ରାଜ୍ୟ ଅଣଗେଜେଟେଡ଼ ବୈଷୟିକ କର୍ମ•ରୀ ସଂଘର ବନ୍ଧୁ ମିଳନ
ଭୁବନେଶ୍ୱର, : ରାଜ୍ୟ ଅଣଗେଜେଟେଡ଼ ବୈଷୟିକ କର୍ମ•ରୀ ସଂଘର ଅଫିସ୍ ଗୃହରେ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସୁଧାଂଶୁ ଶେଖର ଭୋଇଙ୍କ ଆହ୍ୱାନକ୍ରମେ କୃଷି ଯାନ୍ତ୍ରିକ ବିଭାଗର ବିଭିନ୍ନ ଜିଲ୍ଲାର ପ୍ରତିନିଧିମାନେ ଯୋଗ ଦେଇଥିଲେ । ଏଥିରେ ସାଧାରଣ ସମ୍ପାଦକ କାହ୍ନୁଚରଣ ମଲ୍ଲିକ, ଉପଦେଷ୍ଟା ଭାବେ କ୍ଷେତ୍ରମୋହନ ଦାସ, ଗୋକୁଳାନନ୍ଦ ବେହେରା ଯୋଗ ଦେଇ ଓଡ଼ିଶା ରାଜ୍ୟ ସରକାରୀ କର୍ମ•ରୀ ସମନ୍ୱୟ ସମିତିର ଆହ୍ୱାନ କ୍ରମେ ଆସନ୍ତା ୨୪ ତାରିଖରେ ସମସ୍ତ ବୈଷୟିକ କର୍ମ•ୀମାନେ ଯୋଗଦେଇ ସମିତିର ୭ ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ ବୋଲି ଆହ୍ୱାନ ଦେଇଥିଲେ । ଏହାକୁ ରାଜ୍ୟ ଅଣଗେଜେଟେଡ଼ ବୈଷୟିକ କର୍ମ•ରୀ ସଂଘ ସମର୍ଥନ ଜଣାଇବା ସହିତ ଆସନ୍ତା ରାଲିରେ ସମସ୍ତ କର୍ମ•ରୀମାନେ ଯୋଗ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।


