ଅଗ୍ନିବିପନ୍ନ ପରିବାରଙ୍କୁ ଭେଟିଲେ ବିଜେପି ନେତା

ବନ୍ତ,(ଯୁଗାବ୍ଦ ନ୍ୟୁଜ୍‌): ସୋମବାର ବିଳମ୍ବିତ ରାତ୍ରିରେ ବନ୍ତ ବ୍ଲକ ଆଡିଆ ପଞ୍ଚାୟତ ଅଗିିରାଗଢିଆ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୫ଟି ପରିବାରର ୯ ବଖରା ଘର ଭସ୍ମୀଭୂତ ହୋଇଯାଇଥିବାର ଜଣାଯାଇଛି । ଏଥିରେ ଶମ୍ଭୁନାଥ ନାୟକଙ୍କର ରୋଷେଇ ଘର ଓ ଗୁହାଳ ଘର ସମେତ ୨, କୈଳାସ ନାୟକଙ୍କର ୨, ଭରତ ନାୟକଙ୍କର ୨, କାହ୍ନୁ ନାୟକଙ୍କର ୨, ମଣିିଭଦ୍ର ନାୟକଙ୍କର ଗୋଟିଏ ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଛି । ଏଥିସହ ଉପରୋକ୍ତ ପରିବାର ଗୁଡିକର ସମସ୍ତ ଗୃହ ଆସବାବପତ୍ର ସମେତ ୫ଟି ଗୋରୁ, ୯ ଟି ଛେଳି, ୧୦ରୁ ଉଦ୍ଧ୍ୱର୍ କୁକୁଡା ବତକ ଜଳି ଯାଇଥିବା ବେଳେ ଗୋଟିଏ ଗାଈ ଓ ୨ ଟି ଛେଳି ଗୁରୁତର ଆହତ ହୋଇଛନ୍ତି । ଆନୁମାନିକ ୩ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଇଛି । ଖବର ପାଇ ଆଗରପଡା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ôଚ ନିଆଁକୁ ଆୟତ୍ତ କରିଥିଲା । ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଇଛି । ଖବର ପାଇ ଆଗରପଡା ପ୍ରାଣୀ ଚିକିତ୍ସକ ଚିତ୍ତରଞ୍ଜନ ଦାଶ, ପ୍ରାଣୀଧନ ନୀରିକ୍ଷକ ପ୍ରିୟବ୍ରତ ରାଉତ, ରାଜେଶ ନାୟକ, ସଞ୍ଜୟ ଜେନା ଘଟଣା ସ୍ଥଳ ପରିଦର୍ଶନ କରି ଆହତ ପ୍ରାଣୀଙ୍କର ଚିକିତ୍ସା କରିଥିଲେ । ଆଗରପଡା ରାଜସ୍ୱ ନୀରିକ୍ଷକ ରବିନ୍ଦ୍ର ଜେନା ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ କରିଥିଲେ । ସରପଞ୍ଚ ଶଶିବାଳା ସେଠୀ, ପ୍ରାକ୍ତନ ସରପଞ୍ଚ ବିଜୟ କୁମାର ଜେନା ବିପନ୍ନଙ୍କୁ ଭେଟି ସମବେଦନା ଜଣାଇବା ସହ ରନ୍ଧାଖାଦ୍ୟର ବ୍ୟବସ୍ଥା କରିଥିବା ଜଣାପଡିଛି । ସେହିପରି ବିଜେପି ଜିଲ୍ଲା ସଭାପତି ବଦ୍ରୀ ନାରାୟଣ ଧଳ, ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ଓଡଙ୍ଗ ସରପଞ୍ଚ କିଶୋର କିଙ୍କର ପଢିଆରୀ, ଭଗବାନ ପଣ୍ଡା, ଗଦାଧର ନାୟକ ପ୍ରମୁଖ ବିପନ୍ନ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏଥିସହ ବିପନ୍ନ ପରିବାରଙ୍କୁ ତୁରନ୍ତ ଘର ଯୋଗାଇ ଦେବା ନେଇ ପ୍ରଶାସନ ଠାରେ ଦାବୀ କରିବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ