ଜିଲ୍ଲାସ୍ତରୀୟ ବିଶ୍ଵ ସାମାଜିକ ନ୍ୟାୟ ଦିବସ ପାଳିତ
କଟକ, (ଓ୍ବାଇଏନଏସ): ବିଶ୍ଵ ସାମାଜିକ ନ୍ୟାୟ ଦିବସ ୨୦୨୬ ପାଳନ ଅବସରରେ ଆଜି ନେତାଜୀ ସଂସ୍କୃତି ଭବନଠାରେ ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ଏକ ସଚେତନତା ଶିବିର ଆୟୋଜିତ ହୋଇଥିଲା । ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସମ୍ବିଧାନରେ ଥିବା ବରିଷ୍ଠ ନାଗରିକ ମାନଙ୍କ ଅଧିକାର , ଆଇନଗତ ବ୍ୟବସ୍ଥା ସମ୍ପର୍କରେ ଉପସ୍ଥିତ ବରିଷ୍ଠ ନାଗରିକମାନଙ୍କୁ ଅବଗତ କରାଇବା ସହ ଜିଲ୍ଲା ପ୍ରଶାସନ ତରଫରୁ ଥିବା ସମସ୍ତ ପ୍ରକାର ସୁବିଧା ଯୋଗାଇଦେବା ଆମର ଲକ୍ଷ୍ୟ ବୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ ରଥ ସ୍ୱାସ୍ଥ୍ୟର ଯତ୍ନ ନେଇ ,ଜୀବନରେ ଦୁଃଖ ଭିତରେ ସୁଖ ଖୋଜି ଶାନ୍ତିରେ ରହିବାକୁ ସେ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ଏଲ୍. ଏନ୍ ପାତ୍ର ବରିଷ୍ଠ ନାଗରିକ ମାନଙ୍କ ପାଇଁ ଥିବା ସ୍ୱାସ୍ଥ୍ୟସେବା ଓ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ପୁଲିସ ଇନସ୍ପେକ୍ଟର ଶ୍ରୀ ଦେବୀ ପ୍ରକାଶ ସାହୁ ସାଇବର ସୁରକ୍ଷା , ଓଟିପି ଠକେଇ ସମ୍ପର୍କରେ ଆଲୋଚନା କରିବା ସହ କଲ୍ ଓ ମେସେଜ ରିସିଭ କରିବା ସମୟରେ ସତର୍କ ରହିବାକୁ କହିଥିଲେ । ସହକାରୀ ନିର୍ଦ୍ଦେଶକ ,ସେଭିଂସ୍ ଆଣ୍ଡ ଫାଇନାନ୍ସିୟାଲ୍ ସର୍ଭିସ ଶ୍ରୀଯୁକ୍ତ ସନ୍ତୋଷ କୁମାର ରଥ ,ଲିଡ୍ ବ୍ୟାଙ୍କ ମ୍ୟାନେଜର ଶ୍ରୀଯୁକ୍ତ ସତ୍ୟ ରଞ୍ଜନ ମହାନ୍ତି, ସହକାରୀ ଅଧୀକ୍ଷକ,ଡାକ ବିଭାଗ ଶ୍ରୀଯୁକ୍ତ ସମୀର ସାହୁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିବା ସହିତ କେବଳ ଡାକଘର ଓ ବ୍ୟାଙ୍କ ଭଳି ନିର୍ଭରଯୋଗ୍ୟ ପ୍ରତିଷ୍ଠାନରେ ନିଜର ଅର୍ଥ ସଞ୍ଚୟ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଡିଏଲଏସ ଆଇନଜୀବି ଡ. ଏମ.ପି ସାହୁ ଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଏକ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇ ଅଂଶଗ୍ରହଣକାରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଟର୍ଚ ଓ ଟୋପି ବଣ୍ଟନ କରଯାଇଥିଲା ।


