ଏମିତି ବି ମୃତ୍ୟୁ ଆସେ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ମୃତ୍ୟୁ ଯେ କେତେବେଳେ କେମିତି ଆସିବ ତାହା କାହାକୁ ଜଣାନାହିଁ। ଏହାର ଏକ ଉଦାହରଣ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବଜାରରେ ମଙ୍ଗଳବାର ଦିନ ଦେଖିବାକୁ ମିଳିଛି। ସୁଜିତ୍ କୁମାର ମିଶ୍ର ଓରଫ ଲିକୁନ୍ (୩୨)ନାମକ ଜଣେ ଖେଳ ଶିକ୍ଷକ ପୂର୍ବାହ୍ନରେ ଫିରିଙ୍ଗିଆ ବସ୍ ଷ୍ଟାଣ୍ଡରେ ନିଜ ବାଇକରେ ବସିଥିବାବେଳେ ଅଚାନକ ତଳେ ପଡିଯାଇଥିଲେ। ଫଳରେ ସେଠାରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ପ୍ରକାଶ ଯେ, ସ୍ୱର୍ଗତ ଲିକୁନ୍ ତାଙ୍କ ନବବିବାହିତ ସ୍ତ୍ରୀ ଓ ମାଆଙ୍କୁ ଫିରିଙ୍ଗିଆ ଡାକ୍ତରଖାନା ନେଇଥିଲେ। ଚିକିତ୍ସା ସରିବା ପରେ ସ୍ତ୍ରୀ ଓ ମାଆ ଚାଲିଚାଲି ପାଖରେ ଥିବା ଘରକୁ ଯାଉଥିବାବେଳେ ସୁଜିତ ବସ୍ ଷ୍ଟାଣ୍ଡକୁ ନିଜ ବାଇକରେ ଆସିଥିଲେ। ସେଠାରେ ବାଇକ୍ ଉପରେ ବସିଥିବା ବେଳେ ହଠାତ୍ ପଡ଼ିଯିବାରୁ ଗାଡିରେ ତାଙ୍କ ମୁଣ୍ଡ ମାଡ଼ ହୋଇଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଫିରିଙ୍ଗିଆ ଡ଼ାକ୍ତରଖାନାକୁ ନେଇଥିଲାବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହିତ ପରିବାରକୁ ଶବ ହସ୍ତାନ୍ତର କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ