ଏନ୍‌ୱାଇକେ ଦ୍ୱାରା କେରିୟର କାଉନସିଲିଂ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବକେନ୍ଦ୍ର ଓ ୟୁନିସେଫର ମିଳିତ ଆନୁକୁଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ “କେରିୟର କାଇନସିଲିଂ କାର୍ଯ୍ୟକ୍ରମ” ଅନୁଷ୍ଠିତ ହୋଇଯାଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବାବେ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ର ଓ ସମ୍ମାନୀତ ଅତିଥି ଭାବେ ସରକାରୀ ପୋଲିଟେକନିକର ଅଧ୍ୟାପକ ବିପିନ କୁମାର ଦାସ, ଆର୍‌. ଶ୍ରୀନିବାସ ରାଓପ୍ୱିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୋରଜ କୁମାର ପଣ୍ଡା, ସିସିଡିର ସମ୍ପାଦକ ଏ. ଜଗନ୍ନାଥ ରାଜୁ, ୟୁଏନ୍‌ର ଜିଲ୍ଲା ସଂଯୋଜିକା ତଥା କନସାଲଟେଣ୍ଟ ମନ୍ଦିକିନି ସିଙ୍ଗ, ମୋହିନୀ ପ୍ରଧାନ, ସୁନିତା ବେହେରା ପ୍ରମୁଖ ମଞ୍ଚାସିନ ଥିଲେ । ଏହି କାର୍ଯ୍ୟକ୍ରମଟିର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ, ଯୁବଗୋଷ୍ଠୀଙ୍କ ଭବିଷ୍ୟତ ପାଇଁ ଉପଯୁକ୍ତ ପରାର୍ଶର ଆବଶ୍ୟକତା ରହିଛି । ନିଜର ଭବିଷ୍ୟତ ପାଇଁ କଲେଜ୍ ଛାତ୍ର ଛାତ୍ରୀମାନେ ଏବେଠାରୁ ନିଜକୁ ପ୍ରସ୍ତୁତି କରିବା ଉଚିତ । କେବଳ ସରକାରୀ କାରିରୀ ଉପରେ ଭରସା ନ କରି ବିଭିନ୍ନ ସରକାରୀ ଯୋଜନାରେ ଆତ୍ମନିର୍ଭରଶୀଳ ହେବାକୁ ଅତିଥିମାନେ ବକ୍ତବ୍ୟ ରଖିଥିଲେ । ଏହିକାର୍ଯ୍ୟକ୍ରମରେ ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ସମେତ ସ୍ଥାନୀୟ ଯୁବକ ସଂଘର ସଦସ୍ୟମାନେ ମଧ୍ୟ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମଟି ନେହେରୁ ଯୁବକ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ରଙ୍କୁ ତତ୍ତ୍ୱାବଧାନରେ ହୋଇଥିବା ବେଳେ ଏନ୍‌ୱାଇକେର ସ୍ୱେଚ୍ଛାସେବୀ ବି.ଭଭାନୀ ପ୍ରସାଦ ଓ ଏସ୍‌.ପ୍ରବୀଣ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ