ଏଗାରରୁ ଅନଶନ ନିଷ୍ପତି

ହାଟଡିହି,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋ ପଞ୍ଚାୟତର ୱାର୍ଡ ସଭ୍ୟସଭ୍ୟା ଓ ଗ୍ରାମବାସୀମାନେ ୬ଦଫା ଦାବିନେଇ ପଞ୍ଚାୟତ ସମ୍ମୁଖରେ ଗତ ୨୮ତାରିଖରୁ ଧାରଣାରେ ବସିଛନ୍ତି । ୭ଦିନ ହେଲା ଧାରଣାରେ ବସିରହିଥିଲେବି ଆଜି ପର୍ଯ୍ୟନ୍ତ କେହି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳକୁ ଯାଇ ସେମାନଙ୍କ ସହ ଆଲୋଚନା କରୁନଥିବାରୁ ଆନ୍ଦୋଳନକାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଫଳରେ ଆସନ୍ତା ୧୧/୧୧/୨୦୧୯ ଠାରୁ ବାଧ୍ୟ ହୋଇ ପ୍ରଣବ ମହାନ୍ତି ଓ ବିଶ୍ୱନାଥ ରାଉତ ଅନସନରେ ବସିବାକୁ ନିଷ୍ପତି ନେଇ ପ୍ରଶାସନକୁ ଲିଖିତ ଭାବେ ଅବଗତ କରାଇ ଦେଇଛନ୍ତି । ସେମାନଙ୍କ ଦାବି ଅନୁଯାଇ ସୋସୋ ପଞ୍ଚାୟତରେ ହୋଇଥିବା ଅନିୟମିତତାର ଭିଜିଲାନସ ତଦନ୍ତ କରାଯାଉ । ପଞ୍ଚାୟତର ସରପଞ୍ଚ ଓ ପିଇଓଙ୍କୁ ବହିସ୍କାର କରିବା ସହିତ ସେମାନଙ୍କୁ ଗିରଫ କରାଯାଉ । ସୋସୋ ପଞ୍ଚାୟତର ସ୍ୱାଗତମ ତୋରଣ ନିର୍ମାଣ ନାଁରେ ହୋଇଥିବା ଅନୁଦାନ ଲୁଟର ତଦନ୍ତ କରାଯାଉ, ନୁତନ ଭାବେ ନିର୍ମାଣ କରାଯାଇଥିବା କଂକ୍ରିଟ ରାସ୍ତାର ସମ୍ପୁର୍ଣ୍ଣ ପାଉଣାକୁ ଠିକାଦାର ମାନଙ୍କୁ ପ୍ରଦାନ କରାଯାଉ ଓ ସୋସୋ ପଞ୍ଚାୟତର ସରକାରୀ ଅନୁଦାନ ହରିଲୁଟ ଅର୍ଥକୁ ପଞ୍ଚାୟତ ଖାତାକୁ ପୁର୍ନବାର ଫେରସ୍ତ ଅଣାଯାଉ ଆଦି ଦାବିକରି ୱାର୍ଡସଭ୍ୟ ମନୋରମା ରାଉତ, ରଞ୍ଜୁଲତା ବେହେରା, କବିତା ନାୟକ, ନିରାକାର ରାଉତ, ଶତୃଘ୍ନ ରାଉତ, ନରୋତ୍ତମ ରାଉତ, ବିଶ୍ୱନାଥ ମାଝୀ, ଜୟନ୍ତୀ ଭୂୟାଁ, ଜଗନ୍ନାଥ ବାରିକ, ସୁଲୋଚନା ହାତୀ, ନିରୁପମା ଖମାରୀଙ୍କ ସହିତ ବିଶ୍ୱନାଥ ରାଉତ, ପ୍ରୀୟଲକ୍ଷ୍ମୀ ରାଉତ, ଜ୍ୟୋତିରଞ୍ଜନ ରାଉତ,ପ୍ରଣବ ମହାନ୍ତି, ଅନାଦି ସିଂହ, ଅଶୋକ ରାଉତ, ପ୍ରଦୀପ ମହାନ୍ତି, ଭେଳାନାଥ ନାୟକ,ଶଙ୍କର୍ଷଣ ବେହେରା, ଚିତ୍ତରଞ୍ଜନ ରାଉତ, ଅସାନ୍ତି ଦୋରା, ବିଶ୍ୱଜିତ ରାଉତଙ୍କ ସମେତ ଅନେକ ଗ୍ରାମବାସୀ ଧାରଣାରେ ୭ଦିନ ହେଲା ଧାରଣାରେ ବସିରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ