ଏନସିୟୁଆଇ ପକ୍ଷରୁ ସାଇବର ଅପରାଧ ସମ୍ପର୍କିତ କର୍ମଶାଳା ଅନୁଷ୍ଟିତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଳକ ପାଟପୁର ଗ୍ରାମ ପଞ୍ଚାୟତ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ସାଇବର ସୁରକ୍ଷା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଜାତୀୟ ସମବାୟ ସଂଘ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ସଂଘର ଆସିକା ମହିଳା ପ୍ରକଳ୍ପ ର ପ୍ରଶିକ୍ଷିକା ରୀତାରାଣୀ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନାରେ ଅନୁଷ୍ଟିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ପାଟପୁର ଜୋନ ସମବାୟ ନିର୍ଦ୍ଧେଶକ ଗଙ୍ଗାଧର ପାତ୍ର ଓ ନାରଶୁ ପ୍ରଧାନ,ସମ୍ମାନିତ ଅତିଥି ଭାବେ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପାଟପୁର ଶାଖାର ପରିଚାଳକ କୃଷ୍ଣଚନ୍ଦ୍ର ମିଶ୍ର,ଇଫିକୋର କ୍ଷେତ୍ର କର୍ମଚାରୀ ସୌଭାଗ୍ୟ ପ୍ରଧାନ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।ସମ୍ପ୍ରତିକ ସମୟରେ ସାଇବର ଅପରାଧ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।ଏଥିରେ ପ୍ରଲୋଭିତ ହୋଇ ବହୁ ଲୋକ ସର୍ବସ୍ୱାନ୍ତ ହେବାର ଅନେକ ଉଦାହରଣ ରହିଛି।ଏହି ଅପରାଧରୁ ନିଜକୁ କିଭଳି ଦୂରେଇ ରଖିବାକୁ ହେବ ସେ ସମ୍ପର୍କରେ ବକ୍ତାମାନେ ଉପସ୍ଥିତ ମହିଳା ମାନଙ୍କୁ ସଚେତନ କରେଇବା ସହ ଏ ଦିଗରେ ସଚେତନ ହେବାକୁ ବକ୍ତାମାନେ ପରାମର୍ଶ ଦେଇଥିଲେ।ଏହା ସହ ଜମିରେ ସାର ପ୍ରୟୋଗର ଅନୁପାତ କିଭଳି ରହିବ ସେ ସମ୍ପର୍କରେ ସୌଭାଗ୍ୟ ପ୍ରଧାନ ବୁଝାଇଥିଲେ।ଏହି କାର୍ଯ୍ୟକ୍ରମରେ ବହୁ ସମବାୟ ସମିତିର ସଭାପତି,ନିର୍ଦ୍ଧେଶକ,ମିଳିତ ଦେୟ ଗୋଷ୍ଟୀ(ଜେଏଲଜି)ମହିଳା ମାନେ ଯୋଗଦେଇଥିଲେ।ଶେଷରେ ବାସୁଦେବପୁର ପାକ୍ସର ସଭାପତି ଡି.ସନାତନ ଦୋରା ଧନ୍ୟବାଦ ଆର୍ପଣ କରିଥିଲେ।