ଏମକେସିଜି ମେଡିକାଲ କଲେଜ ଗ୍ରୁପ ଡି କର୍ମୀ ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ

ବ୍ରହ୍ମପୁର,  ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ହସ୍ପିଟାଲରେ କାଯର‌୍ୟରତ ଅ।ଉଟ୍ସେ।ର୍ସିଂ କର୍ମୀ ଙ୍କୁ ବକେୟା ଓ ବର୍ଦ୍ଧିତ ଦରମା ପ୍ରଦାନ ଦାବି କରି ଗ୍ରୁପ ଡି କର୍ମ  ସଂଘ ପକ୍ଷରୁ ୨୬ ତାରିଖ ଗୁରୁବାର ଦିନ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ପାଇଁ ଯେଉଁ ନିଷ୍ପତ୍ତି ନିଅ ।ଯାଇଥିଲା ତାହା ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଛି । ଏ ସମ୍ପର୍କରେ ଏକ ବୈଠକ ସଂଗଠନର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦିଅ ।ଯାଇଥିବା ୧୦ ଦଫା ଦାବିଗୁଡ଼ିକ ମଧ୍ୟରେ ବର୍ଦ୍ଧିତ ଦରମା ପ୍ରଦାନ ସକାଶେ ପଦକ୍ଷେପ ଗ୍ରହଣ କରାଯାଇଥିବା ଏବଂ ବକେୟା ଦରମାକୁ ତୁରନ୍ତ ପୈଠ କରାଯିବ ବେ ।ଲି ମେଡିକାଲ କଲେଜ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେବା ପରେ ଗ୍ରୁପ ଡି କର୍ମୀ ମାନେ ଅ ନ୍ଦେ।ଳନରୁ ଓହରି ଯାଇଛନ୍ତି । ଏଠାରେ ଉଲ୍ଲେଖ କରାଯାଇପାରେ ଉକ୍ତ କର୍ମୀ ମାନେ ସ୍ୱଳ୍ପ ଦରମାରେ କାର୍ଯ୍ୟ କରୁଥିଲେ । ରାଜ୍ୟ ସରକାରଙ୍କ ନୂତନ ଓ ବର୍ଦ୍ଧିତ ପ୍ରାପ୍ୟ ପାଇବାରୁ ବଂଚିତ ରହୁଥିଲେ । ଏ ସମ୍ପର୍କରେ ସଂଘ ପକ୍ଷରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶେ।ର ଦାସ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ଏମକେସିଜି ମେଡିକାଲ କଲେଜ ହସ୍ପିଟାଲର ଡିନ୍ ତଥା ପ୍ରିନ୍ସପାଲ ରାଧାମାଧବ ତ୍ରିପାଠୀ, ସୁପରିନଟେଣ୍ଡେଣ୍ଟ୍ ଡ଼.ଚରଣ ପଣ୍ଡା, ପ୍ରଶାସନିକ ଅଧିକାରୀ ସଚ୍ଚିଦାନନ୍ଦ ନାୟକ ଓ ଏକାଉଣ୍ଟସ୍ ଅଫିସର ଏବଂ ଗଞ୍ଜାମ ସିକ୍ୟୁରିଟିର ପରି·ଳନା ନିର୍ଦ୍ଦେଶକ ଟୁନା ପାଣିଗ୍ରାହୀଙ୍କ ଉଦ୍ୟମ ଓ ହସ୍ତକ୍ଷେପ ଫଳରେ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ବେ।ଲି ସଂଗଠନର ରାଜ୍ୟ ଉପସଭାପତି ସୁକାନ୍ତ ମୁଖୀ ପ୍ରକାଶ କରିଛନ୍ତି । ଏଥିସହ ଅନ୍ୟାନ୍ୟ ଦାବିଗୁଡ଼ିକ ପର୍ଯ୍ୟୟକ୍ରମେ ପୂରଣ କରାଯିବ ବେ।ଲି ପ୍ରତିଶ୍ରୁତି ଦେଇଥିବା ଉପସଭାପତି ମୁଖୀ କହିଛନ୍ତି । ଗୁରୁବାର ସକାଳେ ସୁପରିନଟେଣ୍ଡ କାର୍ଯ୍ୟଳୟ ସମ୍ମୁଖରେ ଶହ ଶହ ମେଡିକାଲ କର୍ମୀ ଉପସ୍ଥିତିରେ ସମାବେଶ ଅନୁଷ୍ଠିତ ହେ।ଇଥିଲା । ଏହି ସମାବେଶରେ ସଂଘର ସାଧାରଣ ସମ୍ପାଦକ ଲାଲୁ ମେ।ହନ ବେହେରା, ଚନ୍ଦ୍ରୁ ପାତ୍ର, ପ୍ରକାଶ ବେହେରା, ରାଜୁ ଚିନ୍ନା, ରବି ନାରାୟଣ ବେହେରା, କେଶବ ନାୟକ, ଘନ ନାୟକ, ନିଳାଦ୍ରୀ ପାତ୍ର, ଅ।ନନ୍ଦ ମିଶ୍ର, ରମେଶ ରାଓ, ଗୌରହରି ମହାପାତ୍ର, ସନାତନ ନାୟକ, ଚନ୍ଦ୍ରୁ ପାତ୍ର, ରାମ ଗୌଡ଼, ରୀନା ରେଡ଼ୀ, ରଞ୍ଜିତା ପାତ୍ର, ରୀତା କୁମାରୀ ବେହେରା, ଜ୍ୟୋତ୍ସ୍ନା ତ୍ରିପାଠୀ, ନନ୍ଦିନୀ ସାମନ୍ତରା, ଏଲ.ନିରଞ୍ଜନ ଦାସ, ସନିଅ । ନାୟକ, ସନ୍ୟାସୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସଂଘ ତରଫରୁ ସ୍ଥାନୀୟ ମନ୍ତ୍ରୀ, ସାଂସଦ, ବିଧାୟକ ଓ ପ୍ରଶାସନିକ ଅଧିକାରୀମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ