ଏରସମା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଗାନ୍ଧୀ ପୀଠ ରେ କୃତୀ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା
ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ): ରବିବାର ଦିନ ଏରସମା ଗାନ୍ଧୀପୀଠ ଠାରେ ଏରସମା ଉଚ୍ଚବିଦ୍ୟାଳୟ ର ୧୯୯୪ ବ୍ୟାଚ ଛାତ୍ରଛାତ୍ରୀ ଓ ଏରସମା ସଚେତନ ନାଗରିକ ମଞ୍ଚ ଆନୁକୂଲ୍ୟରେ ଏରସମା ଉଚ୍ଚବିଦ୍ୟାଳୟ ଓ ବାଳିକା ବିଦ୍ୟାଳୟ ର ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଦୁଇ ବିଦ୍ୟାଳୟ ର ସର୍ବାଧିକ ନମ୍ବର ରଖିଥିବା ୧୦ଜଣ ଲେଖାଁଏ କୃତି ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର ଫୁଲ ତୋଡା ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପଦ୍ମଶ୍ରୀ ଗାୟକ ଶେଖର ସର୍ବଶ୍ରୀ ଜଗନ୍ନାଥ ବେହେରା, ସଚେତନ ନାଗରିକ ମଞ୍ଚ ର ସଭାପତି ପ୍ରବୀର ପଣ୍ଡା,ମଦନ ମୋହନ ମୁଦୁଲି,ନିବାରଣ ନାୟକ,ରବି ଦାସ,ଅଶୋକ ଖଣ୍ଡୁଆଳ,ଉମାକାନ୍ତ ତରାଇ, ରଞ୍ଜନ ଜେନା ଓ ଅନ୍ୟମାନଙ୍କ ମଧ୍ୟରେ ସରୋଜ ବେହେରା, ଜୟନ୍ତ ସେଠୀ, ସତ୍ୟ ଭୂଷଣ ତରାଇ,ଜ୍ଞାନରଞ୍ଜନ ଦାସ,ସୁଶାନ୍ତ ଦାସ, ଟୁଲୁ ଭୋଳ, ଦୀପ୍ତି ରଞ୍ଜନ ଜେନା ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ଉତ୍ସାହିତ କରିଥିଲେ ।


