ଏକା ସାଥିରେ ଜଳିଲା ଦୁଇଟି ଜୁଇ

ନୟାଗଡ, (ଯୁଗାବ୍ଦ ନୁ୍ୟଜ୍) : ହିନ୍ଦୁ ଧର୍ମ ରିତି ନୀତି ଅନୁୂଯାୟୀ ୩୩ କୋଟି ଦିଅଁ ଦେବତାକୁ ସାଖି ରଖି ସାତ ଜନ୍ମକୁ ବିବାହ କରିଥିଲେ ସ୍ୱାମୀ ଓ ସ୍ତ୍ରୀ । ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିଲେ ସାତ ଜନ୍ମ ପର୍ଯ୍ୟନ୍ତ ହାତ ଛାଡିବେ ନାହିଁ । ବିବାହ କରିଥିଲେ ଗୋଟିଏ ଦିନରେ ମୃତୁ୍ୟ ବି ହୋଇଗଲା ଗୋଟିଏ ଦିନରେ । ଏଭଳି ଘଟଣା ନୟାଗଡ ଜିଲ୍ଲା ବାଉଁଶିଆପଡା ଗ୍ରାମରେ ଘଟିଛି । ଏହି ଘଟଣା ପରେ କେହି କେହି ଏହାକୁ କାହିଁ ଜନମର ପୁଣ୍ୟ ବୋଲି କହୁଥବା ବେଳେ ପରିବାର ପାଇଁ ଏକ ଦୁଖଦ ଘଟଣା ଘଟିଛି । ବେଦୀରୁ ଜୁଇ ପର୍ୟ୍ୟନ୍ତ ସାଥି ହୋଇ ଚାଲିବାର ଏକ ବିରଳ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ବାଉଁସିଆପଡାଗାଁରେ । ବୟସ ର ଅପରାହ୍ନରେ ବୃଦ୍ଧ ଦମ୍ପତିଙ୍କ ଏକା ଦିନରେ ମୃତ୍ୟୁ ଚର୍ଚ୍ଚାର ବିଷୟ ପାଲଟିଛି । କେହି କେହି ଏହା ଭାଗ୍ୟର ବିଡମ୍ବନା କହୁଥିବା ବେଳେ ପରିବାର ପାଇଁ ମାଡି ପଡିଛି ଦୁଃଖର ପାହାଡ଼ । ନା ସ୍ତ୍ରୀ ହେଲା ବିଧାବା ନା ସ୍ୱାମୀ ହେଲା ମୃତଦାର । ସତେ ଯେମିତି ଆର ଜନ୍ମ ପାଇଁ ସାଥି ହୋଇ ରହିବାକୁ ସାଙ୍ଗ ହୋଇ ଗୋଟିଏ ଜୁଇରେ ଜଳି ଯାଇଛନ୍ତି ଏହି ଦମ୍ପତି ।ବଡ଼ ପଣ୍ଡୁସରର ୮୦ ବର୍ଷୀୟ ବୟସ୍କ ଅଇଁଠା ନାୟକଙ୍କ ର ଆଜି ନିଜ ଘରେ ବୟସାଧିକ କାରଣରୁ ମୃତ୍ୟୁ ହୋଇଥିଲା । ସେପଟେ ୭୨ ବର୍ଷୀୟା ପତ୍ନୀ ସୁକୁରୀ ନାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଯାଇଥିଲେ । ସେଠାରେ ସେ ସ୍ୱାମୀଙ୍କ ମୃତ୍ୟୁ ଖବର ପାଇ ଘରକୁ ଆସିଥିଲେ ।ଏବଂ ସ୍ୱାମୀଙ୍କ ଶବ ଦେଖି ଶବ ଉପରେ ଟଳି ପଡ଼ିଥିଲେ । ଉଭୟ ଙ୍କୁ ଗୋଟିଏ ଜୁଇ ରେ ଏକା ସାଙ୍ଗରେ ଶବ ଦାହ କରା ଯାଇଥିବା ବେଳେ ଉଭୟଙ୍କ ମୃତ୍ୟୁ ରେ ସ୍ଥାନୀୟ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି । ଏବଂ ଏହା ଚର୍ଚ୍ଚାରେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ