‘ଏଣ୍ଟିଟି ଡାଟା’ଆଇଟି କମ୍ପାନି ପକ୍ଷରୁ ଜ୍ୟୋତି ହସପିଟାଲକୁ ଆମ୍ବୁଲାନ୍ସ ପ୍ରଦାନ
ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର ସହର ଉପକଣ୍ଠ କୁରୁଡ଼ା ସ୍ଥିତ ଜ୍ୟୋତି ହସପିଟାଲକୁ ଜର୍ମାନ ଆଇଟି କମ୍ପାନୀ ‘ଏଣ୍ଟିଟି ଡାଟା’ ପକ୍ଷରୁ ଏକ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି । ନୂଆଦିଲୀର ସ୍ୱେଚ୍ଛାସେବୀ ସଂଗଠନ ବିନୟ ୱେଲଫେୟାର ଆସୋସିଏସନ ସହଯୋଗରେ ଜ୍ୟୋତି ହସପିଟାଲକୁ ଏହି ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ହସପିଟାଲ ପରିସରରେ ଏକ କୃତଜ୍ଞତା ଜ୍ଞାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜ୍ୟୋତି ହସପିଟାଲର ପ୍ରତିଷ୍ଠାତା ବିଶପ ଥେରୁଥିଲିଲ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମାନବସେବାରେ ବିଭିନ୍ନ ସଙ୍ଗଠନମାନଙ୍କ ସହଯୋଗ ଓ ପ୍ରୋତ୍ସାହନ ପ୍ରେରଣାଦାୟକ ବୋଲି କହିଥିଲେ । ସ୍ୱେଚ୍ଛାସେବୀ ସଂଗଠନ ବିନୟ ୱେଲଫେୟାର ଆସୋସିଏସନର ସଭାପତି ମୀନୁଶ୍ରୀ ମଧ୍ୁମିତା ଓ ସମ୍ପାଦକ ଦୁର୍ଗେଶ ମିଶ୍ର ଏଥିରେ ବିଶେଷ ଅତିଥିଭାବେ ଯୋଗଦେଇ ଜ୍ୟୋତି ହସପିଟାଲକୁ ଆମ୍ବୁଲାନ୍ସ ପ୍ରଦାନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ବିଶେଷ କରି କୋଭିଡ ଚିକିତ୍ସାରେ ଜ୍ୟୋତି ହସପିଟାଲର ଉଳେଖନୀୟ ଅବଦାନ ପାଇଁ ଆମ୍ବୁଲାନ୍ସ ପ୍ରଦାନ ନିମନ୍ତେ ନିଷ୍ପତ୍ତି ନିଆଯାଇଥିବା ମୀନୁଶ୍ରୀ ମଧ୍ୁମିତା ପ୍ରକାଶ କରିଥିଲେ । ଜ୍ୟୋତି ହସପିଟାଲର ନିର୍ଦ୍ଦେଶକ ଫାଦର ପଲ କୁନମ ପରମପଥ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ବିନୟ ୱେଲଫେୟାର ଆସୋସିଏସନ୍ର କର୍ମକର୍ତାମାନେ ହସପିଟାଲର ପ୍ରତିଷ୍ଠାତା ବିଶପ୍ ଥେରୁଥିଲିଲଙ୍କୁ ନୂତନ ଆମ୍ବୁଲାନ୍ସର ଚାବି ହସ୍ତାନ୍ତର କରିଥିଲେ । ଜ୍ୟୋତି ହସପିଟାଲର ଅଧ୍ୟକ୍ଷା ଡାକ୍ତର ଶ୍ରୀମତି ଓ ଜ୍ୟୋତି ନର୍ସିଂ ସ୍କୁଲର ଅଧ୍ୟକ୍ଷା ସିଷ୍ଟର ସୁମା ରାଣୀଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।