ଏବଟ ଲଂଚ କରିଛନ୍ତି ଇନଫ୍ଲୁଏଞ୍ଜା ବିରୁଦ୍ଧରେ ବ୍ୟାପକ ସୁରକ୍ଷା ପାଇଁ ନୂତନ ଫୋର-ଷ୍ଟ୍ରେଇନ ଫ୍ଲୁ ଭେକସିନ

ଏବଟ ବୈଶିକ ସ୍ୱାସ୍ଥ୍ୟଯତ୍ନ କମ୍ପାନୀ ନିକଟରେ ଏକ ନୂତନ ନିଷ୍କ୍ରିୟ ହୋଇଥିବା କ୍ୱଡ୍ରଭେଲେଂଟ ଭେକସିନ ଲଂଚ କରିଛନ୍ତି, ଏପ୍ରକାର ପ୍ରଥମ ଉପ-ୟୁନିଟ ଭେକସିନ ଭାରତରେ ଚାରୋଟି ଭୁତାଣୁ ଷ୍ଟ୍ରେଇନ ବିରୁଦ୍ଧରେ ସୁରକ୍ଷା ପ୍ରଦାନ କରିଥାଏ । ଭାରତରେ ୩ ବର୍ଷରୁ କମ ବୟସ୍କ ଶିଶୁମାନଙ୍କ ବ୍ୟବହାର ପାଇଁ କେବଳ ୦.୫ଏମଏଲ କ୍ୱଡ୍ରଭେଲେଂଟ ଫ୍ଲୁ ଭେକସିନ ଅନୁମୋଦିତ ହୋଇଛି । ପ୍ରକୃତରେ ୬ ମାସ ପର ଠାରୁ ଶିଶୁମାନଙ୍କୁ ଏବଂ ବୟସ୍କମାନଙ୍କୁ ଏହା ଦିଆଯାଇପାରେ । ୩ ବର୍ଷରୁ କମ ବୟସ୍କ ଶିଶୁମାନଙ୍କ କ୍ଷେତ୍ରରେ ୦.୫ଏମଏଲ ଭେକସିନ ପ୍ରତିରୋଧକ ପ୍ରତିକ୍ରିୟା ଉନ୍ନତ କରିପାରେ । ଏକ ବୈଶିକ ଭାବେ ଅନୁମୋଦିତ ଉତ୍ପାଦ, ଏବଟ ର ଭେକସିନ ଏକା ସାଙ୍ଗରେ ଚାରୋଟି ଭିନ୍ନ ଭିନ୍ନ ଫ୍ଲୁ ଭୁତାଣୁ ବିପକ୍ଷରେ ପ୍ରତିରୋଧକତା ଦେଇ ବ୍ୟାପକ ସୁରକ୍ଷା ପ୍ରଦାନ କରିଥାଏ । ତେଣୁ ଏହାକୁ କ୍ୱଡ୍ରଭେଲେଂଟ ବା ଟେଟ୍ରଭେଲେଂଟ ଭେକସିନ କୁହାଯାଏ । ଟ୍ରାଇଭେଲେଂଟ ଭେକସିନ ଅନ୍ତର୍ଭୁକ୍ତ କରୁଥିବା ଗୋଟିଏ ବି-ଷ୍ଟ୍ରେଇନ ତୁଳନାରେ ଏହା ଇନଫ୍ଲୁଏଞ୍ଜା ଭୁତାଣୁୁର ଏକ ଦ୍ୱିତୀୟ ବି-ଷ୍ଟ୍ରେଇନ ଅନ୍ତର୍ଭୁକ୍ତ କରିଥାଏ । ସ୍ୱାସ୍ଥ୍ୟ ପ୍ରାଧିକାରୀମାନଙ୍କ ପାଇଁ କୌଣସି ଭେକସିନ ସୁପାରିଶ କରିବା ଜଟିଳ ହୋଇପାରେ । ଏହାର କାରଣ ହେଲା ଭେକସିନ ଷ୍ଟ୍ରେଇନ ଏବଂ ଘୁରି ବୁଲୁଥିବା ଷ୍ଟ୍ରେଇନ ମଧ୍ୟରେ ଏକ ଅମେଳ ହୋଇପାରେ । ତେଣୁ କ୍ୱଡ୍ରଭେଲେଂଟ ଭେକସିନରେ ଏକ ଅତିରିକ୍ତ ବି-ଷ୍ଟ୍ରେଇନ ଅନ୍ତର୍ଭୁକ୍ତତା ସୁରକ୍ଷା ବ୍ୟାପକ କରିବାରେ ସାହାଯ୍ୟ କରିପାରେ । ବିଶ୍ୱ ସ୍ତରରେ ଏହି ଭେକସିନ ଉପରେ ନିକଟରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ ଟ୍ରାଇଭେଲେଂଟ ଭେକସିନରେ ଥରବା ବୈକଳ୍ପିକ ଆନୁବଂଶିକତା ବି-ଷ୍ଟ୍ରେଇନ ତୁଳନାରେ କ୍ୱଡ୍ରଭେଲେଂଟ ଭେକସିନ ଇମ୍ୟୁନ୍ଧେକ୍ସନିସିଟି କିମ୍ବା ପ୍ରତିରୋଧକ ପ୍ରତିକ୍ରିୟା ତୁଳନାତ୍ମକ ନିରାପତା ସହିତ ଶିଶୁମାନଙ୍କ କ୍ଷେତ୍ରରେ ବୃହତର ପ୍ରଦର୍ଶିତ ହୋଇଥିଲା । ଭାରତରେ ଏହା ୩ୟ ପିଢୀର କ୍ୱେଡ୍ରଭେଲେଂଟ ଉପ-ୟୁନିଟ ଫ୍ଲୁ ଭେକସିନ ସର୍ବାଧିକ ଉନ୍ନତ ଫ୍ଲୁ ଭେକସିନ ଅଟେ । ଉପ-ୟୁନିଟ ଭେକସିନର ଲାଭ ହେଲା ଯେ ସ୍ପ୍ଲିଟ ଭେକସିନ ତୁଳନାରେ ଏହା ବିଶୁଦ୍ଧତାର ଏକ ଅଧିକ ସୋପାନ ଦେଇ ଗତି କରିଥାଏ ଏବଂ ତେଣୁ ଅଧିକ ପରିଷ୍କୃତ ଅଟେ । ଏହା ଦ୍ୱାରା ପାଶ୍ୱର୍ ପ୍ରତିକ୍ରିୟା କମ ହୋଇପାରେ । ଶିଶୁ, ବୃଦ୍ଧ, ଗର୍ଭବତୀ ମହିଳା, ଶ୍ୱାସ ରୋଗୀ ଏବଂ ମଧୁମେହ ରୋଗୀମାନଙ୍କ ସହିତ ଉଚ୍ଚ ସଙ୍କଟ ଗୋଷ୍ଠୀରେ ବୈଶିକ ଭାବେ କରାଯାଇଥିବା ଏକ ନୈଦାନିକ ଅଧ୍ୟୟନରେ ଅନ୍ୟାନ୍ୟ ପ୍ରକାରର ଫ୍ଲୁ ଭେକସିନ ତୁଳନାରେ ଉପ-ୟୁନିଟ ଭେକସିନ ଅଧଯକତର ସହନଶୀଳତା ଏବଂ ଅନୁକୁଳୀୟ ସୁରକ୍ଷା ପ୍ରୋଫାଇଲ ଦର୍ଶାଇଥିଲା । ଉଚ୍ଚ ସଙ୍କଟ ଜନସଂଖ୍ୟାରେ ଏକ ନିଷ୍କ୍ରିୟ ହୋଇଥିବା ଇନଫ୍ଲୁଏଞ୍ଜା ଭେକସିନ ଲାଭଦାୟକ ଅଟେ କାରଣ ଗର୍ଭବତୀ ମହିଳା, ୨ ବର୍ଷରୁ କମ ବୟସର ଶିଶୁ, ବୃଦ୍ଧ ବୟସ୍କ ଏବଂ ପ୍ରତିରୋଧ-ବୁଝାମଣା ରୋଗୀମାନଙ୍କ ଭଳି ଏକ ସେଟର ଲୋକଙ୍କୁ ଏହା ଦିଆଯାଇପାରିବ । ଡା. ଶ୍ରୀରୁପା ଦାସ, ଚିକିତ୍ସିୟ ନିଦ୍ଦେଶକ, ଏବଟ ଇଣ୍ଡିଆ କହିଲେ, “ଉଭୟ ୬ ମାସରୁ ଉର୍ଦ୍ଧ ଶିଶୁ ଏବଂ ବୟସ୍କମାନଙ୍କୁ ପ୍ରଦାନ କରାଉଯାଇ ପାରୁଥିବା ଆମର ଫ୍ଲୁ ଭେକସିନର କ୍ୱଡ୍ରଭେଲେଂଟ ସଂସ୍କରଣର ଲଂଚରେ ଆମେ ରୋମାଂଚିତ ଅଟୁ । ଏହି ନିର୍ଦ୍ଦିଷ୍ଟ ପ୍ରକାରର ଭେକସିନ କମ ପାଶ୍ୱର୍ ପ୍ରତିକ୍ରିୟା ସହିତ ଭଲ ପ୍ରତିରୋଧକ ପ୍ରତିକ୍ରିୟା ପ୍ରଦାନ କରିଥାଏ । ଫ୍ଲୁ ବିପକ୍ଷରେ ଅଧିକରୁ ଅଧିକ ଲୋକଙ୍କୁ ସୁରକ୍ଷିତ କରିବାକୁ ଏବଟ ର ଏହା ଲଗାତାର ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ ଅଟେ । ଇନଫ୍ଲୁଏଞ୍ଜା ର ଥିବା ସମ୍ଭାବ୍ୟ ଗମ୍ଭୀର ପରିଣାମକୁ ଚିହ୍ନଟ କରୁଥିବା “ମଦର୍ସ ଅଗେନଷ୍ଟ ଇନଫ୍ଲୁଏଞ୍ଜା” (ଏମଏଆଇ) ଅଭିଯାନର ଅଂଶ ଭାବରେ ଏବଟ ଇନଫ୍ଲୁଏଞ୍ଜା ବିରୁଦ୍ଧରେ ପରିବାରକୁ ସୁରକ୍ଷିତ ରଖିବାର ଗୁରୁତ୍ୱ ସଚତେନତା ବୃଦ୍ଧି କରୁଛି ଯେପରିକି ସେମାନେ ସ୍ୱାସ୍ଥ୍ୟକର ଏବଂ ପୂର୍ଣ୍ଣ ଜୀବନ ବଂଚି ପରିବେ । ସମସ୍ତ ଆୟୁକୁ ପ୍ରଭାବିତ କରିଥିବା ଏକ ଶ୍ୱାସୀୟ ସଂକ୍ରମଣ, ଇନଫ୍ଲୁଏଞ୍ଜା ସାଧାରଣ ଥାଣ୍ଡା ଠାରୁ ଅଲଗା ଅଟେ ମୁଣ୍ଡ ବ୍ୟଥା, ମାଇଏଲଜୀଆ କିମ୍ବା ମାଂସପେଶୀ ଯନ୍ତ୍ରଣା, କ୍ଳାନ୍ତି ଏବଂ ଗୁରୁତର ଛାତି ଅସ୍ୱାଚ୍ଛନ୍ଦତା ଓ କାଶ ଆଦି ଲକ୍ଷଣ ସହିତ ୩ରୁ ୪ ଦିନ ପର୍ଯ୍ୟନ୍ତ ଉଚ୍ଚ ଜ୍ୱରରେ ଏକ ଇନଫ୍ଲୁଏଞ୍ଜା ସଂକ୍ରମଣ ବିଶେଷ ଭାବେ ପରିଣତ ହୋଇଥାଏ । ଅଧିକନ୍ତୁ ଶ୍ୱାସ ସମ୍ବନ୍ଧିତ ରୋଗ, ହୃଦରୋଗ ଏବଂ ମଧୁମେହ ସହିତ ଛୋଟ ପିଲା ଏବଂ ବୃଦ୍ଧଆଦି ନିର୍ଦ୍ଦିଷ୍ଟ ଗୋଷ୍ଠୀରେ ଇନଫ୍ଲୁଏଞ୍ଜା ଗମ୍ଭୀର ଜଟିଳତା ସୃଷ୍ଟି କରିପାରେ । ମାନବ ରୋଗ ସୃଷ୍ଟି କରୁଥିବା ଇନଫ୍ଲୁଏଞ୍ଜା ଏ ଏବଂ ବି ବର୍ତମାନ ବୈଶିକ ଭାବେ ସଂଚାଳିତ ହେଉଛନ୍ତି ଏବଂ ଭାରତରେ ଋତିୟ ଉଭା ହୋଇଥାଏ । ଇନଫ୍ଲୁଏଞ୍ଜା ର ରୋଗ ଭାର ପର୍ଯ୍ୟାପ୍ତ ହୋଇଥାଏ ଏବଂ ସମସ୍ତ ଇନଫ୍ଲୁଏଞ୍ଜା ସମ୍ବନ୍ଧିତ ମୃତ୍ୟୁର ୨୫% ସହିତ ବି ଭୁତାଣୁ ଜଡିତ ବୋଲି ଆକଳନ କରାଯାଇଛି । ମୁମ୍ବାଇର ଏକ ପ୍ରମୁଖପାଲମନୋଲଜିଷ୍ଟ ଏବଂ ଜେରିଏଟ୍ରିକ ଷୋସାଇଟି ଅଫ ଇଣ୍ଡିଆର ଅଧ୍ୟକ୍ଷ ଡା. ଅଗମ ଭୋରା କହିଲେ, “ରୋଗ ନିୟନ୍ତ୍ରଣର ରାଷ୍ଟ୍ରୀୟ କେନ୍ଦ୍ରର ଆକଳନ ଦର୍ଶାଉଛି ଯେ ଭାରତରେ ଇନଫ୍ଲୁଏଞ୍ଜା ମାମଲା ୫-ଗୁଣ ବଢି ୨୦୧୨ରେ ୫,୦୪୪ରୁ ୨୦୧୯ରେ ୨୮୭୯୮ରେ ପହଂଚି ଏବଂ ଓଡିଶାରେ ରିପୋର୍ଟ ହୋଇଥିବା ଇନଫ୍ଲୁଏଞ୍ଜା ମାମଲା ୨୦୧୫ରେ ୭୬ ରୁ ବଢି ୨୦୧୯ରେ ୨୦୬ ରେ ପହଂଚି ବର୍ଷିକ ୨୮% ହାରରେବୃଦ୍ଧି ପାଇଛି । ଇନଫ୍ଲୁଏଞ୍ଜା ବିପକ୍ଷରେ ଭେକ୍ସିନେସନ ସର୍ବତୋମ ପ୍ରତିରକ୍ଷା ଅଟେ ଏବଂ କ୍ୱେଡ୍ରଭେଲେଂଟ ଭେକସିନ ବ୍ୟାପକ- ଆବରଣୀୟ ସୁରକ୍ଷା ପ୍ରଦାନ କରୁଛି ବୋଲି ଦେଖାଇବାକୁ ଶକ୍ତିଶାଳୀ ପ୍ରମାଣ ରହିଛି । ଅଧ୍ୟୟନ ଦର୍ଶାଉଛି ଯେ ସମସ୍ତ ଭିନ୍ନ ଭିନ୍ନ ଆୟୁ ବର୍ଗରେ ବୈକଳ୍ପିକ ବି-ଷ୍ଟ୍ରେଇନ ବିରୁଦ୍ଧରେ ଏହି ସବୁ ଭେକସିନ ବର୍ଦ୍ଧିତ ସୁରକ୍ଷା ପ୍ରଦାନ କରୁଛି । ବର୍ତମାନସୁଦ୍ଧା ଇନଫ୍ଲୁଏଞ୍ଜା ବି ସଂସ୍ପର୍ଶରେ ଆସିନଥିବା କଅଁଳା ଶିଶୁ ଏବଂ ପିଲାମାନଙ୍କୁ କ୍ୱେଡ୍ରଭେଲେଂଟ ଭେକସିନ ସର୍ବାଧିକ ଲାଭ ଦେଇଥାଏ । ଶିଶୁ ମାନେ ବିଶେଷ ଭାବେ ଇନଫ୍ଲୁଏଞ୍ଜା ର ଶିକାର ହୋଇଥାନ୍ତି । ଏକ ଭାରତ ଅଧ୍ୟୟନ ଆକଳନକରିଛି ଯେ ୨୦୧୬ରେ ୫-ବର୍ଷରୁ –କମ ରୋଗୀ କ୍ଷେତ୍ରରେ ୧୬ ମିଲିୟନ ଇନଫ୍ଲୁଏଞ୍ଜା ମାମଲା ଘଟିଥିଲା ଯେଉଁଥିରୁ ୧୦.୯ ମିଲିୟନ ଆଉଟେପସେଂଟ ପରିଦର୍ଶନ ଏବଂ ୧୦୯,୦୦୦ ହସ୍ପିଟଲରେ ଭର୍ତି ହୋଇଥିଲେ । ଶିଶୁ ସହିତ ବୟସ୍କ ଏବଂ ବୃଦ୍ଧ କ୍ଷେତ୍ରରେ ଇନଫ୍ଲୁଏଞ୍ଜା ଭେକ୍ସିନେସନ ର ଲାଭ ପ୍ରମାଣିତ ହୋଇଥିଲେ ହେଁ ସମସ୍ତ ଭେକସିନ ନିବାରଣୀୟ ରୋଗରେ ପ୍ରତିରୋଧକ ହାର ନିମ୍ନରେ ରହିଛି ।

ଇନଫ୍ଲୁଏଞ୍ଜା ବିଷୟରେ
ଇନଫ୍ଲୁଏଞ୍ଜା ଭୁତାଣୁ ଦ୍ୱାରା ସୃଷ୍ଟି ହେଉଥିବା ଏକ ଅତ୍ୟନ୍ତ ସଂକ୍ରାମକ ଶ୍ୱାସୀୟ ରୋଗ ଅଟେ । ଇନଫ୍ଲୁଏଞ୍ଜା ସୃଷ୍ଟି କରୁଥିବା ଭୁତାଣୁ ମ୍ୟୁଟେସନ (ନୂତନ ଷ୍ଟ୍ରେଇନକୁ) ଦେଇ ଗତି କରେ ଏବଂ ସମୟକୁ ସମୟ ମହାମାରୀ ଓ ପେଣ୍ଡେମିକ ସୃଷ୍ଟି କରିଥାଏ । ତେଣୁ ଅତ୍ୟଧିକ ମୃତ୍ୟୁ ଓ ରୁଗଣତା ସୃଷ୍ଟି କରୁଥିବା ଇନଫ୍ଲୁଏଞ୍ଜା ଏକ ବୈଶିକ ସାର୍ବଜନୀନ ସ୍ୱାସ୍ଥ୍ୟ ସମସ୍ୟା ଅଟେ ।
ଭାରତରେ ଋତିୟ ଇନଫ୍ଲୁଏଞ୍ଜା ମହାମରୀ ଶିତ ଏବଂ ବର୍ଷା ଋତୁର ମାସରେ ଦେଖାଯାଇପାରେ । ଏକ ଅଧ୍ୟୟନରୁ ଜଣାପଡିଛି ଯେ ବର୍ଷା ଋତୁ ମାସିକ ହସ୍ପିଟାଲରେ ଭର୍ତି ହେବା ଅକ୍ୟୁଟ ବେମାର ମଧ୍ୟରୁ ୨୦-୪୨% ଇନଫ୍ଲୁଏଞ୍ଜା ଯୋଗୁଁ ହୋଇଥାଏ । ଶ୍ୱାସୀୟ, ହୃଦରୋଗ ଏବଂ ମଧୁମେହ ସହିତ ଛୋଟ ଶିଶୁ ଏବଂ ଆଦି ଅନ୍ତର୍ନିହିତ (କ୍ରନିକ) ସ୍ଥିତି ଥରବା ଲୋକମାନଙ୍କର ଇନଫ୍ଲୁଏଞ୍ଜା ସହିତ ଜଡିତ ଜଟିଳତା / ହସ୍ପିଟଲରେ ଭର୍ତି ହେବାର ବର୍ଦ୍ଧିତ ସଙ୍କଟ ଥାଏ ।
କ୍ୱେଡ୍ରଭେଲେଂଟ ଇନଫ୍ଲୁଏଞ୍ଜା ଭେକସିନ (କ୍ୱୁିଆଇଭି) ବିଷୟରେ
ଟ୍ରାଇଭେଲଂଟ ଇନଫ୍ଲୁଏଞ୍ଜା ଭେକସିନ ରେ (ଟିଆଇଭି) ଦୁଇଟି ଇନଫ୍ଲୁଏଞ୍ଜା ଏ ଷ୍ଟ୍ରେଇନ (ଏଚ୧ଏନ୧ ଏବଂ ଏଚ୩ଏନ୩) ଏବଂ କେବଳ ଗୋଟିଏ ଇନଫ୍ଲୁଏଞ୍ଜା ବି ଭୁତାଣୁ (ଭିକ୍ଟୋରିଆ କିମ୍ବା ୟାମାଗାଟା ଆନୁବଂଶିକତା) ଥାଏ । ଭେକସିନରେ ଥିବା ବି-ଷ୍ଟ୍ରେଇନ ଏବଂ ସଂଚାଳିତ ହେଉଥିବା ବି-ଷ୍ଟ୍ରେଇନ ମଧ୍ୟରେ ଏକ ଅମେଳ ଘଟିପାରେ । ଏଭଳି ଏକ ଅମେଳ ଘଟିଲେ ପାରମ୍ପାରିକ ଟ୍ରାଇଭେଲଂଟ ଭେକସିନ ସଂଚାଳିତ ଷ୍ଟ୍ରେଇନ ବିପକ୍ଷରେ ସୁରକ୍ଷା ଦେବାରେ ସୀମିତ କ୍ଷମତା ଦେଖାଇଥାଏ ।
ଫେବୃୟାରି ୨୦୧୩ରେ ଭେକସିନ ରଚନାରେ ଉଭୟ ସମ୍ଭାବ୍ୟ ବି-ଷ୍ଟ୍ରେଇନ ଅନ୍ତର୍ଭୁକ୍ତ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁପାରିଶ କରି ଦିଗନିର୍ଦ୍ଦେଶ ଜାରି କରିଥିଲେ । ଏହି ସୁପାରିଶ ଅନୁରୁପ ଅନ୍ୟ ଏକ ପ୍ରକାରର ବି-ଷ୍ଟ୍ରେଇନ କ୍ୱେଡ୍ରଭେଲେଂଟ ଇନଫ୍ଲୁଏଞ୍ଜା ଭେକସିନ (କ୍ୱୁିଆଇଭିଏସି) ଅନ୍ତର୍ଭୁକ୍ତ କରିଥାଏ ଯାହା ବର୍ଦ୍ଧିତ ସୁୁରକ୍ଷା ଦେଇପାରେ । ଉଭୟ ଏ ଓ ବି ଭୁତାଣୁର ରୋଗ ଭାର ପର୍ଯ୍ୟାପ୍ତ ଅଟେ, ଏବଂ ସମସ୍ତ ଇନଫ୍ଲୁଏଞ୍ଜା ସମ୍ପର୍କିତ ମୃତ୍ୟୁର ୨୫% ସହିତ ବି ଭୁତାଣୁ ଜଡିତ ବୋଲି ଆକଳନ କରାଯାଇଛି ।
ପର୍ଯ୍ୟାପ୍ତ ମୃତ୍ୱ୍ୟ ସହିତ ଇନଫ୍ଲୁଏଞ୍ଜା ବି ଜଡିତ ହୋଇଥିବା ଯୋଗୁଁ ଟିଆଇଭି ବଦଳା କ୍ୱୁିଆଇଭି ର ବ୍ୟବହାର ଇନଫ୍ଲୁଏଞ୍ଜା ର ଭାର ଆହୁରି ଅଧିକ ହ୍ରାସ କରିପାରେ । ଏକ ଅଧ୍ୟୟନ ଅନୁସାରେ ଟିଆଇଭି ସହିତ ଏବେ ବି ଘଟୁଥିବା ସମସ୍ତ ଇନଫ୍ଲୁଏଞ୍ଜା ବି ସଂକ୍ରମଣର ୧୧.୨% କ୍ୱୁିଆଇଭି ର ପ୍ରୟୋଗ ନିବାରଣ କରିପାରିବ । ଇନଫ୍ଲୁଏଞ୍ଜା ଏ ଅପେକ୍ଷା ଇନଫ୍ଲୁଏଞ୍ଜା ବି ଅସୁସ୍ଥତା କମ ଗୁରୁତର ବୋଲି ବିଶ୍ୱାସ ଏହାର ପ୍ରଭାବକୁ ନିମ୍ନ-ଆକଳନ କରିବା ପାଇଁ ଦାୟୀ ଅଟେ । ଭାରତରେ ଇନଫ୍ଲୁଏଞ୍ଜା ବି ଭୁତାଣୁର ଉଭୟ ଆନୁବଂଶିକତା ସଂଚାଳନରେ ଅଛି ବୋଲି ପ୍ରମାଣ ଅଛି, ଯେଉଁଥି ଯୋଗୁଁ ଅତିରିକ୍ତ ସୁରକ୍ଷା ଆବଶ୍ୟକ ଅଛି ।
ଏବଟ ବିଷୟରେ
ଜୀବନର ସମସ୍ତ ସୋପାନରେ ଅଧିକ ସଂପୂର୍ଣ୍ଣ ଭାବେ ବଂଚିବା ପାଇଁ ସାହାଯ୍ୟ କରୁଥିବା ଏବଟ ଏକ ବୈଶିକ ସ୍ୱାସ୍ଥ୍ୟଯତ୍ନ ନେତା ଅଟେ । ନୈଦାନିକ, ଚିକିସିôୟ ଉପକରଣ, ପୋଷଣ ତତ୍ୱ ଏବଂ ବ୍ରାଣ୍ଡିଡ ଜନେରିକକ ଔଷଧ ଆଦି ଉତ୍ପାଦ ଏବଂ ଅଗ୍ରଣୀ ବ୍ୟବସାୟ ସହିତ ଆମର ଜୀବନ-ପରିବର୍ତନକାରୀ ପ୍ରାଦ୍ୟୋଗୀକିର ପୋର୍ଟଫୋଲିଓ ସ୍ୱାସ୍ଥ୍ୟଯତ୍ନର ସଂପୁର୍ଣ୍ଣ ସ୍ପେକ୍ଟ୍ରମ ଅଟେ । ୧୬୦ ରୁ ଅଧିକ ଦେଶରେ ୧୦୭,୦୦୦ ସହକର୍ମୀ ଲୋକଙ୍କ ସେବା କରୁଛନ୍ତି । ଭାରତରେ ୨୦୧୦ରେ ଏବଟ ପ୍ରତିଷ୍ଟିତ ହୋଇଥିଲା ଏବଂ ଏହା ଦେଶର ଅନ୍ୟତମ ସର୍ବ ପୁରାତନ ୧ ସର୍ବାଧିକପ୍ରଶଂସିତ ସ୍ୱାସ୍ଥ୍ୟଯତ୍ନ କମ୍ପାନୀ ଅଟେ । ଦେଶରେ ୧୨,୦୦୦ରୁ ଅଧିକ କର୍ମଚାରୀ ଏବଟ ସମସ୍ତ ସହରୀ ଏବଂ ଗ୍ରମୀଣ ଭାରତର ଗ୍ରାହକ, ରୋଗୀ ଏବଂ ଡାକ୍ତର ମାନଙ୍କର ଆବଶ୍ୟକତାକୁ ପୁରଣ କରିବାରେ ସାହାଯ୍ୟ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ