ଏକ ତରଫା ପ୍ରେମିକର ଉନ୍ମତ୍ତ କାଣ୍ଡ

ବୁଗୁଡା, (ଅନିଲ କୁମାର ମହାରଣା):ଜଣେ ଏକ ତରଫା ପ୍ରେମିକ ରୂପ ନାରାୟଣ ଦଳବେହେରା ଅକ୍ଟୋବର ୫ ତାରିଖ ସୋମବାର ଦିନ ବାଣପୁର ପୋଲିସ ଥାନା ଅନ୍ତର୍ଗତ ପିଣ୍ଡରାପଲ୍ଲୀ ଗ୍ରାମରୁ ବାଇକରେ ବୁଗୁଡା ପୋଲିସ ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ଝୋଲାରୀ ଗ୍ରାମରେ ଅପରାହ୍ନ ୫ଟା ସମୟରେ ପହଞ୍ଚି ଜଣେ ବିବାହିତ ମହିଳା, ତାଙ୍କର ପୁଅ ଓ ନିଜର ଗଳା କାଟି ମାରି ଦେବା ଓ ନିଜେ ମାରିବା ପାଇଁ ଉଦ୍ୟମ କରି ଉନ୍ମତ୍ତ କାଣ୍ଡ ଘଟାଇଥିବା ବେଳେ ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡିଛି। ଘଟଣାରୁ ଜଣାପଡ଼ିଛି ଯେ ରୂପ ନାରାୟଣ ଦଳବେହେରା ଡିପ୍ଲୋମା ଇଂଜିନିୟର ଓ ଝୋଲାରୀ ଗ୍ରାମର ସୁଶାନ୍ତ କୁମାର ବିଷୋୟୀ ବିଦ୍ୟୁତ ସଂଯୋଜକ ଭାବେ ଉଭୟେ ଏକ ଘରୋଇ ନିର୍ମାଣ କମ୍ପାନୀରେ ଢେଙ୍କାନାଳର ଲମ୍ବୋଦରପୁରରେ କାର୍ଯ୍ୟକାରୁଥିଲେ। ସେଠାକୁ ସୁଶାନ୍ତ ନିଜ ଧର୍ମପତ୍ନୀ ପ୍ରତିମା ବିଷୋୟୀ ଓ ପୁଅ ସାଇ ଜିତଙ୍କୁ ସାଥିରେ ନେଇ ରହୁଥିଲେ। ଜଣେ ବନ୍ଧୁଭାବେ ରୂପ ନାରାୟଣ ସେଠାରେ ସୁଶାନ୍ତଙ୍କ ଘରକୁ ଯିବା ଆସିବା କରିବା ବେଳେ ନିଜର ବନ୍ଧୁପତ୍ନୀଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଇ ଏକ ତରଫା ପ୍ରେମ କରିବା ଆରମ୍ଭ କରିଥିଲେ। ପ୍ରାୟ ଦେଢ଼ବର୍ଷ ହେଲା ସୁଶାନ୍ତ ନିଜର ପତ୍ନୀ ଓ ପୁଅକୁ ନିଜ ଗ୍ରାମରେ ଛାଡିଦେଇ ନିଜ କର୍ମକ୍ଷେତ୍ରରେ ରହୁଥିଲେ। ଏମଧ୍ୟରେ ଏକ ତରଫା ପ୍ରମରେ ପାଗଳହୋଇ ରୂପ ନାରାୟଣ କେତେଥର ଝୋଲାରୀ ଆସିବା ସହ ନିଜର ବନ୍ଧୁପତ୍ନୀଙ୍କ ସହ ମୋବାଇଲରେ କଥାବାର୍ତ୍ତା ହେଉଥିଲେ। ରୂପ ନାରାୟଣଙ୍କ କଥାବାର୍ତାରୁ ତାଙ୍କର ମନ୍ଦ ଉଦ୍ଦେଶ୍ୟ ଥିବା ଜାଣିପାରି ସୁଶାନ୍ତଙ୍କ ଧର୍ମପତ୍ନୀ ତାଙ୍କର ଫୋନକଲ ଗ୍ରହଣ କଲେନାହିଁ। ରୂପ ନାରାୟଣ ବାରମ୍ବାର ସୁଶାନ୍ତଙ୍କ ଧର୍ମପତ୍ନୀଙ୍କ ନିକଟକୁ ଫୋନ କଲେମଧ୍ୟ କିଛି ଉତ୍ତର ନମିଳିବା ଯୋଗୁଁ ଏକ ଛୁରୀ ନିଜ ପାଖରେ ରଖି ପ୍ରତିଶୋଧ ନେବାକୁ ସ୍ଥିର କରି ବାଇକରେ ନିଜ ଗ୍ରାମ ପିଣ୍ଡରାପଲ୍ଲୀ ରୁ ଆସି ଝୋଲାରୀ ଗ୍ରାମରେ ସୋମବାର ଅପରାହ୍ନ ୫ଟା ସମୟରେ ପହଞ୍ଚିଥିଲେ। ରୂପ ନାରାୟଣ ଆଣିଥିବା ଛୁରୀ ଦ୍ୱରା ନିଜ ବନ୍ଧୁପତ୍ନୀ ପ୍ରତିମା ବିଷୋୟୀ(୩୨)ଙ୍କ ଗଳା କାଟିବା ସହ ବନ୍ଧୁଙ୍କ ୭ ବର୍ଷର ପୁଅ ସାଇ ଜିତର ଗଳାକୁ ମଧ୍ୟ କାଟିଥିଲେ। ମାଆ ପୁଅ ଉଭୟେ ପାଟି କରିବାରୁ ଗ୍ରାମଲୋକେ ଘଟଣା ସ୍ଥଳରେ ପହଞ୍ଚିବା ପରେ ରୂପ ନାରାୟଣ ଦଳବେହେରା(୩୧)ନିଜର ଗଳା କାଟିବାକୁ ଉଦ୍ୟମ କରିଥିଲେ। ହେଲେ ଗ୍ରାମବାସୀ ସେହି ଯୁବକ ଜଣକଙ୍କୁ କାବୁକରି ଧରି ପୋଲିସକୁ ଖବର ଦେଇଥିଲେ। ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ନିର୍ଦ୍ଦେଶକ୍ରମେ ବାଲିପଦର ଫାଣ୍ଡି ଓଆଇସି ନିରଞ୍ଜନ ଦାଶ ଘଟଣା ସ୍ଥଳରେ ପହଞ୍ଚି ଆହତ ପ୍ରତିମା, ସାଇ ଜିତ ଓ ରୂପ ନାରାୟଣଙ୍କୁ ବୁଗୁଡା ମେଡିକାଲ କୁ ଚିକିତ୍ସା ପାଇଁ ନେଇଥିଲେ। ପ୍ରତିମା ଓ ସାଇ ଜିତଙ୍କ ଅବସ୍ଥା ଗୁରୁତର ଥିବାରୁ ଦୁହିଁଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ପଠାଯାଇ ଥିବା ବେଳେ ରୂପ ନାରାୟଣ ବୁଗୁଡ଼ାରେ ଚିକିତ୍ସା ହେଉଛନ୍ତି। ଏନେଇ ବୁଗୁଡା ଥାନା କେଶ ନଂ ୨୮୮/୨୦ ପ୍ରକାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ସୁସ୍ଥ ହେବାପରେ ରୂପ ନାରାୟଣ ଦଳବେହେରାଙ୍କୁ ଗିରଫ କରାଯିବ ବୋଲି ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ