ଏମ୍ଜି ମୋଟର ପକ୍ଷରୁ ‘ହେକ୍ଟର’ ର ଭୁବନେଶ୍ୱର ବଜାର ପ୍ରବେଶ

ଭାରତର ପ୍ରଥମ ଇଂଟରନେଟ୍ କାର୍ ‘ହେକ୍ଟର’ରେ ୧୯ଟି ଏକ୍ସକ୍ଲୁସିଭ୍ ଫିଚର ରହିଛି ।ଭୁବନେଶ୍ୱର, ୧୨ ଜୁନ୍, ୨୦୧୯: ଏମ୍ଜି(ମୋରିସ୍ ଗ୍ୟାରେଜ୍)ମୋଟର ପକ୍ଷରୁ ଭୁବନେଶ୍ୱରରେ ଏହାର ଇଂଟରନେଟ୍ କାର୍ ‘ହେକ୍ଟର’ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏହି ଅବସରରେ ଶ୍ରୀ ସୁଧିର ସାମଲ (ସାମାଜିକ କର୍ମି ତଥା ଏମ୍ଏଲଏ ଢେଙ୍କାନାଳ ନିର୍ବାଚନମଣ୍ଡଳି), ଶ୍ରୀ କୁମାର ଗୌରବ ସାମଲ(ସାମଲ କେୟାର, ଅନୁଗୁଳ) ଶ୍ରୀ ଗଙ୍ଗାଧର ସାମଲ(ନର୍ଦ୍ଦେଶକ,ଏମ୍ମ୍ପ୍ରିଓ ହ୍ୱଇଲସ୍ ପ୍ରା.ଲି., ଭୁବନେଶ୍ୱର), ଶ୍ରୀମତି ନୁପୁର ଜେନ୍(ଆଂଚଳିକ ବ୍ୟବସାୟ ପରିଚାଳକ, ମୋରିସ୍ ଗ୍ୟାରେଜ୍) ଏବଂ ଶ୍ରୀ ଅଭିନାଶ ସାମଲ(ପରିଚାଳନା ନର୍ଦ୍ଦେଶକ,ଏମ୍ମ୍ପ୍ରିଓ ହ୍ୱଇଲସ୍ ପ୍ରା.ଲି., ଭୁବନେଶ୍ୱର) ପ୍ରମୁଖ ଉପସ୍ଥିତ ଥିଲେ । ଏହା ଭାରତର ପ୍ରଥମ ଇଂଟରନେଟ୍ କାର୍ ଏବଂ ଏଥିରେ ୫୦ରୁ ଅଧିକ କନେକ୍ଟେଡ୍ ଫିଚର ସହିତ ୧୯ ଏକ୍ସକ୍ଲୁସିଭ୍ ଫିଚର ରହିଛି । ଏଥିରେ ନେକ୍ସଟ୍-ଜେନ୍ ଆଇ-ସ୍ମାର୍ଟ ଜ୍ଞାନକୌଶଳ ରହିଛି । ଏହା ୧୦.୪ ଇଂଚ ଏଚଡି ଟଚ୍ ସ୍କ୍ରିନ୍ ସହାୟତାରେ ଅନନ୍ୟ ଅଭିଜ୍ଞତା ପ୍ରଦାନ କରିବାକୁ ସକ୍ଷମ ହେବ । ଏହା ସହିତ ଏଥିରେ ବିଳାସପୂର୍ଣ୍ଣ ୪୮ ଭୋଲ୍ଟ ମିଲ୍ଡ୍-ହାଇବ୍ରିଡ୍ ନିର୍ମାଣ ବୈଶିଷ୍ଟ୍ୟ ରହିଛି । ଭାରତର ପ୍ରଥମ କାର୍ କମ୍ପାନୀ ଭାବେ ଏମ୍ଜି ମୋଟରର୍ସ ୪୮ଭି ଜ୍ଞାନକୌଶଳ ଉପଲବ୍ଧ କରାଇବାକୁ ସକ୍ଷମ ହେବ । ଭୁବନେଶ୍ୱରର ଏନ୍ଏଚ୍-୧୬ ଠାରେ ଏହାର ଶୋ’ରୁମ୍ ଆଗାମୀ ୧୫ ଦିନ ମଧ୍ୟରେ ଉଦ୍ଘାଟିତ ହେବ । ୪୮ ଭି ମିଲ୍ଡ ହାଇବ୍ରିଡ୍ ଜ୍ଞାନକୌଶଳ ପୃଥିବୀର ଲାଟେଷ୍ଟ୍ ପରିବେଶ ଉପଯୋଗୀ ଇଞ୍ଜିନ୍ ଜ୍ଞାନକୌଶଳ । ଏହା ପେଟ୍ରୋଲ ଇଞ୍ଜିନ ନିର୍ଗମନ(ଇମିସନ୍) ହ୍ରାସ କରିବାକୁ ସକ୍ଷମ ହୋଇଥାଏ । ଏଥିରେ ଥିବା ୪୮-ଭୋଲ୍ଟ ଲିଥିୟମ୍ ଆୟନ ବ୍ୟାଟେରୀ ଶକ୍ତି ସଂରକ୍ଷଣ କରିବା ସହିତ ୨୦ଏନଏମ୍ର ଏକ୍ସଟ୍ରା ଟର୍କ ଉପଲବ୍ଧ କରାଇ ଗାଡି ଚାଳନାକୁ ସହଜ ଏବଂ ଆରାମଦାୟକ କରିଥାଏ । ଏମ୍ଜି ହେକ୍ଟର ଭାରତ ପ୍ରଥମ ଇଂଟରନେଟ୍ କାର୍ । ଏଥିରେ ଅନେକ ଆଧୁନିକ ଫିଚରସ୍ କୁ ଅନ୍ତର୍ଭୁକ୍ତ କରାଯାଇଛି । ଗ୍ରାହକଙ୍କ ବହୁବିଧ ଆବଶ୍ୟକତା ତଥା ଉପଯୋଗିତାକୁ ଦୃଷ୍ଟିରେ ରଖି କମ୍ପାନୀ ଶ୍ରେଷ୍ଠ କାର୍ ଉପଲବ୍ଧ କରାଇବାର ପ୍ରୟାସ ଜାରି ରଖିଛି ।ଏଥିରେ ଏମ୍ଜିର ସିଗ୍ନେଚର ଡିଜାଇନିଂ ଷ୍ଟାର-ରାଇଡର ଗ୍ରୀଲ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି ।ଏଥିରେ ଜିଓମେଟ୍ରିକ୍ ଶେପ୍, ହୋରାଇଜେଂଟାଲ ଫ୍ଲୋ ଏବଂ ସିମେଟ୍ରି ଆଦି ରହିଛି । ଭାରତର ପରିବେସ ତଥା ସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ ନିର୍ମାଣ କରାଯାଇଛି । ଏହା ଭାରତ ରାସ୍ତାରେ ଏକ ନିୟୁତ କିଲୋମିଟରରୁ ଅଧିକ ଦୂରତା ପରୀକ୍ଷାମୂଳକ ଭାବେ ଯାତ୍ରା କରିଛି । ଏହାର ନିର୍ମାଣ ଗୁଜରାଟର ହାଲୋଲଠାରେ ଥିବା ପ୍ଲାଂଟ୍ରେ କରାଯାଇଛି । ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ୨୫୦ ଆଉଟ୍ଲେଟ ସ୍ଥାପନ କରିବାର ଯୋଜନା କମ୍ପାନୀ କରିଛି । ଏମ୍ଜି ମୋଟର ଇଣ୍ଡିଆ ହାଳ୍ଲେ୍ାଂରେ ୨,୨୦୦କୋଟି ଟଙ୍କା ନିବେଶ କରିଛି । କମ୍ପାନୀ ପକ୍ଷରୁ ଏଠାରେ ନୂଆ ଆସେମ୍ବ୍ଲି ଲାଇନ୍, ପ୍ରେସ୍ ଶପ୍, ବଡି ଶପ୍, ପାର୍ଟସ୍ ଡିଷ୍ଟ୍ରିବ୍ୟୁସନ୍ ସେଂଟର, ଟେଷ୍ଟିଂ ଟ୍ରାକ୍ ତଥା ଟ୍ରେନିଂ ସୁବିଧା ଆଦି ରହିଛି । ମାତ୍ର ୧୮ ମାସ ମଧ୍ୟରେ ଏହାର ବାର୍ଷିକ ଉତ୍ପାଦନ କ୍ଷମତା ଏବେ ୮୦,୦୦୦ରେ ପହଚିଂଛି । ଏଠାରେ ଗ୍ରାହକଙ୍କ ସୁବିଧା ପାଇଁ ଏକ ଭେଣ୍ଡର ପାର୍କ ସ୍ଥାପନ କରାଯାଇଛି । ହେକ୍ଟର ଉଭୟ ପେଟ୍ରୋଲ ତଥା ଡିଜେଲ ଇଞ୍ଜିନ୍ ଭ୍ୟାରିଆଂଟ୍ରେ ଉପବ୍ଧ ହେଉଛି । ଏଥିରେ ୧.୫ ଲିଟିର ଟ୍ରୁବୋ-ଚାର୍ଜଡ୍ ପେଟ୍ରୋଲ ଇଞ୍ଜିନ୍ ରହିଛି । ଏହା ୧୪୩ ପିଏସ୍ ପାୱାର ସହିତ ୨୫୦ଏନ୍ଏମ୍ ଟର୍କ ଉଭୟ ମାନୁଆଲ୍ ଏବଂ ଅଟୋମେଟିକ୍ ଟ୍ରାନ୍ସମିଶନରେ ଉପଲବ୍ଧକରାଇବାକୁ ସକ୍ଷମ । ଏହାର ୨.୦ ଲିଟର ଡିଜେଲ ଇଞ୍ଜିନ୍ ୧୭୦ ପିଏସ୍ ପାୱାର ସହିତ ୩୫୦ ଏନ୍ଏମ୍ ଟର୍କ ଉପଲବ୍ଧ କରାଇବାକୁ ସକ୍ଷମ । ସୂଚନାଯୋଗ୍ୟ, ଏମ୍ଜି ମୋଟର ୧୯୨୪ରେ ୟୁକେରେ ସ୍ଥାପିତ ହୋଇଥିଲା । ମୋରିସ୍ ଗ୍ୟାରେଜ୍ ସ୍ପୋଟର୍ସ କାରେ, ରୋଡ୍ଷ୍ଟିଅର, କେବ୍ରିଓଲେଟ୍ ସିରିଜ୍ର ଯାନ ନିର୍ମାଣ କ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ । ୧୯୩୦ରେ ୟୁକେର ଆବିଙ୍ଗଡନ୍ଠାରେ ଏମ୍ଜି କାର କ୍ଲବ୍ ସ୍ଥାପିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ