ଏନ୍ଏସି ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ
ଛତ୍ରପୁର,(ଦେବଦତ୍ତ ମହାରଣା) : ଛତ୍ରପୁର ଏନ୍ଏସି ପ୍ରଶାସନ ପକ୍ଷରୁ ଆଜି ବେଆଇନ୍ ଜବରଦଖଲ ଅଞ୍ଚଳକୁ ଉଚ୍ଛେଦ କରାଯାଇଛି । ଗତ ୨୦ତରାିଖ ଦିନ ଏନ୍ଏସି ପ୍ରଶାସନ ପକ୍ଷରୁ ବେଆଇନ ଜବରଦଖଲ ନେଇ ନୋଟିସ୍ ଜାରି କରାଯାଇଥିବା ପୁତିଗୋପାଳପୁର ଅଞ୍ଚଳ କେ.ଆପା ରାଓ ଏବଂ କେ.ମୋହନ ରାଓଙ୍କ ପ୍ରାୟ ୧୦ ରୁ ଅଧିକା ଦୋକାନ ଗୃହକୁ ଏନ୍ଏସି ଜାଗାରୁ ଉଚ୍ଛେଦ କରାଯାଇଛି । ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ଜସ୍ମିନ୍ ପ୍ରଧାନ ଏବଂ ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟଙ୍କ ଉପସ୍ଥିତିରେ ଏନ୍ଏସି କାର୍ଯ୍ୟ ନିର୍ବାହୀ ଏନ୍.ଗଣଶେ ବାବୁଙ୍କ ନିର୍ଦ୍ଦେଶ କ୍ରମେ ଜେସିବି ମାଧ୍ୟମରେ ଏନ୍ଏସି ଜାଗାରୁ ଦୋକାନ ଗୃହ ଗୁଡିକ ହଟାଇ ଦିଆଯାଇଥିଲା । ସେହିପରି କେ.ମୋହନ ରାଓଙ୍କ ଘରର କିଛି ଅଂଶକୁ ମଧ୍ୟ ଜେସିବି ଦ୍ୱାରା ଭଙ୍ଗା ଯାଇଥିଲା ।