ଏନ୍ଏସିର ଚଢ଼ାଉ ଅଭିଯାନ: ୫୦ କେଜିରୁ ଊଦ୍ଧ୍ୱର୍ ପଲିଥିନ୍ ଜବତ

କୋଣାର୍କ : ଏନ୍ଏସି ପକ୍ଷରୁ କୋଣାର୍କ ବଜାରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୨୪ ଦୋକାନରୁ ୫୦ କେଜିରୁ ଊଦ୍ଧ୍ୱର୍ ପଲିଥିନ୍ ଜବତ କରାଯାଇ ସଂପୃକ୍ତ ଦୋକାନୀମାନଙ୍କୁ ନୋଟିସ୍ ଜାରି କରାଯାଇଥିବା ଜଣାପଡ଼ିଛି । ସୂର୍ଯ୍ୟ ମନ୍ଦିର ସମ୍ମୁଖ ରାସ୍ତା ଓ ବଜାରର ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ବ୍ୟବହୃତ ପଲିଥିନ୍ ଗଦା ହୋଇଥିବା ଓ ବିଭିନ୍ନ ଦୋକାନରେ ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ପଲିଥିନ୍ ବିକ୍ରି ହେଉଥିବା ଗଣମାଧ୍ୟମରେ ତଥ୍ୟଭିତ୍ତିକ ଖବର ପ୍ରକାଶ ପରେ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାଶଙ୍କ ନିର୍ଦ୍ଦେଶରେ କୋଣାର୍କ ଏନ୍ଏସିର ସହକାରୀ ନିର୍ବାହୀ ଯନ୍ତ୍ରୀ ଶୁଭେନ୍ଦ୍ର ମିଶ୍ରଙ୍କ ସମେତ ଏକ ଟିମ୍ କୋଣାର୍କ ଥାନା ଛକ, ମେଡିକାଲ ଛକ, ରିଙ୍ଗ ରୋଡ଼, ବସ୍ଷ୍ଟାଣ୍ଡ ଆଦି ସ୍ଥାନରେ ଚଢ଼ାଉ କରି ୨୪ଟି ଦୋକାନରୁ ୫୦ କେଜିରୁ ଊଦ୍ଧ୍ୱର୍ ପଲିଥିନ୍ ଜବତ କରିଥିବା ଜଣାପଡ଼ିଛି । ଏ ନେଇ ଦୋକାନୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିବାବେଳେ ପରିବେଶବିତ୍ ଏପରି ଚଢ଼ାଉକୁ ପ୍ରଶଂସା କରିଛନ୍ତି । ଚଢ଼ାଉ ହୋଇଥିବା ୨୪ଟି ଦୋକାନ ଉପରେ ଏନ୍ଏସି ପକ୍ଷରୁ ନୋଟିସ୍ ଜାରି କରାଯାଇଥିବାବେଳେ ଆଗାମୀ ଦିନରେ ଏହି ପଲିଥିନ୍ ବିକ୍ରି ବା ବ୍ୟବହାର କରାଗଲେ ଜରିମାନା ଆଦାୟ କରାଯିବା ବୋଲି ଏନ୍ଏସି ପକ୍ଷରୁ ସୂଚନା ମିଳିଛି । ଏ ସଂପର୍କରେ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏମ୍. ଶ୍ରୀନିବାସଙ୍କୁ ପଚାରିବାରେ ସେ କୁହନ୍ତି ଆଗାମୀ ଦିନରେ ଏପରି ଚଢ଼ାଉ ଜାରି ରହିବ । କୋଣାର୍କକୁ ସଂପୃକ୍ତ ପଲିଥିନ୍ ମୁକ୍ତ ସହର କରିବା ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ