ଏବେ ଚୁଟକୀରେ ମିଳିବ ଭାରତ ଗ୍ୟାସ
ବ୍ରହ୍ମପୁର, (ଓ୍ବାଇଏନ୍ଏସ୍):କୋରନା ମହାମାରୀଙ୍କୁ ଦୃଷ୍ଟିରେ ରଖି ଭାତରତ ଗ୍ୟାସ କମ୍ପାନୀ ନିଜର ଉପୋଭୋକ୍ତାଙ୍କର ସୁବିଧା ପାଇଁ ହ୍ୱାଟସପ ଜରିଆରେ ଗ୍ୟାସ ବୁକିଂ କରିବାର ଏକ ନୂଆ ପ୍ରୟାସ ଆରମ୍ଭ କରିଛି | ଏହା ଦ୍ୱାରା ଭାରତ ଗ୍ୟାସ ସଂଯୋଗ ନେଇଥିବା ଉପୋଭୋକ୍ତାମାନେ ଘରେ ରହି ଗୁଗୁଲପେ ,ଆମାଜନ,ପେ-ଟି -ଏମ ସମେତ ୟୁପିଆଇ ଜରିଆରେ ନିଜର ପଞ୍ଜିକୃତ ମୋବାଇଲ ନମ୍ବରରୁ ଦେୟ ପ୍ରଦାନ କରି ଅନ୍ୟ ସୁବିଧା ପାଇପାରିବେ | ଏହା ଦ୍ୱାରା ଉପୋଭୋକ୍ତାମାନେ ପ୍ରଯୁକ୍ତି ଜ୍ଞାନର ଲାଭ ଉଠାଇବା ସହ କୋରନା ଭଳି ମହାମାରୀରୁ ମଧ୍ୟ ନିସ୍ତାର ପାଇପାରିବେ | ଏହା ସହ ଉପୋଭୋକ୍ତାମାନେ ଡିଜିଟାଲ ମାଧ୍ୟମରେ ଗ୍ୟାସ ବୁକିଂ ସହ ଏ ବାବଦରେ ତଥ୍ୟ ମଧ୍ୟ୍ୟ ପାଇପାରିବେ | ଏହା ବ୍ୟତୀତ କମ୍ପାନୀ ପକ୍ଷରୁ ମିସକଲ ମାଧ୍ୟମରେ ଗ୍ୟାସ ବୁକିଂ କରିବାର ସୁବିଧା ଉପୋଭୋକ୍ତାମାନଙ୍କୁ ପ୍ରଦାନ କରାଯାଇଛି | କମ୍ପାନୀ ତରଫରୁ ଉପୋଭୋକ୍ତାମାନଙ୍କ ପାଇଁ ହ୍ୱାଟସପ ନଂ,-୧୮୦୦୨୨୪୩୪୪ ,ମିସକଲ ନଂ,-୭୭୧୦୯୫୫୫୫୫ ଓ ଅନଲାଇନ ବୁକିଂ ନଂ,-୯୪୩୯୯୫୬୭୮୯ ,୭୭୨୫୦୧୨୩୪୫ ,୭୭୧୮୦୧୨୩୪୫ ,ଜାରି କରାଯାଇଛି | ବ୍ରହ୍ମପୁର ଋଷିକୂଲ୍ୟା ଗ୍ୟାସ ସମେତ ଅନ୍ୟ ଭାରତ ଗ୍ୟାସ , ନିଜ ଉପୋଭୋକ୍ତାମାନଙ୍କୁ ଏହି ସୁବିଧା ଉପଲବ୍ଧ କରାଇବେ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି |