ଏପ୍ରିଲ ମାସରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ : ଏଠାରେ ଜାଣନ୍ତୁ କେବେ ଓ କାହିଁକି ଛୁଟି
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) :ମାର୍ଚ୍ଚ ମାସ ସରିବାକୁ ମାତ୍ର ୯ ଦିନ ବାକିଥିବା ବେଳେ ଏପ୍ରିଲ ମାସରୁ ଦେଶରେ ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବାକୁ ଯାଉଛି । ଏହି କ୍ରମରେ ଆମେ ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛୁ କି ଏପ୍ରିଲମାସରେ ପୂରା ୧୫ ଦିନ ବ୍ୟାଙ୍କ ରହିବ । ଯଦିଓ କିଛି କିଛି ପର୍ବରେ ପୁରା ଦେଶରେ ବ୍ୟାଙ୍କ ବନ୍ଦ ରହିବ ନାହିଁ ହେଲେ ୧୫ ଦିନ ଛୁଟି ମଧ୍ୟରୁ ଅଧିକାଂଶ ଛୁଟି ଜାତୀୟ ଛୁଟି ରହିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ୨୦୨୨ ଏପ୍ରିଲ ମାସ ପାଇଁ ଛୁଟି ତାଲିକା ପ୍ରକାଶ ପାଇଛି । ରିଜର୍ଭ ବ୍ୟାଙ୍କର ଛୁଟି ତାଲିକା ମୁତାବକ ଏପ୍ରିଲମାସରେ ସାପ୍ତାହିକ ଛୁଟି ସହ ବ୍ୟାଙ୍କ ମୋଟ ୧୫ ଦିନ ବନ୍ଦ ରହିବ । ତେବେ ଆସନ୍ତୁ ଜାଣିବା କେଉଁ ପର୍ବ ପାଇଁ କେବେ କେଉଁ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ ।
୧ ଏପ୍ରିଲ – ଏହି ଦିନ ବ୍ୟାଙ୍କର ବାର୍ଷିକ କାରବାର ହିସାବ ପାଇଁ ଦେଶର ସମସ୍ତ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ ।
୨ ଏପ୍ରିଲ – ଗୁଡିଉଡା ପର୍ବ ପାଇଁ ବେଙ୍ଗାଲୋର, ଚେନ୍ନାଇ, ହାଇଦ୍ରାବାଦ, ଇମ୍ଫାଲ, ଜମ୍ମୁ, ମୁମ୍ବାଇ, ନାଗପୁର, ପାନାଜୀ ଓ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିବ ।
୩ ଏପ୍ରିଲ – ରବିବାର ଥିବାରୁ ସାପ୍ତାହିକ ଛୁଟି
୪ ଏପ୍ରିଲ – ସାରିହୁଲ ପର୍ବ ପାଇଁ କେବଳ ରାଞ୍ଚିରେ ବ୍ୟାଙ୍କ ବନ୍ଦ ରହିବ
୫ ବାବୁ ଜଗଜୀବନ ରାମଙ୍କ ଜନ୍ମଦିନ ପାଇଁ କେବଳ ହାଇଦ୍ରାବାଦରେ ବ୍ୟାଙ୍କ ବନ୍ଦ ରହିବ ।
୯ ଏପ୍ରିଲ – ମାସର ଦ୍ୱିତୀୟ ଶନିବାର ପାଇଁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ ।
୧୦ ଏପ୍ରିଲ – ରବିବାର ସାପ୍ତାହିକ ଛୁଟି
୧୪ ଏପ୍ରିଲ – ଡ. ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ । କେବଳ ସିଲଂ ଓ ସିମଲା ବ୍ୟତୀତ ଅନ୍ୟ ସମସ୍ତ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ ।
୧୫ ଏପ୍ରିଲ – ଗୁଡ ଫ୍ରାଇଡେ , ଏହି ଦିନ ଜୟପୁର, ଜମ୍ମୁ ଓ ଶ୍ରୀନଗର ବ୍ୟତୀତ ଦେଶର ସମସ୍ତ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ ।
୧୬ ଏପ୍ରିଲ – ବୋହାଗ ବିହୁ ପର୍ବପାଇଁ କେବଳ ଗୋହାଟୀରେ ବ୍ୟାଙ୍କ ବନ୍ଦ ରହିବ ।
୧୭ ଏପ୍ରିଲ – ରବିବାର ପାଇଁ ସାପ୍ତାହିକ ଛୁଟି
୨୧ ଏପ୍ରିଲ – ଗାଡିୟା ପୂଜା ପାଇଁ କେବଳ ଅଗରତାଲାରେ ବ୍ୟାଙ୍କ ବନ୍ଦ ରହିବ ।
୨୩ ଏପ୍ରିଲ – ମାସର ଚତୁର୍ଥ ଶନିବାର ପାଇଁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ ।
୨୪ ଏପ୍ରିଲ – ରବିବାର ପାଇଁ ସାପ୍ତାହିକ ଛୁଟି ।
୨୯ ଏପ୍ରିଲ – ଜୁମାତ ଅଲ ବିଦା ପର୍ବ ପାଇଁ କେବଳ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିବ