ଏମଏଚଏଚଏମ ସପ୍ତାହ କାର୍ଯ୍ୟକ୍ରମ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ମୋହନା ବ୍ଲକାଞ୍ଚଳ ସମାଜସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା “ଆଇନା ” ସଂସ୍ଥା ଦ୍ୱାରା ସ୍ବେଛାସେବୀ ଅନୁଷ୍ଠାନ “ଜନ କଲ୍ୟାଣ ପ୍ରତିଷ୍ଠାନର ମିଳିତ ସହଯୋଗରେ ଏମଏଚଏଚଏମ ସପ୍ତାହ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ପାଳନ ଅବସରରେ ଅଞ୍ଚଳର ପାରମ୍ପରିକ ଖେଳ, ଦଉଡି ଡିଆଁ, ପୁଚି-ଖେଳ , ଚାମଚ-ଲେମ୍ଭୁ , ଛୁଞ୍ଚି-ସୂତା ଓ ମ୍ୟୁଜିକ- ଚେୟାର ପ୍ରଭୃତି ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉପରୋକ୍ତ ପାରମ୍ପରିକ ଖେଳ ପ୍ରତିଯୋଗିତାରେ ମୋଟ ୫୫ ଜଣ କିଶୋରୀ ବାଳିକା ଅଂଶଗ୍ରହଣ କରିଥିଲେ । ଖେଳକୁଦ ଓ ବ୍ୟକ୍ତିଗତ ପରିସ୍କାର ପରିଚ୍ଛନ୍ନତା କାର୍ୟ୍ୟରକ୍ରମ ଏମଏଚଏଚଏମ: ମାସିକ ଋତୁସ୍ରାବ କିଶୋରୀ ସ୍ୱାସ୍ଥ୍ୟ ପରିସ୍କାର ପରିଚ୍ଛନ୍ନତା କିଭଳି କରିବାକୁ ହେବ, ସେ ସମ୍ପର୍କରେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ ମାନେ ଉପାଦେୟ ସୂଚନା ଦେଇ ବିସ୍ତୃତ ଭାବେ ବୁଝାଇ ସଚେତନ କରାଇ ଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଡାକ୍ତର ଏନ: ଜୟ ପ୍ରକାଶଙ୍କ ସମେତ ଡା: ଜଗତଜ୍ୟୋତି ବିଶ୍ୱାଳ , ଡା: ସାଗର , ଏଲଏଚଭି ସବିତା ପଣ୍ଡା , ବିଜୟିନୀ ମିଶାଲ , ଷ୍ଟାଫନର୍ସ ସରିତା ରଇତ , ରିତା ଚରତୀ ଓ ଆଇସିଡିଏସ ପକ୍ଷରୁ ୧୧ ଜଣ ଅଙ୍ଗନବାଡି କର୍ମୀ ଯୋଗ ଦେଇଥିଲେ । ଚନ୍ଦ୍ରଗିରି ଓପିଲିପି ପକ୍ଷରୁ ମଧ୍ୟ ଲୋପାମୁଦ୍ର ତ୍ରିପାଠି ଓ ଚନ୍ଦ୍ରମା ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ “ଜନ କଲ୍ୟାଣ ପ୍ରତିଷ୍ଠାନର ସଂଯୋଜକ ଅକ୍ଷୟ କୁମାର ମହାନ୍ତି ପରିଚାଳନା କରିଥିଲେ । ପାରମ୍ପରିକ ଖେଳ ପ୍ରତିଯୋଗିତାର ଦଉଡି ଡିଆଁ ଖେଳରେ ମୋଟ ୧୧ ଜଣ ଅଂଶଗ୍ରହଣ କରିଥିବା ବେଳେ ପ୍ରଥମ ହୋଇଥିଲେ ସଚଳା ବଳିଆରସିଂ , ୨ୟ ନୀଳାଦ୍ରି ପାଇକ ଏବଂ ୩ୟ ଆଶା ରଇତ । ସେହିଭଳି ପୁଚି ଖେଳରେ ମୋଟ ୧୧ ଜଣ ଭାଗ ନେଇଥିବା ବେଳେ ସେଥି ମଧ୍ୟରେ ପ୍ରଥମ- ସ୍ନେହାଶ୍ରି ନାୟକ , ଦ୍ଵିତୀୟ-ନନ୍ଦିନୀ ପାଇକ ଏବଂ ତୃତୀୟ- ଲତିସା ପ୍ରଧାନ । ସେହିଭଳି ମ୍ୟୁଜିକ ଚେୟାର ଖେଳରେ ମୋଟ ୧୧ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରଥମ-ଶୁନେନା ପାଇକ , ଦ୍ଵିତୀୟ-ଅଙ୍କିତା ସଭାନାୟକ ଏବଂ ତୃତୀୟ- ରୁପାଲି ନାହାକ । ସେହିଭଳି ଲେମ୍ଭୁ ଚାମଚ ଖେଳରେ ମୋଟ ୧୧ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରଥମ ସମ୍ରିତା ବେବିତା , ଦ୍ଵିତୀୟ-ପ୍ରଭାତୀ ପୂଜାରୀ ଏବଂ ତୃତୀୟ ହୋଇଥିଲେ ଚୁମୁକି ପାଇକ । ସେହିଭଳି ଛୁଞ୍ଚି-ସୂତା ଖେଳ ପ୍ରତିଯୋଗିତାରେ ମୋଟ ୧୧ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେସେମାନଙ୍କ ମଧ୍ୟରୁ ପ୍ରଥମ- ମିତାଞ୍ଜଳି ନାୟକ , ଦ୍ଵିତୀୟ- ମିନାକ୍ଷୀ ଦଳେଇ ଏବଂ ତୃତୀୟ ହୋଇଥିଲେ ଶ୍ରୁତି ସାହୁ । ଏହି ସମସ୍ତ ଖେଳ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ସହ ପୁରସ୍କୃତ କରା ଯାଇଥିଲା ।