ଏଟିଏମ ସାନିଟାଇଜ ନକଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ଦିନକୁ ଦିନ ସାରା ବିଶ୍ୱରେ କାୟା ମେଲାଇ ଚାଲିଛି । ଓଡ଼ିଶାରେ ବି ଏହାକୁ ନେଇ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି । ଏହି ପରିପ୍ରେକ୍ଷୀରେ କରୋନା ପାଇଁ ବ୍ୟାଙ୍କମାନଙ୍କୁ ଅର୍ଥ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ଏନେଇ ଏସଏଲବିସି ଆବାହକଙ୍କୁ ଅର୍ଥ ବିଭାଗ ଯୁଗ୍ମ ନିର୍ଦ୍ଦେଶକଙ୍କ ପକ୍ଷରୁ ଚିଠି କରାଯାଇଛି । ଉକ୍ତ ଚିଠିରେ ଏଟିଏମଗୁଡ଼ିକୁ ଦୈନିକ ସାନିଟାଇଜ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଏଟିଏମରେ ଥିବା ସୁରକ୍ଷା କର୍ମଚାରୀଙ୍କ ଦ୍ୱାରା ସାନିଟାଇଜ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଠିକଭାବେ ସାନିଟାଇଜ ହେଉଛି କି ନାହିଁ ଓସଡମା କର୍ମଚାରୀ ତାହାର ତଦାରଖ କରିବେ । ସାନିଟାଇଜରେ ଗଫଲତି କରୁଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଚେତାବନୀ ଦିଆଯାଇଛି ।