ଏଗାର ବର୍ଷ ପରେ ଗାଙ୍ଗପୁର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାରିବାରିକ ବନ୍ଧୁ ମିଳନ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଦୀର୍ଘ ଏଗାର ବର୍ଷର ବ୍ୟବଧାନ ପରେ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର କ୍ଲଷ୍ଟର୍ ର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାରିବାରିକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ମାଆ ବାଳକୁମାରୀ ପୀଠରେ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମରେ ଗାଙ୍ଗପୁର, ବିଞ୍ଝଗିରି, ଗୋପନଗର, କୁମୁଣ୍ଡି, ବୋରୀ, ଇନ୍ଦନପୁର,ଧାନପୁଞ୍ଜା,ସାନସାଦରା ଏବଂ ବଡ଼ ସାଦରା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପରିବାର ସଦସ୍ୟ ଅଂଶଗ୍ରହଣ କରିଥିବା ବେଳେ ଶିଶୁମାନଙ୍କର ଉପସ୍ଥିତି କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିଥିଲା I ପୂର୍ବତନ ସିଆରସିସି ବାଳକୃଷ୍ଣ ସାବତ,ଶିକ୍ଷକ ଶିତଳ ପ୍ରସାଦ ଜେନା, ଶିଶିର କୁମାର ସ୍ଵାଇଁ,ସନିତ୍ ଜେନା,ଝାପଲ୍ ମାରାଣ୍ଡି,ଦୁର୍ଯ୍ୟୋଧନ ଦୋରା, ସୁକାନ୍ତ ବେହେରା,ମନୋରଞ୍ଜନ ବିଷୋୟୀ, କରୁଣାକର ବିଷୋୟୀ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଶିକ୍ଷୟିତ୍ରୀ ଆରତୀ ପାତ୍ର,ସସ୍ମିତା ଦାଶ,ଦୀପା ପ୍ରଧାନ,ପୁଷ୍ପାଞ୍ଜଳି ପାଢୀ,ସୁଲୋଚନା ବେହେରା ଆଇ ଭଲ୍ୟୁଣ୍ଟର ନାରାୟଣ ସାହୁ ସାଂସ୍କୃତି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ I ଶିକ୍ଷକ ସାଜିସ୍ ପାତ୍ର,ଜଗନ୍ନାଥ ପାଇକ,କାର୍ତ୍ତିକ ସେଠୀ, ଶିବରାମ ବେହେରା,ଦାଶରଥି ସେଠୀ,ଅଶୋକ ବେହେରା, ଛବିଲାଲ୍ ସେଠୀ, ଅଭୟ ପୃଷ୍ଟି, ଭୀଷ୍ମ ପ୍ରଧାନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ଏହି ଅବସରରେ ଏହିଭଳି ପାରିବାରିକ ବନ୍ଧୁମିଳନ କାର୍ଯ୍ୟକ୍ରମ ପ୍ରତିବର୍ଷ ଆୟୋଜନ କରିବାକୁ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସେମାନଙ୍କ ପରିବାର ସଦସ୍ୟମାନେ ମତବ୍ୟକ୍ତ କରିଥିଲେ I ପ୍ରକାଶ ଥାଉକି ୨୦୧୧ମସିହାରେ ଗାଙ୍ଗପୁର କ୍ଲଷ୍ଟର୍ ର ଏହିଭଳି ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ତତ୍କାଳୀନ ସିଆରସିସି ବାଳକୃଷ୍ଣ ସାବତଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା I ଶେଷରେ ଶିକ୍ଷକ ଶିବରାମ ମହାନ୍ତି ଧନ୍ୟବାଦ ଜ୍ଞାପନ କରିଥିଲେ I


