ଏମ୍.ଫିଲ୍ ରେଜଲ୍ଟ ପ୍ରକାଶ ନପାଇବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟ (ସ୍ୱୟଂଶାସିତ) ୨୦୧୭ ମସିହା ବ୍ୟାଚର ଇଂରାଜୀ, ରାଜନୀତି ବିଜ୍ଞାନ, ଓଡ଼ିଆ ଓ ବାଣିଜ୍ୟ ବିଭାଗର ୩୭ଜଣ ଏମ୍.ଫିଲ୍ ଛାତ୍ରଛାତ୍ରୀଙ୍କର ପରୀକ୍ଷା ଫଳ ନିର୍ଦ୍ଧାରିତ ସମୟରେ ପ୍ରକାଶ ନ ପାଇବାରୁ ଛାତ୍ରଛାତ୍ରୀଙ୍କ ପକ୍ଷରୁ ବାରମ୍ବାର କର୍ତ୍ତୃପକ୍ଷ ଓ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରାଯାଇଛି । ା ଛାତ୍ରଛାତ୍ରୀଙ୍କ ଦ୍ୱାରା ଆଫିଲିଏସନ ଦେୟ ସହିତ କଲେଜର ସମସ୍ତ ଦେୟ ବିଧିବଦ୍ଧ ଭାବେ ପୈଠ କରାଯାଇଥିଲା । ପ୍ରଥମ ସେମିଷ୍ଟାରରେ ଉତ୍ତୀର୍ଣ୍ଣ ହେବା ପରେ କଲେଜର ନିର୍ଦ୍ଧାରିତ ଗାଇଡ୍ଙ୍କ ନିକଟରେ ଗବେଷଣା ପତ୍ର ଦାଖଲ କରି ମୌଖିକ ପରୀକ୍ଷା ଦେଇଥିଲେ । ଏମ.ଫିଲି ଏକ ବର୍ଷିକିଆ କୋର୍ସ, ହୋଇଥିଲେ ମଧ୍ୟ ଦୁଇବର୍ଷ ଅତିକ୍ରାନ୍ତ ହେବାକୁ ଯାଉଥିବା ବେଳେ ପରୀକ୍ଷା ଫଳ ପ୍ରକାଶ ହୋଇନଥିବାରୁ ବିଦ୍ୟାର୍ଥୀଙ୍କ ମହଲରେ ଅସନ୍ତୋଷ ଦେଖାଯାଇଛି ।