ଏକ୍ସିସ ଡାଇରେକ୍ଟର ରିଟେଲ୍ ବ୍ରୋକରେଜ ପ୍ଲାନ

ନୂଆଦିଲ୍ଲୀ, (ଏଜେନ୍ସି): ବ୍ୟାଙ୍କ ଦ୍ୱାରା ପରିଚାଳିତ ଦେଶର ଅଗ୍ରଣୀ ଖୁଚୁରା ବ୍ରୋକରେଜ ସଂସ୍ଥା ଏକ୍ସିସ ଡାଇରେକ୍ଟ ତରଫରୁ ଇଣ୍ଡିଆ ଟ୍ରେଡ଼୍ ଅ୨୦ ନାମକ ନୂଆ ବ୍ରୋକରେଜ ପ୍ଲାନ ବିଷୟରେ ଉଲ୍ଲେଖ କରାଯାଇଛି । ଏହାକୁ କମ୍ପାନୀର ଋତୁ ଭିତିକ (ସିଜନ) ଏବଂ ନୂଆ ଗ୍ରାହକଙ୍କୁ ପ୍ରଦାନ କରାଯିବ, ଯେଉଁମାନେ ଇକ୍ୱିଟି ଏବଂ ଇକ୍ୱିଟି ଡେରିଭେଟିଭରେ ନିବେଶ କରିବାକୁ ଚାହୁଁଛନ୍ତି । ଏପ୍ରିଲ ପହିଲାରୁ ଏହି ପ୍ଲାନ୍କୁ ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ଏବଂ ଆକର୍ଷଣୀୟ ଫ୍ଲାଟ୍ ୨୦ ଟଙ୍କା ଦରରେ ଖରିଦ ଓ ବିକ୍ରି ପାଇଁ ଉପଲବ୍ଧ କରାଯାଇଛି । ଏହି ପ୍ଲାନ ଜରିଆରେ ଖୁଚୁରା ନିବେଶକମାନେ ଅନେକ ଅର୍ଥ ସଞ୍ଚୟ କରିପାରିବେ । ଏହି ପ୍ଲାନ ସମ୍ପର୍କରେ ଏକ୍ସିସ ସିକ୍ୟୁରିଟିଜର ଏମଡି ଓ ସିଇଓ ଅରୁଣ ଠୁକରାଲ୍ କହିଛନ୍ତି ଯେ ଏକ୍ସିସରେ ମୂଳ ମୂଲ୍ୟବୋଧ ଉପରେ ବିଶ୍ୱାସ କରୁ ଏବଂ ଏକ ବ୍ରାଣ୍ଡ ଭାବେ ଏକ୍ସିସ ଉପରେ ଗ୍ରାହକଙ୍କ ଯେଉଁ ଭରସା ରହିଛି ତାହା ବଜାୟ ରଖିବାକୁ ଉଦ୍ୟମ କରାଯାଉଛି । ବ୍ରୋକରେଜ ଶିଳ୍ପ ଏବେ ସୁଦୃଢ଼ ବିକାଶ ପଥରେ ଆଗେଇ ଚାଲିଛି । ବର୍ଦ୍ଧିତ ସଂଖ୍ୟକ ଖୁଚୁରା ନିବେଶକ ବିଶେଷ କରି ନୂଆ ପିିଢ଼ିର ଗ୍ରାହକମାନେ ଇକ୍ୱିଟିକୁ ଏକ ଆକର୍ଷଣୀୟ ନିବେଶ ବିକଳ୍ପ ଭାବେ ଚୟନ କରିଛନ୍ତି, ସେମାନେ ବଜାର କାରବାରରେ ଭାଗ ନେବାକୁ ଚାହୁଁଛନ୍ତି ଏବଂ ସହଜ ଓ ସୁଲଭ ସମାଧାନ ସନ୍ଧାନରେ ରହିଛନ୍ତି । ଏହି ସହଜ, ସୁପରିୟର ଉତ୍ପାଦ, ବ୍ୟାପକ ଗବେଷଣା ସହିତ ଶ୍ରେଷ୍ଠ ମୂଲ୍ୟ ସମ୍ବେଦନଶୀଳ ଖୁଚୁରା ଗ୍ରାହକଙ୍କୁ ଅତିରିକ୍ତ ମୂଲ୍ୟ ପ୍ରଦାନ କରିବ । ଏହି ପ୍ଲାନ ଜରିଆରେ କମ୍ପାନୀ ବ୍ରୋକରେଜ କ୍ଷେତ୍ରରେ ନିଜ ସ୍ଥିତି ଦୃଢ଼ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଏହାର ବଜାର ଅଂଶ ବଢ଼ାଇବାକୁ ଚାହୁଁଛି । ଏକ୍ସିସ ଡାଇରେକ୍ଟର ଯେଉଁ ଗ୍ରାହକଙ୍କ ବାଲାନ୍ସ ୭୫ ହଜାର ଟଙ୍କାରୁ ଅଧିକ ଥିବ ସେମାନେ ଏହି ପ୍ଲାନ୍କୁ ବ୍ୟବହାର କରିପାରିବେ । ପ୍ରତି କାରବାର ପିଛା ମାତ୍ର ୨୦ ଟଙ୍କାର ଫି’ ଦେଇ ଇକ୍ୱିଟି ଏବଂ ଇକ୍ୱିଟି ଡେରିଭେଟିଭରେ କାରବାର କରିପାରିବେ । ଏକ୍ସିସ ଡାଇରେକ୍ଟ ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ଡିଜିଟାଲ ଏବଂ ଡିମାଟ କାରବାର କରିବାର ସୁବିଧା ପ୍ରଦାନ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ