ଏକ ଟନ ଗଞ୍ଜେଇ ଜବତ ଦୁଇ ଗିରଫ

ମାଲକାନଗିରି, (ମନୋଜ କୁମାର ସାହା): ମାଲକାନଗିରି ପୋଲିସ ପକ୍ଷରୁ ଗାଡି ଯାଞ୍ଚ ବେଳେ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିବା ସହ,୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ ମାଲକାନଗିରି ଆଦର୍ଶ ଥାନାର ଏସଆଇ କୃତିବାସ ବେହେରାଙ୍କ ନେତୃତ୍ଵରେ ହାବିଲଦାର ମିହିର କୁମାର ସାମଲ, କନେଷ୍ଟବଳ ଲକ୍ଷ୍ମଣ ମାରାଣ୍ଡି ଏବଂ ପଦ୍ମ ନାୟକଙ୍କ ସହିତ ମାଲକାନଗିରି ଥାନାର ଗୌଡଗୁଡା ଛକ ନିକଟରେ ଗାଡି ଯାଞ୍ଚ କରୁଥିଲେ। ଏହି ଯାଞ୍ଚ ବେଳେ ଏକ ପିକପ ଗାଡି ଓ ବୋଲେରୋ ଏକ ସାଙ୍ଗରେ ଆସୁଥିବା ବେଳେ ଉଭୟ ଗାଡିକୁ ଅଟକାଇ ପୋଲିସ ଟିମ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଉଭୟ ଗାଡି ମଧ୍ୟରେ ବିପୁଳ ପରିମାଣରେ ଗଞ୍ଜେଇ ଥିବା ଦେଖି ତୁରନ୍ତ ପୋଲିସ ଉକ୍ତ ଗାଡିରେ ଥିବା ସୁଦେଶ ମିସ୍ତ୍ରୀ (୨୧) ଓ ଅନ୍ୟ ଜଣେ ସୁଜନ ବେପାରୀ (୩୬) ନାମକ ବ୍ୟକ୍ତିଙ୍କୁ ଗିରଫ କରିବା ସହ ଉଭୟ ଗାଡି ଓ ଗଞ୍ଜେଇ ଜବତ କରି ଥାନାକୁ ନେଇଥିଲେ। ଉଭୟ ଗାଡି ମଧ୍ୟରୁ ମୋଟ ୧୦୦୦ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଥିବା ବେଳେ ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ