ଏଡିଏମ୍ ଙ୍କ ଡିବ୍ଲୁଓ କାର୍ଯ୍ୟାଳୟ ପରିଦର୍ଶନ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଛତ୍ରପୁର ସ୍ଥିତ ଜିଲ୍ଲା ମଙ୍ଗଳ ବିଭାଗ (ଡିବ୍ଲୁଓ) କାର୍ଯ୍ୟାଳୟକୁ ବୁଧବାର ଦିନ ଗଂଜାମ ଜିଲ୍ଲ।।ର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁ ପରିଦର୍ଶନରେ ଯାଇ କାର୍ଯ୍ୟାଳୟର ସମସ୍ତ ବିଭାଗର ନଥିପତ୍ର ଯାଞ୍ଚ କରିବା ସହିତ ଜଙ୍ଗଲ ଅଧିକାରୀ ଆଇନରେ ଆଦିବାସୀ ହିତାଧିକାରୀଙ୍କୁ ଜମି ପଟ୍ଟା ପ୍ରଦାନ ଏବଂ ଆଦିବାସୀ ବିଦ୍ୟାଳୟ ଓ ହଷ୍ଟେଲ ଗୁଡିକରେ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯାଉଥିବା ସୁବିଧା ସୁଯୋଗ ଯୋଜନା ଗୁଡିକର ସମ୍ବନ୍ଧରେ ଜିଲ୍ଲା ମଙ୍ଗଳ ଅଧିକାରୀ ପରକ୍ଷୀତ ଦାଶଙ୍କ ଆଲୋଚନା କରିଥିଲେ । ଏହି ପରିଦର୍ଶନରେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଜ୍ୟୋତିକୃଷ୍ଣ ବେହେରା ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।


