ଏନ୍ଫୋର୍ସମେଣ୍ଟ ଟିମର ଚଢ଼ଉ;୩୫୦୦ ଟଙ୍କା ଜୋରିମାନା ଆଦାୟ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ସ୍ଥାନୀୟ ପୌର ପରିଷଦର ୧୪ଟି ୱାର୍ଡକୁ ବାଦ ଦେଲେ ଅନ୍ୟ ୭ଟି ୱାର୍ଡରେ କରୋନା ତାର ସ୍ଥିତି ଜାହିର କରିଛି।ଚଳିତ ଅକ୍ଟୋବର ୧୨ ତାରିଖ ଠାରୁ ୧୮ ତାରିଖ ସୁଦ୍ଧା ପୋୖରାଞ୍ଚଳରୁ ମୋଟ ୩୦୨ ଜଣ କରୋନା ସଂକ୍ରମିତ ହୋଇଥିଲା ବେଳେ ସେଥି ମଧ୍ୟରୁ ୨୭୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି। ସେଥି ମଧ୍ୟରୁ ୧୨ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ୧୧ ଜଣ ଚିହ୍ନଟ ସକ୍ରିୟ ଆକ୍ରାନ୍ତ ଥିବା ସୂଚନା ମିଳିଛି।କରୋନାର ଏଭଳି ଲେଉଟାଣି ସଙ୍କେତରୁ ଆସନ୍ତା କିଛି ଦିନ ମଧ୍ୟରେ ପୋୖରାଞ୍ଚଳରେ କରୋନାର ସ୍ଥିତି କଣ ରହିବ ତାହା ଅନୁମାନ କରିବା ମୁସ୍କିଲ ହୋଇଛି।ପ୍ରଶାସନ ପକ୍ଷରୁ କରୋନାର ସଫଳ ମୁକାବିଲା ପାଇଁ ଯେଉଁଭଳି ଅନବରତ ପ୍ରୟାସ ଜାରି ରହିଛି ତାହା କିନ୍ତୁ ମାନିବାକୁ ପ୍ରସ୍ତୁତ ନୁହନ୍ତି କିଛି ଚିରାଚରିତ ଉଲଂଘନକାରୀ। ପୌର ପ୍ରଶାସନ ତରଫରୁ ବାରମ୍ବାର ତାଗିଦ କରାଯାଇ ଏଥିପ୍ରତି ଧ୍ୟାନ ଦେବା ପାଇଁ ସାଧାରଣରେ ସଚେତନ କରାଯାଉଛି।ହେଲେ ବିଡମ୍ବନାର ବିଷୟ କିଛି ବ୍ୟବସାୟୀଙ୍କ ରୁଗୁଣ ମାନସିକତା କାରଣରୁ କରୋନା ପୁଣି କଡ ଲେଉଟାଣି ହେଉଥିବା ଜଣାପଡ଼ିଛି।ଏହାକୁ ଲକ୍ଷ୍ୟ କରି ପୌର ପ୍ରଶାସନର ଏନ୍ଫୋର୍ସମେଣ୍ଟ ଟିମ ସହରର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ଚଢ଼ଉ ଜାରୀ ରଖିଛି।ସ୍ଥାନୀୟ ସହରର ମୁଖ୍ୟ ରାସ୍ତାରେ ଥିବା ଫାଷ୍ଟ ଫୁଡ଼ ଦୋକାନ, ବେକେରୀ ସପ ଏବଂ ଫଳ ଦୋକାନ ଉପରେ ରବିବାର ଏନ୍ଫୋର୍ସମେଣ୍ଟ ଟିମ ପକ୍ଷରୁ ଚଢ଼ଉ ଆରମ୍ଭ ହୋଇଥିଲା।ପୌର ନିର୍ବାହୀ ଅଧିକାରୀ ଡ଼ ମନୋରଞ୍ଜନ ସାହୁ, ତହସିଲଦାର ଜନ୍ମେଜୟ ସାହୁଙ୍କ ନେତୃତ୍ୱରେ ଟିମର ଅଶ୍ୱିନୀ ନାୟକ, ମାନସ ବିନ୍ଧାଣିରା ଓ କୃଷ୍ଣ ଦାସ ପ୍ରମୁଖ ଚଢ଼ଉ କରି କୋଭିଡ ନିୟମ ଅବମାନନା ଅଭିଯୋଗରେ ୩୫୦୦/-ଟଙ୍କା ଜୋରିମାନା ଆଦାୟ କରିଥିଲେ।ମାସ୍କ ପିନ୍ଧିଥିବା କିଛି ବ୍ୟବସାୟୀଙ୍କୁ ନିର୍ବାହୀ ଅଧିକାରୀ ଡ଼.ସାହୁ ଉପହାର ସ୍ୱରୂପ ଏକ ଗୋଲାପ ଫୁଲ ପ୍ରଦାନ କରି ଅନ୍ୟ ମାନଙ୍କୁ ସଚେତନ କରାଇଥିଲେ।ସହରରେ ସଂକ୍ରମଣ ସ୍ଥିତିକୁ ପ୍ରତିହତ କରିବା ପାଇଁ ଏଭଳି ଚଢ଼ଉ ଜାରୀ ରହିବ ବୋଲି ଡ଼.ସାହୁ ସୂଚନା ଦେଇଛନ୍ତି।ଏଭଳି ସ୍ଥିତିରେ ଉଲ୍ଲଂଘନକାରୀଙ୍କ ପ୍ରତି ପୌର ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସଚେତନ ମହଲରେ ମତ ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ