ମାଙ୍କଡ଼ ମାନଙ୍କ ପାଇଁ ଉଜୁଡ଼ୁଚି ଚାଷ ବାସ,ପ୍ରତିକାର ଦାବି

ନିମାପଡା, (ସନ୍ତୋଷ ଦାଶ):ଗତ କିଛି ମାସ ହେବ ପୁରୀ ଜିଲ୍ଲା ନିମାପଡା ବ୍ଲକ ର ବାହାରେଣl, ତୁଳସୀପୁର ପଂଚାୟତ ରେ ହନୁ ମାଙ୍କଡ଼ ଙ୍କ ପାଦୁର୍ଭାବ ବୃଦ୍ଧି ପାଇ ଥିବାରୁ ଏହି ଅଞ୍ଚଳ ର ଚାଷୀମାନେ କ୍ଷତିଗ୍ରସ୍ତ ହେବାରେ ଲାଗିଛନ୍ତି l ଘରେ ଆଉ କ୍ଷେତ ରେ କରାଯାଉଥିବା ପନି ପରିବା ଚାଷ କୁ ମାଙ୍କଡ଼ ମାନେ ଖାଇ ଯିବାସହ ଛିଣ୍ଡିଆ ଛିଣ୍ଡି କରି ସମ୍ପୂର୍ଣ ଭାବେ ନଷ୍ଟ କରିଦେଉଛନ୍ତି l ମାଙ୍କଡ଼ ମାନେ ଦଳ ଦଳ ହୋଇ ଆସି କଖାରୁ, ପାଣିକଖାରୁ, ଜହ୍ନି,କାକୁଡି, କଦଳୀ ପ୍ରଭୂତି ଖାଇଯିବାସହ ଗଛ କୁ ଛିଣ୍ଡାଇ ନଷ୍ଟ କରିଦେଉଛନ୍ତି l ଆମ୍ବ, ପଣସ, ସପୁରି, ପିଜୁଳି ଫସଲ କୁ ଏମାନେ ନଷ୍ଟ କରିଦେଉଛନ୍ତି l ଏପରିକି ନଡ଼ିଆ ଗଛ ରେ ଚଢି ନଡ଼ିଆ ଗୋଟମା ଖାଇଯାଉଛନ୍ତି l ଅପରପକ୍ଷରେ ଚାରିଛକ -ନୟାହାଟ ମୁଖ୍ୟରାସ୍ତା ବାଟରେ ମାଙ୍କଡ଼ ମାନେ ଯାତାୟାତ କରୁଥିବାରୁ ଅନେକ ସମୟ ରେ ବାଇକ ଚାଳକମାନେ ଦୁର୍ଘଟଣା ର ଶିକାର ହେଉଛନ୍ତି l ମାଙ୍କଡ଼ ଏକ ବନ୍ୟପ୍ରାଣୀ ହୋଇ ଥିବାରୁ ଏମାନଙ୍କୁ ମାରିବା ଉପରେ ସରକାର ଙ୍କ କଟକଣା ରହିଛି l ଏଣୁ ଚାଷୀମାନେ କିଛି ନକରିପାରି ମୁଣ୍ଡ ରେ ହାତ ଦେଇ ବସୁଛନ୍ତି l ବାରମ୍ବାର ଚାଷୀମାନେ ଏ ସମ୍ପର୍କ ରେ ଅସ୍ତରଙ୍ଗ ବନବିଭାଗ କୁ ଅବଗତ କରୁଥିଲେ ମଧ୍ୟ ବନ ବିଭାଗ କୌଣସି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରୁନାହାନ୍ତି l ତୁରନ୍ତ ବନ ବିଭାଗ ମାଙ୍କଡ଼ ମାନଙ୍କୁ ଏଠାରୁ ଧରିନେଇ ନିକଟସ୍ଥ ଟଭlଗୋଲରl ଗଡ଼ ସଂରକ୍ଷିତ ଜଙ୍ଗଲ ଅଥବା ଭଂଅଁରାଗଡ଼ ଜଙ୍ଗଲ ରେ ଛାଡିବାକୁ ଚାଷୀମାନେ ଦାବି କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ