ଏଥର ବିଜେପି ଓ କଂଗ୍ରେସ ସ୍ଥାନୀୟ ପ୍ରାର୍ଥୀଙ୍କୁ ଅଗ୍ରାଧୀକ୍ର ଦେବେ କି ?

ବ୍ରହ୍ମପୁର( ଶ୍ରାବଣୀ ନାୟକ) : ୨୦୧୯ ସାଧାରଣ ନିବାର୍ଚନ ପାଇଁ ବିଜେଡି ପକ୍ଷରୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନର୍ବାଚନ ପାଇଁ ପ୍ରାର୍ଥୀପତ୍ର ଘୋଷଣା କରିସାରିଥିବା ବେଳେ ମଙ୍ଗଳବାର ଦିନ ବିଜେପି ଓ କଂଗ୍ରେସ ନିଜର ପ୍ରାର୍ଥୀପତ୍ର ଘୋଷଣା କରିବା ସମ୍ଭାବନା ରହିଛି । ଚଳିତ ବର୍ଷ ବ୍ର୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଦୀର୍ଘ ଦିନ ପରେ ସ୍ଥାନୀୟ ଅଞ୍ଚଳରୁ ସାଂସଦ ନିମନ୍ତେ ଚନ୍ଦ୍ରଶେଖର ସାହୁ ଓ ଆସ୍କା ସଂସଦୀୟ କ୍ଷେତ୍ରରୁ ପ୍ରମିଳା ବିଶୋଇ ପାର୍ଥୀ ଭାବେ ମନୋନୀତ ହୋଇଛନ୍ତି । ବିଜେଡି ସ୍ଥାନୀୟ ପାର୍ଥୀଙ୍କୁ ପ୍ରାଧାନ୍ୟ ଦେଇଥିବା ବେଳେ କଂଗ୍ରେସ ଓ କମ୍ୟୁନିଷ୍ଟର ମେଣ୍ଟ ସ୍ଥାନୀୟ ପାର୍ଥୀଙ୍କୁ ମନୋନୀତ କରିଥିବାବେଳେ ଅନୁରୁପ ଭାବେ ବିଜେପିର ଆସ୍କା ସଂସଦୀୟ କ୍ଷେତ୍ର ପ୍ରାର୍ଥୀ ସ୍ଥାନୀୟ ହେଉଥିବା ଆଲୋଚନା ହେଉଥିବା ବେଳେ ଏଥିରୁ ବ୍ୟତିକ୍ରମ ହେବାକୁ ଯାଉଛି ବ୍ରହ୍ମପୁର ସଂସଦୀୟ କ୍ଷେତ୍ର । ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ପୁର୍ବରୁ ବାହାର ପାର୍ଥୀଙ୍କୁ ଅଗ୍ରାଧୀକାର ଦେଉଥିବା ବେଳେ ଏହି ସଂସଦୀୟ କ୍ଷେତ୍ରରେ ନିର୍ବାଚନ ପରେ
ନିର୍ବାଚିତ ସାଂସଦ ମାନଙ୍କୁ ସୁବିଧା ଅସୁବିଧାରେ ସାଧାରଣ ଜନତା ଭେଟିବା କଷ୍ଟକର ହୋଇ ପଡୁଥିବା ନଜର ରହିଛି । ତେଣୁ ବ୍ରହ୍ମପୁର ସାଂସଦୀୟ କ୍ଷେତ୍ରରେ ସ୍ଥାନୀୟ ପାର୍ଥୀଙ୍କୁ ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ଅଗ୍ରାଧିକାର ଦିଆଗଲେ ପ୍ରତିନ୍ଦ୍ୱନ୍ଦିତା କଡାକଡି ହେବା ସହ ଜିତିବା ସମ୍ଭାବନା କମ ପରିମାଣର ଭୋଟରେ ହେବ ବୋଲି ବୁଦ୍ଧିଜିବୀଙ୍କ ମଧ୍ୟରେ ଆଲୋଚନା ହେଉଛି । ଏଥି ପ୍ରତି ଦୃଷ୍ଟି ଦେଇ ଉଭୟ ଦଳ ପ୍ରାର୍ଥୀ ମନୋନୟନ କରିବା ପାଇଁ ଭୋଟରମାନେ ପ୍ରକାଶ କରିଛନ୍ତି ।

ଇଁ ଭୋଟରମାନେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ