ଏନଡିପିଏସ ଗୋଦାମ ଗୃହ ଉଦଘାଟିତ

ଛତ୍ରପୁର, (ଦେବଦତ୍ତ ମହାରଣା) :ଗଞ୍ଜାମ, ବ୍ରହ୍ମପୁର, ଗଜପତି ଓ କନ୍ଧମାଳ ସମେତ ୪ ଟି ଜିଲ୍ଲାର ଅବକାରୀ ଓ ପୋଲିସ୍ ବିଭାଗ ଦ୍ୱାରା ବେଆଇନ ଭାବେ ଜବତ ହୋଇଥିବା ଗଞ୍ଜେଇ ଓ ଡ୍ରଗ୍ସ ଭଳି ମାଦକ ଦ୍ରବ୍ୟକୁ ଗଚ୍ଛିତ ରଖିବା ନିମନ୍ତେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଥାନା ପାଶ୍ୱର୍ରେ ଏକ (ନିଦ୍ରାକାରକ ଔଷଧ ଓ ମାନସିକ ପଦାର୍ଥ ) ଏନଡିପିଏସ ଗୋଦାମ ଗୃହ ଆଜି ଉଦଘାଟିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଗୋଦାମ ଗୃହକୁ ଉଦଘାଟନ କରିବା ସହିତ ଏହି ଗୋଦାମ ଗୃହ କୁ ସଠିକ୍ ଭାବେ ପରିଚାଳନା କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍‌, ଗଞ୍ଜାମ ପୋଲିସ୍ ଜିଲ୍ଲାର ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଅବକାରୀ ଡେପୁଟି କମିସନର ତଥା ଗଞ୍ଜାମ ଭାରପ୍ରାପ୍ତ ଅବକାରୀ ଅଧିକାରୀ ରାଜେନ୍ଦ୍ର କୁମାର ଭତ୍ତ୍ରା, ବ୍ରହ୍ମପୁର ଅବକାରୀ ଅଧିକ୍ଷକ ରମେନ୍ଦ୍ର ନାରାୟଣ ନାୟକଙ୍କ ସମେତ ବହୁ ଅବକାରୀ ଓ ପୋଲିସ୍ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ