ଏମ୍‌ଜି ମୋଟର ପକ୍ଷରୁ ନିୟୁ ଜେଡ୍‌ଏସ୍‌ଇଭି-୨୦୨୧ର ବଜାର ପ୍ରବେଶ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଏମ୍‌ଜି ମୋଟର ଇଣ୍ଡିଆ ପକ୍ଷରୁ ନିୟୁ ଜେଡ୍‌ଏସ୍‌ଇଭି-୨୦୨୧ର ବଜାର ପ୍ରବେଶ କରାଯାଇଛି । ଏହାର ପ୍ରାରମ୍ଭିକ ମୂଲ୍ୟ ୨୦.୯୯ ଲକ୍ଷ ଟଙ୍କା ରହିଛି । ଏହାର ଅପଡେଡ୍ ଭର୍ସନ ୪୪.୫ କିଲୋୱାଟ୍ ହାଇ-ଟେକ୍ ବ୍ୟାଟେରୀ ଏବଂ ୪୧୯ ସାର୍ଟିଫାଏଡ୍ ରେଞ୍ଜ୍ ସହିତ ଉପଲବ୍ଧ ହେଉଛି । ଏଥିରେ ୨୧୫/୫୫/ଆର୍‌-୧୭ ଟାୟାର ରହିଛି । ଜେଡ୍‌ଏସ୍‌ଇଭି-୨୦୨୧ ଏବଂ ଏହାର ବ୍ୟାଟେରୀ ପ୍ୟାକ୍ ଗ୍ରାଉଣ୍ଡ୍ କ୍ଲିୟରାନ୍ସ୍ ଯଥାକ୍ରମେ ୧୭୭ ମିମି ଏବଂ ୨୦୫ ମିମି ରହିଛି । ଦେଶବ୍ୟାପୀ ନିଜର ଚାର୍ଜିଂ ଇକୋସିଷ୍ଟମ୍ ଅଂଶୀଦାରଙ୍କ ସହାୟତାରେ ସମ୍ପ୍ରସାରଣ ପାଇଁ ଜେଡ୍‌ଏସ୍‌ଇଭି-୨୦୨୧ର ବୁକିଂ ୩୧ଟି ସହରରେ ଉପଲବ୍ଧ ହେଉଛି । ଏହି କାର ୨୦୨୦ ଜାନୁୟାରୀରେ ଦେଶର ୫ଟି ସହରରେ ବଜାର ପ୍ରବେଶ କରିଥିଲା । ଜେଡ୍‌ଏସ୍‌ଇଭି-୨୦୨୧ରେ ୧୪୩ପିଏସ୍ ପାୱାର, ୩୫୦ ଏନ୍‌ଏମ୍ ଟର୍କ ରହିଛି । ୮.୫ ସେକେଣ୍ଡରେ ଏହା ଶୂନ ରୁ ଘଂଟା ପ୍ରତି ୧୦୦ କିଲୋମିଟର ବେଗରେ ଗତି କରିବାକୁ ସକ୍ଷମ । ଏହା ଏକ୍ସାଇଟ୍ ଏବଂ ଏକ୍ସ୍‌କ୍ଲୁସିଭ୍ ଆଦି ୨ଟି ଭ୍ୟାରିଆଂଟ୍ ରେ ଉପଲବ୍ଧ ହେଉଛି । ଭାରତ ପ୍ରଥମ ଇଲେକ୍ଟ୍ରିକ୍ ଇଂଟରନେଟ୍ ଏସ୍‌ୟୁଭି ଭାବେ ଏଥିରେ ଏମ୍‌ଜି ସିଗ୍ନେଚର ଗ୍ଲୋବାଲ ଡିଜାଇନିଂ ରହିଛି । ଏଥିରେ ପାନୋରାମିକ୍ ସନ୍ ରୁଫ୍‌, ୧୭ ଇଂଚ୍ ଡାଇମଣ୍ଡ କଟ୍ ଆଲଏ ହ୍ୱିଲ୍‌, ପିଏମ୍‌-୨.୫ ଫିଲଟର ଆଦି ବୈଶିଷ୍ଟ୍ୟରେ ଉପଲବ୍ଧ ହେଉଛି । ଜେଡ୍‌ଏସ୍‌ଇଭି-୨୦୨୧ ସହିତ କମ୍ପାନୀ ପକ୍ଷରୁ ୫ଟି ପ୍ରକାର ଚାର୍ଜିଂ ସୁବିଧା ଉପଲବ୍ଧ କରାଯାଉଛି । ସେଗୁଡ଼ିକ ମଧ୍ୟରେ ବାସଗୃହ ଅବା ଅଫିସରେ ଫ୍ରି-ଅଫ୍‌-କଷ୍ଟ୍ ଏସି ଫାଷ୍ଟ୍ ଚାର୍ଜର ସୁବିଧା, ପୋର୍ଟେବୁଲ୍ ଇନ୍‌-କାର ଚାର୍ଜିଂ କେବୁଲ, ଡିଲରଶିପ୍‌ରେ ଡିସି ସୁପର ଫାଷ୍ଟ୍ ଚାର୍ଜିଂ ଷ୍ଟେଶନ, ୫ଟି ସହରରେ ୨୪୍‍୭ ଚାର୍ଜ-ଅନ୍‌-ଦ-ଗୋ ଫାସିଲିଟି, ସାଟେଲାଇଟ୍ ସହର ଏବଂ ଟୁରିଷ୍ଟ ହବ୍‌ରେ ଚାର୍ଜିଂ ଷ୍ଟେଶନ ଆଦି ଉପଲବ୍ଧ ହେଉଛି । ଏହି ଅବସରରେ ଏମ୍‌ଜି ମୋଟର ଭୁବନେଶ୍ୱରର ପରିଚାଳନା ନିର୍ଦ୍ଦେଶକ ଡ. ଅବିନାଶ ସାମଲ କହିଲେ, ମାତ୍ର ୧ ବର୍ଷର ସ୍ୱଳ୍ପ ସମୟ ମଧ୍ୟରେ ଆମେ ଜେଡ୍‌ଏସ୍‌ଇଭିର ନୂଆ ମଡ଼େଲ ବଜାର ପ୍ରବେଶ କରାଇପାରିଥିବାରୁ ବେଶ୍ ଆନନ୍ଦିତ । ଆମେ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ନୂଆ ତଥା ଶ୍ରେଷ୍ଠ ଅଭିଜ୍ଞତା ପ୍ରଦାନ କରିବାର ଆଶା ରଖିଛୁ । ଭୁବନେଶ୍ୱର ଏବଂ କଟକ ଟୁଇନ୍ ସିଟିରେ ଆମେ ଇକୋସିଷ୍ଟମ ଅଂଶୀଦାରଙ୍କ ସହିତ ମିଳିତ ଭାବେ ବୃହତ ଚାର୍ଜିଂ ଭିତିଭୂମି ନିର୍ମାଣ କରୁଛୁ । ନିୟୁ ଏମ୍‌ଜି ଜେଡ୍‌ଏସ୍‌ଇଭି-୨୦୨୧ର ବଜାର ପ୍ରବେଶ ଅବସରରେ ୰ଚେଞ୍ ହ୍ୱାଟ ୟୁ ୱାଂଟ ଭାବାନକୁ ଆଧାର କରି ଏମ୍‌ଜି ଭୁବନେଶ୍ୱର ଡିଲରସି୍‌ପରେ ଏହାର ପ୍ରବେଶ କରାଯାଇଛି । କାର୍ଯ୍ୟକ୍ରମରେ ଏମ୍ପ୍ରିଓ ଗ୍ରୁପର ଗ୍ରୁପ ଅଦ୍ଧକ୍ଷ ଗଙ୍ଗାଧର ସାମଲ ଙ୍କ ସମେତ ବହୁ କରପୋରେଟ ଅତିଥି ମାନେ ଯୋଗଦେଇଥିଲେ ଏବଂ ଏମ୍‌ଜି ର ଆରଏସ୍‌ଏମ୍‌-ଇଷ୍ଟ ଭାରତ ନୁପୁର ଜୈନ୍ ଙ୍କ ଦ୍ୱାରା ଏକ ଇଂଟରଆକ୍ଟିଭ ସେସନ ର ଆୟୋଜନ କରାଯାଇଥିଲା ଏବଂ ଏଥିରେ ଅନେକ ସୁପ୍ରସିଦ୍ଧ ବ୍ୟକ୍ତି ଯଥା ତନୟା ପଟନାୟକ, ସୋଫିଆ ଫିରଦୋସ୍ ଏବଂ ମୈରାଜୁଲ ହକ୍ ପ୍ରମୁଖ ଯୋଗଦେଇଥିଲେ । ଏହାଛଡା କାର୍ଯ୍ୟକ୍ରମରେ ପ୍ରମୁଖ ବ୍ୟକ୍ତି ମାନଙ୍କ ମଧ୍ୟରୁ ଓଲିଉୁଡ ସୁପରଷ୍ଟାର ସବ୍ୟସାଚି ମିଶ୍ର ଏବଂ ଅର୍ଚ୍ଚୀତା ମଧ୍ୟ ଉପସ୍ଥିତ ଥିଲେ । କମ୍ପାନୀ ପକ୍ଷରୁ ଇକୋ ଟ୍ରି ଚ୍ୟାଲେଞ୍ଜ୍ ଆରମ୍ଭ କରାଯାଇଛି । ଏଥିରେ ଜେଡ୍‌ଏସ୍ ଇଭି ମାଲିକ ମାନେ ମଧ୍ୟ ଅଂଶଗ୍ରହଣ କରିପାରିବେ । ଏହି ଇକୋଲୋଜିକାଲ ପ୍ରୟାସ ଦ୍ୱାରା କାର୍ବନ ଡାଇଅକ୍ସାଇଡ ନିର୍ଗମନ କମିବା ସହିତ ଜାତୀୟ କ୍ଷେତ୍ରରେ ବାସ୍ତବତା ହାସଲ ଲକ୍ଷ୍ୟ ପୂରଣ ସମ୍ଭବ ହୋଇପାରିବ । ଏମ୍‌ଜି ଜେଡ୍‌ଏସ୍‌ଇଭି-୨୦୨୧ରେ ଏମ୍‌ଜି ଇ-ଶିଲ୍ଡ୍ ସୁବିଧା ଉପଲବ୍ଧ ହେଉଛି । ଏହା ଅନ୍ତର୍ଗତ କାର୍ ଉପରେ ୫ ବର୍ଷର ଅସୀମିତ କିଲୋମିଟର ୱାରେଂଟି ଉପଲବ୍ଧ ହେଉଛି । ସେହିପରି ୮ବର୍ଷ/ ୧.୫ ଲକ୍ଷ କିଲୋମିଟର ୱାରେଂଟି ବ୍ୟାଟେରୀ ପ୍ୟାକ୍ ସିଷ୍ଟମ ଉପରେ ପ୍ରଦାନ କରାଯିବ । ଏହା ସହିତ ୫ ବର୍ଷର ରୋଡ୍‌ସାଇଡ୍ ଆସିଷ୍ଟାଂଟର ସୁବିଧା ସହିତ ସପ୍ତାହ ବ୍ୟାପୀ ୨୪ ଘଂଟିଆ ସହାୟତା ଏବଂ ମାଗଣା ଲେବର ଚାର୍ଜ ପ୍ରଥମ ୫ଟି ସର୍ଭିର୍ସ୍‌ରେ ଯୋଗାଇ ଦିଆଯିବ । ଅଧିକାଂଶ କ୍ଷେତ୍ରରେ ବ୍ୟବହାରକାରି ୩୦୦-୪୦୦ କିଲୋମିଟର ରେଞ୍ଜ୍ ଉପଲବ୍ଧ କରିପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ