ଏଲ୍ଲାଏନସ୍ କ୍ଳବ୍ ରୟାଲ ପକ୍ଷରୁ ହୋମିଓପାଥିକ ଔଷଧ ବଣ୍ଟନ

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ):ଏଲ୍ଲାଏନସ୍ କ୍ଳବ୍ ରୟାଲ ପକ୍ଷରୁ ଆଙ୍କୁଲି ଶିଳ୍ପାଞ୍ଚଳ ମୁଖ୍ୟରାସ୍ତାରେ ରବିବାର କରୋନାର ପ୍ରତିଷେଧକ ହୋମିଓପାଥିକ ଔଷଧ ବଣ୍ଟନ କରାଯାଇଥିଲା। କ୍ଳବ୍‌ର ଅଧ୍ୟକ୍ଷ ଏ.ଟି. ପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସିପିଏମ୍ ନେତା ତଥା ପୂର୍ବତନ କାଉନ୍‌ସିଲର ବାବୁଲା ନାୟକ, ଏଲ୍‌. ସୁଦାମ ଦାସ ଯୋଗଦେଇ କରୋନା ରୋଗର ନିରାକରଣ ପାଇଁ ପ୍ରତ୍ୟେକ ବ୍ୟକ୍ତି ନିୟମମାନି ଚଳିବା ସହ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ। ସରକାରୀ ହୋମିଓପାଥିକ ମେଡ଼ିକାଲ୍ ପକ୍ଷରୁ ଏହି ଔଷଧ ମାଗଣାରେ ଜନସାଧାରଣଙ୍କୁ ପ୍ରଦାନ କରାଯାଇଥିଲା। ଏଥିରେ ସଂଜୟ ସାବତ, ମନୋଜ ପାତ୍ର, ପ୍ରମୋଦ ସାବତ, ସୋମନାଥ ପଟ୍ଟନାୟକ, ସୁରେନ୍ଦ୍ର ନାୟକ, ଭଗବାନ ମହାନ୍ତି, ମନୋଜ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ