ଏନ୍‌ଏସି ଜେଇଙ୍କ ମନମୁଖୀ କାରବାର ପ୍ରତିବାଦରେ ଘେରାଓ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କାଶୀନଗର ଏନ୍‌ଏସି ଯନ୍ତ୍ରୀଙ୍କ ମନମୁଖୀ ଶାସନ ଏବଂ ବିଭିନ୍ନ ଦୁର୍ନିତୀ ଅଭିଯୋଗରେ ଗତକାଲି କାଶୀନଗର ଏନ୍‌ଏସି କାର୍ଯ୍ୟାଳୟକୁ କେତେକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଏକତ୍ରିତ ହୋଇ ଘେରାଉ କରିବା ସହ ଜେଇଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ଘଟଣାରୁ ପ୍ରକାଶ, ୧, ୨, ୩ ୱାର୍ଡରେ କାର୍ଯ୍ୟରତ ଏସ୍‌ଏଚ୍‌ଜି ଗୁଡିକ କରିଥିବା କାମର ବିଲ ପେମେଣ୍ଟ ବେଳେ ସେଥିରୁ ହଜାର ହଜାର ଟଙ୍କା ସମ୍ପୃକ୍ତ ଜେଇ କାଟି ଦେଉଛନ୍ତି । ପିସି ବାବଦରେ ଟଙ୍କା ନେବା ପରେ ବି ଜେଇ ଜଣକ ଗ୍ରୁପ୍ ଗୁଡିକୁ ବ୍ୟକ୍ତିଗତ ଭାବେ ତାଙ୍କୁ ପୁଣି ଟଙ୍କା ଦେବା ପାଇଁ ଦାବି କରୁଛନ୍ତି । ଏହା ସ୍ୱୟଂସହାୟକ ଗୋଷ୍ଠୀଗୁଡିକର ସଶକ୍ତିକରଣ ନା ସେମାନଙ୍କୁ ଶୋଷଣ ବୋଲି ପ୍ରଶ୍ନ ଉଠାଇଛନ୍ତି ମହିଳାମାନେ । ଘଟଣା ନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ଡ.ସତ୍ୟସଂପର୍ଣ୍ଣା ରାଉତ କହିଛନ୍ତି ଯେ, ଏସ୍‌ଏଚ୍‌ଜି ଗୁଡିକ ଲିଖିତ ଭାବେ ପ୍ରଥମେ ତାଙ୍କୁ ଅଭିଯୋଗ ଗୁଡିକ ଜଣାନ୍ତୁ । ଏହାର ତଦନ୍ତ କରାଯାଇ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ