ଏବେବି ଚୁଆପାଣି ଉପରେ ଭରଷା କୋଡ଼ିଗନ୍ଧି ଗାଁ
ମାଲକାନଗିରି,(ଓ୍ବାଇଏନ୍ଏସ୍): ନାଳରେ ବଡ଼ଗଣ୍ଡି ପକାଇ ଚୁଆପାଣି ଆଣୁଛନ୍ତି ଗାଁ ର ସ୍ତ୍ରୀ ଲୋକ. ଚିତ୍ରକୋଣ୍ଡା:-12/01/2021-ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଅନ୍ତର୍ଗତ ଅଣ୍ଡିରାପାଲି ପଞ୍ଚାୟତ ଅନ୍ତର୍ଭୁକ୍ତ କୋଡ଼ିଗନ୍ଧି ଗାଁ ରେ 120 ଗୋଟି ଆସିବାସୀ ବସବାସ କରନ୍ତି, ଏହି ଗାଁର ପରିବାର ଲୋକମାନେ ପାଣି ପିଇବା ପାଇଁ ନାଳ ପାଣି ଓ ଚୁଆ ପାଣି ଉପରେ ନିର୍ଭରଶିଳ ହୋଇ ଚାଲିଆସୁଥିଲେ, କିଛି ବର୍ଷ ତଳେ ଉକ୍ତ ଗ୍ରାମ ରେ ଗୋଟିଏ କୂଅ ଓ ଗୋଟିଏ ନଳକୂଅ କରାଯାଇଥିଲା, ନଳକୁଅ ଟି ଅଚଳ ହୋଇ ଯାଇଥିବା ବେଳେ କୂଅ ଟି ପୋତି ହୋଇ ଯାଇଛି ଫଳରେ କୋଡ଼ିଗନ୍ଧି ଗ୍ରାମର ଲୋକେ ଆଗଭଳି ଯେମିତି ନାଳ ପାଣି ଓ ଚୁଆ ପାଣି ଉପରେ ନିର୍ଭରଶିଳ ହୋଇ ଚଳୁଥିଲେ ଏବେବି ସେଇ ନାଳ ଓ ଚୁଆ ପାଣି କୋଡ଼ିଗନ୍ଧି ଗାଁ ଲୋକଙ୍କର ଭରଷା ପାଲଟିଛି, ଖରା ଦିନ ଓ ଶୀତ ଦିନର କିଛି ମାସ ନାଳ ପାଣି ଉପରେ ନିର୍ଭର କରିଥାନ୍ତି ଏମାନେ ଓ ବର୍ଷା ଦିନେ ଅଧିକ ଗୋଳି ପାଣି ସକାଶେ ପାଣି ବ୍ୟବହାର ଉପଯୋଗୀ ହୋଇ ନଥାଏ, ଏଣେ ନଳ କୂଅ ଅଚଳ, ଏଣୁ ପ୍ରତିଦିନ ଗାଁ ର ମହିଳା ମାନେ ଗାଁ ଠାରୁ ଅଧ କିଲୋମିଟର ନାଳ ଉପରେ ପଡ଼ିଥିବା କାଠଗଣ୍ଡି ଡେଇଁ ଚୁଆ ରୁ ପାଣି ଆଣିଥାନ୍ତି,ଏହି ଚୁଆ ଓ ନାଳ ଅପରିଷ୍କାର ପାଣି ପିଇ ବହୁ ସମୟରେ ଗାଁ ଲୋକେ ତରଳଝାଡା ଓ ପେଟ ରୋଗରେ ଆକ୍ରାନ୍ତ ହେଉଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି,ସେଇଭଳି ସେଇ ଗୋଟିଏ ପଞ୍ଚାୟତ ର ତେନ୍ତୁଳିପଦର ଗାଁ ଅବସ୍ଥା ସମାନ ପ୍ରକାରର ଗୋଟେ କିଲୋମିଟର ଦେଇ ଚୁଆ ଓ ଜଳ ଭଣ୍ଡାର ର ପାଣି ପିଇଥାନ୍ତି ଉକ୍ତ ଗ୍ରାମବାସି, ଅବିଳମ୍ବେ ଜିଲା ପ୍ରଶାସନ ଉଭୟ ଗ୍ରାମର ଜଳ ସମସ୍ୟା କୁ ଅନୁଧ୍ୟାନ କରି ପାନୀୟ ଜଳ ବ୍ୟବସ୍ଥା ଯୋଗାଇ ଦେବାକୁ ଗ୍ରାମବାସି ଦାବି କରିଛନ୍ତି |


