ବୃଦ୍ଧ ବାପା ମାଆଙ୍କ ଆଖିରୁ ଶୁଖୁନି ଲୁହ ପୁଅର ଫୋଟକୁ ଚାହିଁ ବିତୁଛି ଜୀବନ

ଶେରଗଡ଼, (ବିଭୁ ପ୍ରସାଦ ଦାସ) :ମୃତ୍ୟୁ ଏମିତି ବି ଆସେ କେହି ଜାଣି ପାରିବେ ନାହିଁ। ରାତିରେ ଖାଇସାରି ଗାଁ ଦଣ୍ଡ ଚଉଁରା ମୂଳେ ଶୋଇଥିବା ବେଳେ ସକାଳୁ ଖବର ଆସିଲା ପୁଅର ମୃତ୍ୟୁ ହୋଇଛି ବୋଲି ,ଖବର ପାଇବା ପରେ ଗୋଡ଼ ତଳୁ ମାଟି ଖସିଯାଇଥିଲା ବୃଦ୍ଧ ମା ବାପା ର।ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରି ପ୍ରାୟ ଦୁଇ ବର୍ଷ ହେଲା ପୋଲିସ ବାବୁଙ୍କ ପାଖକୁ ଦଉଡ଼ି ଦଉଡ଼ି ନୟାନ୍ତ ହୋଇଗଲେଣି ପରିବାର ତଥାପି ହାତ ବାନ୍ଧି ବସିଚି ପୋଲିସ।ଏଯାଏଁ ମିଳିନି ହତ୍ୟାକାରୀଙ୍କ ସୁରାକ । ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ଗୋଠଗାଁ। ରାଜ୍ୟ ମୁଖିଆ ଙ୍କ ଗଡ ,ସବୁ ବେଳେ ସେ କହୁଛନ୍ତି ମା କୁ ସମ୍ମାନ କଥା ହେଲେ ଏବେ ଜଣେ ମା ନ୍ୟାୟ ଅପେକ୍ଷାରେ ବିତିଲାନି ପ୍ରାୟ ୨ ବର୍ଷ। ଗତ ତା- ୨/୫/୨୦୨୦ ଶନିବାର ବିଳମ୍ବିତ ରାତ୍ରି ରେ ଜଣେ ଯୁବକଙ୍କୁ ସୁଚିନ୍ତିତ ଭାବେ ହତ୍ୟା କରାଯାଇଥିଲା।ହତ୍ୟା କାଣ୍ଡର ଶିକାର ହୋଇଥିଲେ ଉକ୍ତ ଗ୍ରାମର ଅକୃର ନାହାକ ବୟସ ୩୨।ଅକୃର ଗାଁ ଛକ ଚଉରା ପାର୍ଶ୍ବରେ ଶୋଇବାକୁ ଯାଇଥିଲେ ସୋଇଥିବା ଖବର ପାଇ କିଛି ଦୁର୍ବୃତ୍ତ ଆସି କାତିରେ ଆକ୍ରମଣ କରିବା ପରେ ତାଙ୍କ ଜଙ୍ଘକୁ ହାଣି ଦେଇଥିଲେ। ଅକୃର ମରିଯିବା ପରେ ଶରୀରକୁ ଚଉରା ପାର୍ଶ୍ବରେ ଥିବା ପୋଖରୀ କୁ ଫିଙ୍ଗିଦେଇ ଫେରାର ହୋଇ ଯାଇଥିଲେ। ସେ ଦିନ ଶନିବାର ସନ୍ଧ୍ୟାରେ ଅକୃର ନିଜ ଘରେ ଖାଇ ଶୋଇବାକୁ ଚଉରା ପାର୍ଶ୍ବରେ ସୋଇଥିଲେ।ସୋଇଥିବା ଖବର ନେଇ କିଛି ଦୁର୍ବୃତ୍ତ ଆସି ତାକୁ ଆକ୍ରମଣ କରିଥିବା ଘର ଲୋକେ ଶେରଗଡ଼ ଥାନା ରେ ଲିଖିତ ଅଭିଯୋଗ କରିଥିଲେ।ଶେରଗଡ଼ ଥାନା କେଶ ନଂ ୪୬/୨୦ ପ୍ରକାରେ ଏକ ହତ୍ୟା ମାମଲା ରୁଜ୍ଜୁ ହୋଇଥିଲା ।ଅକୃର ଙ୍କ ମୁତ୍ୟୁ ଙ୍କୁ ପାଖା ପାଖି ଦୁଇ ବର୍ଷ ହୋଇଥିବା ବେଳେ ପୋଲିସ ହାତ ବାନ୍ଧି ବସିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ନ୍ୟାୟ ଅପେକ୍ଷା ଥିବା ବୃଦ୍ଧା ବାପା ଓ ମା ନ୍ୟାୟ ନ ମିଳିଲେ ଆଗାମୀ ଦିନ ରେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି। ୨/୫/୨୦୨୦ ଠାରୁ ଦୁଇଜଣ ଥାନାଅଧିକାରୀ ବଦଳି ହୋଇ ଗଲେଣି କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୁନ ପୁଣି ଜଣେ ଥାନାଧିକାରୀ ଯୋଗଦେଲେଣି କିନ୍ତୁ ତାଙ୍କ ସହ ଆମ ପ୍ରତିନିଧି ଯୋଗାଯୋଗ କରିବାରୁ ତାଙ୍କରି ସହ କୌଣସି ଯୋଗାଯୋଗ ହୋଇପାରିନଥିଲା।ଏଣୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବିନମ୍ର ନିବେଦନ କରିଛନ୍ତି ମୃତକଙ୍କ ପରିବାର ତାଙ୍କୁ ନ୍ୟାୟ ମିଳୁ ନଚେତ ସେମାନେ ସମ୍ପୂର୍ଣ୍ଣ ପରିବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଆତ୍ମହୁତି କରିବେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ