ଏପ୍ରିଲ ୯ ରୁ ବ୍ରହ୍ମପୁର ମା’ ବୁଢ଼ି ଠାକୁରାଣୀଙ୍କ ଯାତ୍ରା ସାତ ଦିନ ଧରି ଅନୁଷ୍ଠିତ ହେବ
ବ୍ରହ୍ମପୁର (ଅନିଲ କୁମାର): ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ି ଠାକୁରାଣୀ ଯାତ୍ରା ଆସନ୍ତା ଏପ୍ରିଲ ୯ ତାରିଖ ମଧ୍ୟରାତ୍ର ରୁ ଆରମ୍ଭ ହେବ । ରାତ୍ର ୯ଟା ରୁ ୧୧ ଟା ମଧ୍ୟରେ ମା କୁ ଡାକରା ପାଇଁ ଯିବ । ଏହାପରେ ରାତ୍ର ୧୨ ଟା ରୁ ୪ ଟା ମଧ୍ୟରେ ମା ଆସିବେ ବାପ ଘରକୁ ଅର୍ଥାତ୍ ଦେଶିବେହେରା ସାହିକୁ । ପାରମ୍ପାରିକ ରୀତିନୀତିରେ ସାଧାରଣ ଜନତାଙ୍କ ଉପସ୍ଥିତରେ ମା’ଙ୍କ ଆଗମନ ପାଇଁ ଶୁଭ ବେଳାର ସୂଚନା ପ୍ରଦାନ କରିଛନ୍ତି ସିଦ୍ଧାନ୍ତୀ । ଯାତ୍ରା ୭ ଦିନ ଧରି ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ପରେ ପରିସ୍ଥିତି ତଥା କରୋନାକୁ ଦୃଷ୍ଟିରେ ରଖି ସମୟ ବୃଦ୍ଧି କରାଯିବ ବୋଲି ପ୍ରଶାସନ ତରଫରୁ ପ୍ରତିଶୃତି ମିଳିବା ପରେ ଶୁଭ ଖୁଣ୍ଟି ସ୍ଥାପନ ସମୟରେ ଯାତ୍ରା ପରିଚାଳକ . ଦୁର୍ଗା ପ୍ରସାଦ ଦେଶୀ ବେହେରା ସୂଚନା ଦେଇଥିବା ବେଳେ ରାତ୍ର ପ୍ରାୟ ୧.୩୦ ମିନିଟ ରେ ଦେଶି ବେହେରା ସାହି ରେ ଶୁଭ ଖୁଣ୍ଟି ସ୍ଥାପନ ହୋଇଯାଇଛି । ଏହି ଅବସରରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ସୁବାସ ମହାରଣା. ଟି. ଗୋପୀ. ପି. ଆଶାରାଣୀଙ୍କ ସମେତ ବହୁ ଭକ୍ତ ଓ ଜନ ସାଧାରଣ ଉପସ୍ଥିତ ଥିଲେ। ଶାନ୍ତି ଶୃଙ୍ଖଳା କୁ ଦୃଷ୍ଟି ରେ ରଖି ବ୍ୟାପକ ପୋଲିସ୍ ମୁତୟନ ହୋଇଥିଲେ ।


