ଏନ୍ଓସି ଫାଉଣ୍ଡେସନ ପକ୍ଷରୁ ପାରାଦ୍ୱୀପ ର କୋରନା ଯୋଦ୍ଧାଙ୍କୁ ସମ୍ବର୍ନ୍ଧନା
ପାରାଦ୍ୱୀପ, (ପିତବାସ ପ୍ରଧାନ):ବିଶ୍ୱମହାମାରୀ କୋରନା ସମୟରେ କୋରନା ସଂକ୍ରମଣକୁ ରୋକିବାରେ ପୋଲିସ ପ୍ରଶାସନ ଓ ଲୋକମାନଙ୍କ ନିକଟରେ ସଠିକ୍ ତଥ୍ୟ ପହଞ୍ଚାଇବାରେ ଗଣମାଧ୍ୟମର ପ୍ରତିନିଧିମାନେ ପ୍ରଶଂସାର ପାତ୍ର । ଗଣମାଧ୍ୟମ ପ୍ରତିନିଧିମାନେ କୋରନା ଯୁଦ୍ଧ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ନିଜ ଘର ଓ ପରିବାରକୁ ଛାଡି କୋରାନାର ସ୍ଥିତି ସମ୍ପର୍କରେ ଟିକ୍ନିଖ୍ ଖବର ପ୍ରଦାନ କରିଥିବାରୁ ସେମାନେ ପ୍ରକୃତରେ କୋରନା ବିରୋଧି ଯୁଦ୍ଧର ସାର୍ଥକ ଯୋଦ୍ଧା ବୋଲି କହିଛନ୍ତି ଦେଶର ଅଗ୍ରଣୀ ଅନୁଷ୍ଠାନ ଏନ୍ଓସି ଫାଉଣ୍ଡେସନର ରାଜ୍ୟ ସଂଯୋଜିକା ଶୈଳେନ୍ଦ୍ରୀ ସେନାପତି । ଏହି ଅବସରରେ ସଂଗଠନ ପକ୍ଷରୁ ପାରାଦ୍ୱୀପ ଥାନା ଅଧିକାରୀ ରଜନୀକାନ୍ତ ସାମଲ, ମହିଳା ସବ୍ ଇନସ୍ପେକ୍ଟର ପଦ୍ମାଳୟା ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ପାରାଦ୍ୱୀପରେ କାର୍ଯ୍ୟରତ ସାମ୍ବାଦିକ ଗଗନ ବିହାରୀ ସାହୁ, ଶୁକଦେବ ଜେନା, ଶଶାଙ୍କ ଶେଖର ଆଚାର୍ଯ୍ୟ, ପ୍ରସାନ୍ତ କୁମାର ରାଉତ, ସଞ୍ଜୟ କୁମାର ମିଶ୍ର, ରବିନ୍ଦ୍ର କୁମାର ଜେନା, ଜଗନ୍ନାଥ ଶତପଥି, ବିଶ୍ୱନାଥ ବଳ, ପୁରୁଷୋତ୍ତମ ଶତପଥି, ଜ୍ଞାନରଞ୍ଜନ ଆଚାର୍ଯ୍ୟ, ପ୍ରଭାତ କୁମାର ମହାପାତ୍ର, ହରିଶ୍ ଚନ୍ଦ୍ର ଲେଙ୍କା, କୁଳମଣୀ ଲେଙ୍କା, ରମାକାନ୍ତ ଜେନା, ଜଗବନ୍ଧୁ ସ୍ୱାଇଁ, ସଞ୍ଜିବ୍ କୁମାର ମିଶ୍ର, ପ୍ରଶାନ୍ତ ରାଉତ ଓ ଚିନ୍ମୟ ସାହୁଙ୍କ ସମେତ ଅନ୍ୟମାନଙ୍କୁ ସମ୍ବୋର୍ଦ୍ଧିତ କରାଯାଇଥିଲା । ତେବେ ପାରାଦ୍ୱୀପରେ କୋରନା ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏନ୍ଓସି ଫାଉଣ୍ଡେସନର ଏହି ଉଦ୍ୟମକୁ ସାମ୍ବାଦିକ, ବୁଦ୍ଧିଜୀବୀ ଓ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି । ପ୍ରକାଶ ଥାଉକି ଲକ୍ଡାଉନ୍ ସମୟରେ ଏହି ସଙ୍ଗଠନ ପକ୍ଷରୁ ଗରିବ, ଅସହାୟଙ୍କ ସମେତ ବିଭିନ୍ନ ଦେବାଳୟର ପୂଜକ ମାନଙ୍କୁ ଶୁଖିଲା ଖାଦ୍ୟ, ମାସ୍କ ଓ ସାବୁନ୍ ବଣ୍ଟନ କରାଯାଇଥିଲା ।