ଏସଆରବି ସ୍ୱସ୍ତିକ ପୋଭର୍ଟି ଫାଉଣ୍ଡେସନ’ପକ୍ଷରୁ ବୃକ୍ଷରୋପଣ

ବାଲେଶ୍ୱର, (ସରୋଜ ପଣ୍ଡା) : ସ୍ୱେଚ୍ଛାସେବୀ ସଙ୍ଗଠନ ‘ଏସଆରବି ସ୍ୱସ୍ତିକ ପୋଭର୍ଟି ଫାଉଣ୍ଡେସନ’ ପକ୍ଷରୁ ଜିଲା ସ୍କୁଲ ପରିସରରେ ଗୁରୁବାର ବୃକ୍ଷଚାରା ରୋପଣ ହୋଇଛି । ବାଲେଶ୍ୱର ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଥମେ ବୃକ୍ଷଚାରା ରୋପଣ ସହ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ‘ଏସଆରବି ସ୍ୱସ୍ତିକ ପୋଭର୍ଟି ଫାଉଣ୍ଡେସନ’ର କାର୍ଯ୍ୟଧାରାକୁ ଭୂୟସୀ ପ୍ରଶଂସା କରିବା ସହ ସାମ୍ପ୍ରତିକ ସ୍ଥିତିରେ ପରିବେଶ ସୁରକ୍ଷା ଓ ବାୟୁମଣ୍ଡଳରେ ଅମ୍ଳଜାନର ମାତ୍ରା ବୃଦ୍ଧି ପାଇଁ ଏହି ଉଦ୍ୟମ ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବ ବୋଲି ସେ କହିଥିଲେ । ଆମ ନ୍ୟୁଜର ପରିଚଳାନା ନିର୍ଦ୍ଦେଶକ ତଥା ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସମଗ୍ର ବିଶ୍ୱରେ ବୃଦ୍ଧି ପାଇଥିବା ପ୍ରଦୂଷଣ ଓ ଅମ୍ଳଜାନ ଅଭାବରୁ କରୋନା ରୋଗୀ ମୃତ୍ୟୁ ସମ୍ପର୍କରେ ଆଲୋକପାତ କରିଥିଲେ । ଏହାର ସ୍ଥାୟୀ ପ୍ରତିକାର ବୃକ୍ଷରୋପଣ ଓ କୃତ୍ରିମ ଜଙ୍ଗଲ ସୃଷ୍ଟି ପାଇଁ ସବୁ ମହଲରୁ ପ୍ରୟାସ ଜାରି ରଖିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଜିଲା ସ୍କୁଲର ପ୍ରଧାନ ଶିକ୍ଷକ ଡ.ପ୍ରଫୁଲ୍ଲ କୁମାର ସାହୁ, ଜିଲା ସ୍କୁଲ ପୁରାତନ ଛାତ୍ର ପରିଷଦର ସମ୍ପାଦକ ରାଜେଶ ଗିରି, ସମାଜସେବୀ ବାସନ୍ତି ସାମଲ, ଟ୍ରାଫିକ ଥାନା ଏସଆଇ ଯୋଗେନ୍ଦ୍ର ନାଥ ପୂର୍ତ୍ତି ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ‘ଏସଆରବି ସ୍ୱସ୍ତିକ ପୋଭର୍ଟି ଫାଉଣ୍ଡେସନ’ର ମୁଖ୍ୟ ସଂଯୁକ୍ତାରାଣୀ ବେହେରା ଏଥିରେ ପୌରୌହିତ୍ୟ ସହ ସଙ୍ଗଠନର ବହୁମୁଖୀ କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ । ସଙ୍ଗଠନର ସଦସ୍ୟା ସବିତାରାଣୀ ମହାନ୍ତି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ