ଏଲଆଇସି ବାଲେଶ୍ୱର ଶାଖା ପକ୍ଷରୁ ବୀମା ସପ୍ତାହ ଉଦଯାପିତ

ବାଲେଶ୍ୱର, (ସରୋଜ ପଣ୍ଡା):ଭାରତୀୟ ଜୀବନ ବୀମା ନିଗମ ବାଲେଶ୍ୱର ଶାଖା ପକ୍ଷରୁ ଗତ ୧ ତାରିଖରୁ ଆରମ୍ଭ ହୋଇଥିବା ୬୫ତମ ବୀମା ସପ୍ତାହ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଏହି ଅବସରରେ ଶାକା କାର୍ଯ୍ୟାଳୟ ପରିସରରେ ଆୟୋଜିତ ଉଦଯାପନୀ କାର୍ଯ୍ୟକ୍ରମରେ ବାଲେଶ୍ୱର ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ବୀମା କ୍ଷେତ୍ରରେ ସମଗ୍ର ଦେଶ ପାଇଁ ଏଲଆଇସିର ଅବଦାନ ସର୍ବାଗ୍ରେ ବୋଲି କହିଥିଲେ । ଆଗାମୀ ଦିନରେ ବି ଏହା ଜାରି ରହିବ ବୋଲି ଶ୍ରୀ ମହାପାତ୍ର ଆଶା ପ୍ରକାଶ କରିଥିଲେ । ଦୈନିକ ସମ୍ବାଦପତ୍ର ‘ପ୍ରମେୟ’ର ବାଲେଶ୍ୱର ମୁଖ୍ୟ ସତ୍ୟଶିବ ଦାସ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସାମ୍ପ୍ରତିକ ସମାଜରେ ମାନବ ଜୀବନ ପାଇଁ ବୀମାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ଜୀବନ ବୀମା କାର୍ଯ୍ୟକୁ ସେ ଚନ୍ଦନର ବାସ୍ନା ଏବଂ ଆଖୁରସର ମିଠା ସହ ତୁଳନା କରିଥିଲେ । ଜୀବନ ବୀମା ନିଗମର ବାଲେଶ୍ୱର ଶାଖା ପ୍ରବନ୍ଧକ ସବ୍ୟସାଚୀ ସାହୁ ଏଥିରେ ଅଧ୍ୟକ୍ଷତା କରିବା ସହିତ ବୀମା କ୍ଷେତ୍ରର ବିଭିନ୍ନ ଦିଗ ଓ ବ୍ୟବସାୟର ଉତ୍କର୍ଷତା ସମ୍ପର୍କରେ ସୂଚନା ଦେଇଥିଲେ । ଶାଖାର ପ୍ରଶାସନିକ ଅଧିକାରୀ ଆନନ୍ଦାନନ୍ଦ ବେହେରା ସର୍ବଭାରତୀୟ ସ୍ତରରେ ଏଲଆଇସିର ସ୍ଥିତି ସମ୍ପର୍କରେ କହିଥିଲେ । କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଅଶୋକ କୁମାର ବେହେରା ବକ୍ତବ୍ୟ ପ୍ରଦାନ କରି ଜୀବନ ବୀମାର ସାମ୍ପ୍ରତିକ କାର୍ଯ୍ୟଶୈଳୀ ସମ୍ପର୍କରେ ଆଲୋଚନା କରିଥିଲେ । ବରିଷ୍ଠ ସାମ୍ବାଦିକ ତଥା ବରିଷ୍ଠ ଜୀବନ ବୀମା ଅଧିକର୍ତ୍ତା ବିପ୍ଳବ କୁମାର ମହାନ୍ତି ବକ୍ତବ୍ୟ ପ୍ରଦାନ କରି ସଂଚୟ ଓ ବୀମା ଉଭୟକୁ ବିଚାର କଲେ ଜୀବନ ବୀମାର ତୁଳନା ନାହିଁ ବୋଲି କହିଥିଲେ । ଆଗାମୀ ଦିନରେ ଜୀବନ ବୀମା ଆହୁରି ଉନ୍ନତି କରି ଜନସାଧାରଣଙ୍କ ଅଧିକ ପ୍ରିୟଭାଜନ ହୋଇପାରିବ ଏବଂ ବାଲେଶ୍ୱରଠାରେ ଜୀବନ ବୀମାର ଡିଭିଜନ କାର୍ଯ୍ୟାଳୟ ନିଶ୍ଚିତ ପ୍ରତିଷ୍ଠା ହେବ ବୋଲି ଶ୍ରୀ ମହାନ୍ତି ଦୃଢ଼ଆଶା ପ୍ରକାଶ କରିଥିଲେ । ବୀମା ସପ୍ତାହ ଅବସରରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ଏହି ଅବସରରେ ଅତିଥିମାନେ ପୁରସ୍କୃତ କରିଥିଲେ । ଏଥି ସହିତ ଅବସରପ୍ରାପ୍ତ କର୍ମଚାରୀ ମହେଶ ଚନ୍ଦ୍ର ମହାପାତ୍ର ଓ କୃଷ୍ଣବନ୍ଧୁ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପୀତାମ୍ବର ଦାସ ଓ ଅଶୋକ କୁମାର ବେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ପରିଚାଳନାରେ ସୁଶ୍ରୀ ସସ୍ମିତା ଦାସ, ଅରୁଣ ଦାସ, ବାଇଧର ସିଂ, କାର୍ତ୍ତିକ ମିଶ୍ର, କାର୍ତ୍ତିମ ଚାନ୍ଦ, ବରିଷ୍ଠ ଅଭିକର୍ତ୍ତା କୌଶିକ ପଣ୍ଡା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ବସନ୍ତ କୁମାର ମହାନ୍ତି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ