ଏକା ସାଙ୍ଗରେ ପାଞ୍ଚ ଶିଶୁଙ୍କୁ ଜନ୍ମ ଦେଲେ ମହିଳା

ଲକ୍ଷ୍ନୌ : ବିଶ୍ବାସ ନହେଲେ ମଧ୍ୟ ସତ୍ୟ । ଏକା ସାଙ୍ଗରେ ୫ ଶିଶୁଙ୍କୁ ଜନ୍ମ ଦେଇଛନ୍ତି ମହିଳା । ଉତ୍ତର ପ୍ରଦେଶରେ ଏହି ଘଟଣା ଘଟିଛି । ବୁଧବାର ଉତ୍ତରପ୍ରଦେଶର ବାରାବାଙ୍କୀ ଜିଲ୍ଲା ହସ୍ପିଟାଲରେ ଏହି ଘଟଣା ଘଟିଛି । ନବଜାତଙ୍କ ମଧ୍ୟରେ ଦୁଇ ଜଣ ପୁଅ ଏବଂ ତିନି ଜଣ ଝିଅ ରହିଛନ୍ତି । ପ୍ରସବ ପରେ ୫ ଶିଶୁ ଏବଂ ମା’ ସୁସ୍ଥ ରହିଥିବା ଜଣାପଡିଛି । ଡାକ୍ତର ଯାଆଁଳା ଶିଶୁ ରହିଥିବାର ଅନୁମାନ କରିଥିବା ବେଳେ ୫ ଶିଶୁଙ୍କ ଜନ୍ମ ନେଇ ଶିଶୁଙ୍କ ପିତା କୁନ୍ଦନ ଗୌତମ ଖୁସି ଜାହିର କରିଛନ୍ତି । କୁନ୍ଦନ ବାରାବାଙ୍କୀ ଜିଲ୍ଲାର କତଲପୁରର ରାମ ନଗର ଅଞ୍ଚଳରେ ଅବସ୍ଥାନ କରନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ