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ ।


