‘ଏସଆରବି ସ୍ୱସ୍ତିକ ପୋଭର୍ଟି ଫାଉଣ୍ଡେସନ’ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା) : ସ୍ୱେଚ୍ଛାସେବୀ ସଂଗଠନ ‘ଏସଆରବି ସ୍ୱସ୍ତିକ ପୋଭର୍ଟି ଫାଉଣ୍ଡେସନ’ ପକ୍ଷରୁ ଏକ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଓ ମୋତିଆବିନ୍ଦୁ ଚିହ୍ନଟ ଶିବିର ବାଜଣା ଲାଲମୋହନ ହାଇସ୍କୁଲ ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ ସହ ସଂଗଠନର କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ । ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଚକ୍ଷୁ ପରୀକ୍ଷା ଓ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଭଳି ସେବା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛି ବୋଲି ସେ କହିଥିଲେ । ସାମାଜିକ କର୍ମୀ ଯାଦବେଶ ମିଶ୍ର, ମଦନମୋହନ ଦାସମହାପାତ୍ର, ପ୍ରାକ୍ତନ ଶିକ୍ଷକ କମଳାକାନ୍ତ ସାମଲ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ସଂଗଠନର ମୁଖ୍ୟ ସଂଯୁକ୍ତାରାଣୀ ବେହେରା ଏଥିରେ ପୌରହିତ୍ୱ କରିବା ସହ ଶିବିର ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ସମାଜସେବୀ ଶରତ ପାଣିଗ୍ରାହୀ ଏଥିରେ ମଞ୍ଚ ପରିଚାଳନା କରିଥିବା ବେଳେ ଲାଲମୋହନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ସାମଲ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଶ୍ରୀରାମ ହସପିଟାଲ ସହଯୋଗରେ ଆୟୋଜିତ ଶିବିରରେ ଚକ୍ଷୁ ବିଶେଷଜ୍ଞ ଡାକ୍ତର ଅଜୟ ସିଂହ, ହସପିଟାଲର ଚକ୍ଷୁ ବିଭାଗ ମ୍ୟାନେଜର ବିନୋଦ କୁମାର ନାୟକ, ଫାର୍ମାସିଷ୍ଟ କୌଶଲ୍ୟା ଦେହୁରୀ ପ୍ରମୁଖ ଏଥିରେ ଉପସ୍ଥିତ ରହି ଲୋକଙ୍କ ଆଖି ପରୀକ୍ଷା କରି ଔଷଧ ପ୍ରଦାନ କରିଥିଲେ । ବାଜଣା ସମେତ ଆଖପାଖ ଅଞ୍ଚଳର ବହୁ ବ୍ୟକ୍ତି ଏହି ଶିବିରରେ ଚକ୍ଷୁ ପରୀକ୍ଷା କରାଇଥିବା ବେଳେ ମୋତିଆବିନ୍ଦୁ ଚିହ୍ନଟ ବ୍ୟକ୍ତିଙ୍କର ନିଃଶୁଳ୍କ ଅସ୍ତ୍ରପୋଚାର ପାଇଁ ସଂଗଠନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ