ଏବେବି ୧୫ରୁ ଉର୍ଦ୍ଧ ଗାଁ ପାଣିଘେରରେ 

ହାଟଡିହି,(ଓ୍ବାଇଏନ୍ଏସ୍) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଏବେବି ୧୫ରୁ ଉର୍ଦ୍ଧ ଗାଁ ପାଣିଘେରରେ ଥିବାରୁ ଜଳବନ୍ଦୀରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବୈତରଣୀ ନଦୀର ଜଳସ୍ତର କମିଥିଲେବି ଅନେକ ସ୍ଥାନକୁ ଯୋଗଯୋଗ ବିଛିନ୍ନ ହୋଇ ରହିଛି । ଆଇତିପୁର ପଞ୍ଚାୟତର ରାଘବପୁର, ନୁଆଗାଁ, ମଧୁପୁର, ରତକଣା, ଅମୃତପୁର ଆଦି ଗ୍ରାମକୁ ଯାତାୟତ ସମ୍ଭବ ହୋଇ ନଥିବାବେଳେ ହାବଳେଶ୍ୱର ପଞ୍ଚାୟତର ବାଲିପଦା, ଜମ୍ଭରା ଗ୍ରାମକୁ ଯୋଗାଯାଗ ବିଛି ହୋଇ ରହିଛି । ସେହିପରି ବାହାରିପୁର ନିକଟରେ ରାସ୍ତା ଉପରେ ୫ଫୁଟ ଉଚ୍ଚର ପାଣି ଚାଲୁ ଥିବାରୁ ସମଣା, ଗୋବିନ୍ଦପୁର, ଚାପୁଣ୍ଡିଆ, କୋଦମଡିହି ଆଦି ଗ୍ରାମକୁ ଗମନା ଗମନ ବନ୍ଦ ହୋଇଯାଇଛି । ସମଣା ଗ୍ରାମରେ ଅନେକ ଲୋକଙ୍କ ଘରଦ୍ୱାର ଭାଷି ଯାଇଥିବାବେଳେ କୌଣସି ପ୍ରଶାସନିକ ଅଧିକାରୀ ଉକ୍ତ ଗ୍ରାମରେ ପହଞ୍ଚି ପାରି ନାହାନ୍ତି । ଆଜି ସରପଞ୍ଚଙ୍କ ଉଦ୍ୟମରେ ତହସିଲ ପକ୍ଷରୁ ଘର ଭାଙ୍ଗିଥିବା ଲୋକଙ୍କ ପାଇଁ ପଲିଥିନିର ବ୍ୟବସ୍ଥା କରାଯାଇଥିବା ସରପଞ୍ଚ ପତିତ ପାବନ ନନ୍ଦ କହିଛନ୍ତି । ସେହିପରି ତେଲସିଙ୍ଗା, କରଗୋଳା, ଗ୍ରାମକୁ ଯାତାୟତ ସମ୍ଭବ ହୋଇପାରିନି । ଅନେକ ଗାଁରେ ଚାଳଘର ସବୁ ଭୁଷୁଡି ପଡିଥିବାବେଳେ ଅନେକ ଲୋକଙ୍କ ମାଟିଘରର କାନ୍ଥ ଭୁଷୁଡି ପଡିଛି । ପଞ୍ଚୁଗୋଛିଆ ପଞ୍ଚାୟତର ତରଭା ଓ ବରେଶ୍ୱର ଗାଁରେ ପରିସ୍ଥିତି ଶୋଚନୀୟ ହୋଇପଡିଛି । ବରେଶ୍ୱର ଗ୍ରାମର ଭଗବାନ ପଣ୍ଡା, ଏକାଦଶୀ ପଣ୍ଡା, ଗେଣ୍ଡୁ ପଣ୍ଡା, ଗାଣ୍ଡୁଆ ମହାନ୍ତି, ଦୁର୍ଯ୍ୟୋଧନ ପଣ୍ଡା, ଧବଳେଶ୍ୱର ପଣ୍ଡା, ପଦ୍ମିନୀ ପଣ୍ଡାଙ୍କ ବାସଗୃହ ଗୁଡିକ ଭାଙ୍ଗି ପଡିଥିବାବେଳେ ଏବେ ବି ଘର ଭିତରେ ଆଣଣ୍ଠୁଏ ପାଣି ଲହଡି ମାରୁଛି । ଫଳରେ ସେମାନେ ଦୁଇଦିନ ହେଲା ଗାଁ ସ୍କୁଲରେ ଆଶ୍ରୟ ନେଇଛନ୍ତି । ବିପନ୍ନ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ସହିତ ବିଭିନ୍ନ ପଞ୍ଚାୟତରେ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଛି । ଆଜି ଅତିରିକ୍ତ ଜିଲ୍ଲାପାଳ ଭକ୍ତ ଚରଣ ପ୍ରଧାନ, ଭାରପ୍ରାପ୍ତ ଉପଜିଲାପାଳ ତପନ କୁମାର ନାୟକ, ତହସିଲଦାର ଗାୟତ୍ରୀ ସୋରେନ, ବିଡିଓ ଜୟଦେବ ଦାସ, ଅତିରିକ୍ତ ତହସିଲଦାର ରଶ୍ମିରଞ୍ଜନ ଦାଶ ପ୍ରମୁଖ ପଞ୍ଚୁଗୋଛିଆ ପଞ୍ଚାୟତକୁ ଗ୍ରସ୍ତକରି ବନ୍ୟ।। ସ୍ଥିତି ଅନୁଧ୍ୟାନ କରିବା ସହ ରନ୍ଧାଖାଦ୍ୟ ବଣ୍ଟନର ତଦାରଖ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ