ଏନ୍.ଏ.ସିରେ ଭ୍ରାମ୍ୟମାଣ ଯାନରେ କରୋନା ପରୀକ୍ଷା ଆରମ୍ଭ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ):   ବେଲଗୁଣ୍ଠା ସହରରେ ଭ୍ରାମ୍ୟମାଣ କରୋନା ପରୀକ୍ଷା ଯାନ ଦ୍ୱାରା ସହରବାସୀଙ୍କ ଆଣ୍ଟିଜେନ୍ ପରୀକ୍ଷା ଆରମ୍ଭ ହୋଇଛି । ଗତ ରବିବାର ଭଞ୍ଜନଗର ଉପଜିଲ୍ଲାପାଳ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।ଆଜି ପ୍ରଥମ ଦିନରେ ଜଗନ୍ନାଥ ପ୍ରସାଦ ରୋଡ୍ ବ୍ୟବସାୟ ମାନଙ୍କ ଆଣ୍ଟିଜେନ୍ ପରୀକ୍ଷା ହୋଇଥିଲା । ସମୁଦାୟ ୨୨ ଜଣଙ୍କ ପରୀକ୍ଷା ହୋଇଥିବା ବେଳେ ସମସ୍ତେ କରୋନା ନେଗଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି । ସହରବାସୀ ମାନେ ସ୍ୱତଃପ୍ରବୃତ ଭାବରେ ନିଜ ନିଜ ପରୀକ୍ଷା କରାଇ ବେଲଗୁଣ୍ଠା ସହରକୁ କରୋନା ମୁକ୍ତ ସହର କରିବା ପାଇଁ ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ