ଏନର୍ଜି କ୍ଲବ ପକ୍ଷରୁ ସଚେତନତା ଓ ପୁରସ୍କାର ବଣ୍ଟନ

ବୁଗୁଡ଼ା, (ଅନିଲ କୁମାର ମହାରଣା) : ପୋଲସରା ବ୍ଲକ ଅନ୍ତର୍ଗତ ମଧୁସୂଦନପୁର କନକ ଦୁର୍ଗା ବିଦ୍ୟାପୀଠ ର ଏନର୍ଜି ବ୍ଲକ ପକ୍ଷରୁ ଏପ୍ରିଲ ୦୩ ତାରିଖ ଦିନ ଶକ୍ତି ସଞ୍ଚୟ ନେଇ ସଚେତନତା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅନୁଷ୍ଠିତ ସଭାରେ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ଭାବଗ୍ରାହୀ ପୋଲାଇ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପୋଲସରା ବ୍ଲକ ଅଧ୍ୟକ୍ଷା କଳ୍ପନା କୁମାରୀ ପ୍ରଧାନ, ବିଡ଼ିଓ ସୁରଞ୍ଜନ କୁମାର ସାହୁ, ବିଇଓ କାଳୀ ଚରଣ ବେହେରା ଯୋଗଦେଇ ଥିଲେ। ଏନର୍ଜି କ୍ଲବ ଉପଦେଷ୍ଟା ତଥା ସହକାରୀ ଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସହକାରୀ ଶିକ୍ଷକ ପ୍ରଫୁଲ ଚନ୍ଦ୍ର ପ୍ରଧାନ ଓ ବିକ୍ରମ ମହାରଣା ସହଯୋଗ କରିଥିଲେ । ଅତିଥି ବୃନ୍ଦ ଶକ୍ତି କ୍ଷେତ୍ରରେ ଅପଚୟ ରୋକିବା ପାଇଁ ଓ ବିକଳ୍ପ ପନ୍ଥା ଅବଲମ୍ବନ ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇବା ସହ ଘରେ ଓ ପାଖ ଘରର ବ୍ୟକ୍ତି ମାନଙ୍କୁ ଅବଗତ କରାଇବା ପାଇଁ ପରାମର୍ଶ ଦେଇଥିଲେ। ଶକ୍ତି ସଂରକ୍ଷଣ ବିଷୟକୁ ନେଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକୃତା, ପ୍ରବନ୍ଧ, ଚିତ୍ରାଙ୍କନ ଓ ସଙ୍ଗୀତ ପ୍ରତିଯୋଗିତା ହୋଇ ଥିଲା । ପ୍ରତ୍ୟେକ ବିଭାଗରେ ତିନୋଟି ଲେଖାଏଁ ପୁରସ୍କାର ବିତରଣ କରଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ